Gokhara ସାପକୁ ଭଗବାନ ଭାବି ନିଜର Thakura ଘରେ ରହିବାକୁ ଦେଲେ,ଯେବେ ସତ କଥା ଜଣା ପଡିଲା ସମସ୍ତଙ୍କ ଆଖିର ନିଦ ଉଡ଼ିଗଲା

Spread the love

ଆମ ଦେଶରେ ଅନେକ ଅନ୍ଧ ବିଶ୍ୱାସ ରହିଛି।ଏହା ମଧ୍ୟରୁ ଗୋଟିଏ ହେଉଛି ଆମ ଦେଶରେ କିଛି ଲୋକ ନାଗ ସାପକୁ ନିଜର ଘରେ ଭଗବାନ ଶିବ ବୋଲି ବିଶ୍ଵାସ କରି ରହିବାକୁ ଦିଅନ୍ତି।ଏହା ସହିତ ଏପରି କରିବା ସେମାନଙ୍କର ଏକ ବହୁତ ବଡ଼ ଭୁଲ ଏହା ସେମାନଙ୍କୁ ଜଣା ନଥାଏ।ତେବେ ଏହି କାରଣରୁ ସେମାନଙ୍କ ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଥାଏ।ତେବେ ଏହି ପରି ଏକ ଘଟଣା ଘଟିଥିଲା ଓଡ଼ିଶାର ଏକ ଗ୍ରାମରେ।ଏହି ଗ୍ରାମରେ ଜଣେ ମହିଳାଙ୍କ ଘରେ ନାଗ ଆସି ରହୁଥିଲା।

ତେବେ ସୂଚନା ଅନୁସାରେ ସେହି ମହିଳାଙ୍କ ଘରେ ଥିବା ଠାକୁରଙ୍କ ଫଟୋ ପଛପଟେ ଏକ ନାଗ ସାପ ଆସି ରହୁଥିଲା।ଯାହା ଫଳରେ ଏହି ନାଗ ସାପକୁ ସେହି ଘରର ସମସ୍ତ ସଦସ୍ୟ ଭଗବାନ ଶିବ ବୋଲି ମାନି ନେଇଥିଲେ।ଏହା ସହିତ ସେହି ସାପକୁ କେହି ମଧ୍ୟ ବାହାରକୁ କାଢିବା ପାଇଁ ପ୍ରୟାସ କରୁ ନଥିଲେ।ଏହା ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିବାର ସମ୍ଭାବନା ରହିଥିଲା।

ଫଳରେ ଏହି ଘଟଣା ସଂପର୍କରେ ବନ ବିଭାଗର କର୍ମଚାରୀ ମାନଙ୍କୁ ଜଣା ଯାଇଥଲା।ଏହାପରେ ବନ ବିଭାଗର କର୍ମଚାରୀ ଆସି ସେଠାରେ କିଛି ସମୟ ପରେ ପହଞ୍ଚି ଯାଇଥିଲେ।ଏହାପରେ ବନ ବିଭାଗର କର୍ମଚାରୀ ସେଠାରୁ ସେହି ସାପକୁ କାଢିବା ପାଇଁ ନିଜର ପ୍ରୟାସ ଆରମ୍ଭ କରିଥିଲେ।ତେବେ ଅନେକ ସମୟର ପ୍ରୟାସ ପରେ ଶେଷରେ ବନ ବିଭାଗର କର୍ମଚାରୀ ସେହି ସାପକୁ କାଢିବା ପାଇଁ ସକ୍ଷମ ହୋଇଥିଲେ।

ତେବେ ଏହି ପରି ଭାବରେ ସେମାନେ ସେହି ସାପକୁ କାଢି ଦେଇଥିଲେ।ତେବେ ସେହି ସାପ ସେମାନଙ୍କ ଘରେ ଅନେକ ସମୟ ରହିଥିଲେ ମଧ୍ୟ କାହାକୁ କ୍ଷତି ପହଞ୍ଚାଇ ନଥିଲା।ଯାହା ଫଳରେ ସମସ୍ତେ ସୁରକ୍ଷିତ ଥିଲେ।ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ କି ଏହା ଏକ ବିଷଧର ନାଗ ଥିଲା।

ଏହା ଯଦି କୌଣସି ବ୍ୟକ୍ତିଙ୍କୁ କାମୁଡି ଥାଆନ୍ତା ତେବେ ସେହି ବ୍ୟକ୍ତିର ବଞ୍ଚିବାର ସମ୍ଭାବନା ବହୁତ କମ ଥିଲା।ଏହା ସହିତ ଏହି ସାପ କାମୁଡିବା ପରେ ଯଦି ଉପଯୁକ୍ତ ଚିକିତ୍ସା ନ ମିଳେ ତେବେ ସେହି ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ।ଏହା ସହିତ ଏହି ସାପ ସମ୍ପର୍କରେ ସେହି ଘରର ମହିଳା କହିଥିଲେ କି ଏହା ସ୍ଵୟଂ ଭଗବାନ ଶିବ ଅଟନ୍ତି।

ତାଙ୍କୁ ଏପରି ଭାବରେ ଘରୁ ବାହାର କରିବା ଫଳରେ ସେମାନଙ୍କୁ ପାପ ଲାଗିବ।ମାତ୍ର ସେମାନେ ଏହା ବୁଝିବାକୁ ନାରାଜ ଥିଲେ କି ଯଦି ସେହି ସାପ କାହାକୁ କାମୁଡି ଦିଏ ତେବେ ସେହି ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ ଥିଲା।ତେବେ ବନ ବିଭାଗର କର୍ମଚାରୀ ସମସ୍ତଙ୍କୁ ଏହା କହିଥିଲେ କି ଏହିଭଳି ଅନ୍ଧବିଶ୍ୱାସର ଶିକାର ହୋଇ ନିଜର ଜୀବନକୁ ବିପଦରେ ପକାନ୍ତୁ ନାହିଁ।

ଏହା ସହିତ ସେ କହିଥିଲେ କି ଏହିପରି ଭାବରେ ଅନେକ ଲୋକ ଅନ୍ଧବିଶ୍ୱାସ କାରଣରୁ ମୃତ୍ୟୁ ମୁଖରେ ପଡିଛନ୍ତି।ତେବେ ଏପରି ନ କରିବା ପାଇଁ ବନ ବିଭାଗର କର୍ମଚାରୀ ସୂଚନା ଦେଇଥିଲେ ଓ କହିଥିଲେ କି ଏପରି ସାପ ଦେଖିଲେ ସେମାନଙ୍କୁ ନ ମାରି ତୁରନ୍ତ ବନ ବିଭାଗକୁ ସୂଚନା ଦେବା ପାଇଁ।

Leave a Reply

Your email address will not be published. Required fields are marked *