ସକାଳୁ ଉଠି କଣ ଦେଖିଲେ ଦିନ ଶୁଭ ହୋଇଥାଏ – ଏହି କଥା ଗୁଡିକ ଜାଣିରଖନ୍ତୁ

Spread the love

ସକାଳୁ ଉଠି ଆମେ ଯଦି କିଛି ସକାରାତ୍ମକ ଜିନିଷ ଦେଖୁ ତେବେ ଆମର ସମ୍ପୂର୍ଣ୍ଣ ଦିନଟି ଶୁଭ ମୟ ହୋଇଥାଏ।ତେବେ ସେହି ସକାରାତ୍ମକ ଜିନିଷ ଗୁଡ଼ିକ ହେଉଛି ଶଙ୍ଖ, ଘଣ୍ଟି ଓ ଭକ୍ତି ସଙ୍ଗୀତର ସ୍ୱର ଶୁଣିବାକୁ ମିଳେ ତେବେ ଆମର ଦିନଟି ସମ୍ପୂର୍ଣ୍ଣ ଶୁଭମୟ ହୋଇଥାଏ।ଯଦି ଆମେ ସକାଳୁ ଆଖି ଖୋଲୁ ଖୋଲୁ ଦହି କିମ୍ବା କ୍ଷୀର ଭର୍ତି ପାତ୍ର ଉପରେ ଯଦି ଆମର ନଜର ପଡ଼ିଥାଏ ତେବେ ଆମର ଦିନଟି ସମ୍ପୂର୍ଣ୍ଣ ଶୁଭ ହୋଇଥାଏ।ସେହିଦିନ ଆପଣ କରୁଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ।

ଯଦି ସକାଳୁ ଆପଣଙ୍କ ଘରକୁ କୌଣସି ଭିକାରୀ ଭିକ୍ଷା ମାଗିବାକୁ ଆସେ ଓ ଆପଣ ଭଲ ମନରେ ସେହି ଭିକାରିକୁ ଦାନ କରିଥାନ୍ତି ତେବେ ଆପଣଙ୍କ ସମ୍ପୂର୍ଣ୍ଣ ଦିନଟି ସୁଭମୟ ହେବ ଓ ଆପଣ ସେହିଦିନ କରୁଥିବା ସମସ୍ତ କାର୍ଯ୍ୟ ସଫଳ ଓ ଶୁଭ ହେବ।ତେଣୁ ଭିକରିକୁ ଦେଖି ଆପଣ ତାକୁ ଗାଳି କରନ୍ତୁ ନାହିଁ ଅଥବା ବ୍ୟସ୍ତ ହୁଅନ୍ତୁ ନାହିଁ।ନିଜର ସ୍ୱଚ୍ଛ ମନରେ ସେହି ଭିକରୀକୁ ଦାନ କରନ୍ତୁ ଫଳରେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହିତ ସେହି ଭିକାରିର ଆଶୀର୍ବାଦ ଆପଣଙ୍କ ଉପରେ ପଡ଼ିବ ଓ ଆପଣ ସଫଳ ହେବେ।

ଭିକାରି ଟିକୁ ଉପଯୁକ୍ତ ଦାନ ଦେବା ଦ୍ଵାରା ଆପଣଙ୍କ ଠାରୁ କରଜ ନେଇ ଥିବା ବ୍ୟକ୍ତି ମାନେ ସେହି ଦିନ ଆପଣଙ୍କୁ ଆପଣଙ୍କ ଟଙ୍କା ଫେରାଇ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।ଯଦି ଆପଣଙ୍କ ସମ୍ମୁଖକୁ କୌଣସି ସୁହାଗିନି ନାରୀ ଅଥବା ଗାଈ ଆପଣ ଘରୁ ବାହାରି ଯାଉଥିବା ସମୟରେ ଆପଣଙ୍କ ସମ୍ମୁଖକୁ ଆସି ଯାଆନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭ ହେବା ସହିତ ଆପଣଙ୍କର ଶତ୍ରୁ ଆପଣଙ୍କ ପାଖକୁ ଆସିବେ ନାହିଁ।ଏହା ସହିତ ଆପଣ ଗାଈର ମୁହଁରେ ହାତ ମାରି ଯାଆନ୍ତୁ ଏହା ଫଳରେ ଗାଈର ଆଶୀର୍ବାଦ ଆପଣଙ୍କ ସହ ରହିବ।

ଏହା ସହିତ ଆପଣ ଘରୁ ବାହାରକୁ ଯାଉଥିବା ସମୟରେ ଆପଣ ଯଦି କୌଣସି ବ୍ୟକ୍ତିକୁ ଗୁଡ଼ ନେଇ ଯାଉଥିବାର ଦେଖିଲେ।ତେବେ ଆପଣଙ୍କ ଦିନଟି ସମ୍ପୂର୍ଣ୍ଣ ଶୁଭମୟ ହୋଇଥାଏ।ଏହା ଆପଣଙ୍କ ଦିନଟି ଲାଭ ଦାୟକ ହେବାର ସୂଚନା ଦେଇଥାଏ।ଏହା ସହିତ ଆପଣଙ୍କ ସଫଳତାର ପୂର୍ବ ସୂଚନା ଦେଇଥାଏ।ଏହା ସହିତ ଆପଣଙ୍କ ଦେଇଥବା ସମସ୍ତ ଟଙ୍କା ଅଥବା ଅଟକି ରହିଥିବା ସମସ୍ତ ଟଙ୍କା ଆପଣଙ୍କ ନିକଟକୁ ଫେରି ଆସିବ।ଏହା ସହିତ ଆପଣ ଏହାକୁ ଦେଖିବା ମାତ୍ରେ ଆପଣ ବୁଝିନେବା ଆବଶ୍ୟକ ଯେ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହେବାକୁ ଯାଉଛି।

ଏହା ସହିତ ଆପଣ ଘରୁ ବାହାରକୁ ଯିବା ସମୟରେ ଆପଣ ଯଦି କୌଣସି ବ୍ୟକ୍ତିକୁ ପାଣି ଅଥବା କ୍ଷୀର ଭରା ପତ୍ର ନେଇକି ଯାଉଥିବାର ଦେଖିଲେ ତେବେ ଆପଣଙ୍କ ଦିନ ଶୁଭ ହେବାର ଅଧିକ ସମ୍ଭାବନା ଥାଏ।ଏହା ସହିତ ଯଦି ଆପଣଙ୍କୁ ରାସ୍ତାରେ ହସୁଥିବା ବାଳକ ବା ଫୁଲ ଓ ଫଳ ଧରିଥିବା ବ୍ୟକ୍ତି ଦେଖା ଯାଆନ୍ତି ତେବେ ଆପଣଙ୍କୁ ନିଶ୍ଚିତ ଶୁଭ ଫଳ ପ୍ରାପ୍ତ ହେବ।ଏହା ସହିତ ଆପଣ ନିଜର ସେହି ଦିନରେ ଅନେକ ସଫଳତା ପ୍ରାପ୍ତ କରିବେ।

Leave a Reply

Your email address will not be published. Required fields are marked *