LIC ଆଣିଲା ଗ୍ରାହକଙ୍କ ପାଇଁ ଖୁସି ଖବର – ଏବେ ଏହି ଲାଭ ଶୁଣିଲେ ଆପଣ ମଧ୍ୟ ଖୁସିରେ ନାଚି ଉଠିବେ..

Spread the love

ସାଙ୍ଗମାନେ ଏଲ ଏଇ ସି ଆଣିଲା ପୁନର୍ବାର ଗ୍ରାହକଙ୍କ ପାଇଁ ବହୁତ ବଡ଼ ଯୋଜନା।ଏବଂ ଏହା ଗ୍ରାହକ ମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ହେବାକୁ ଯାଉଛି।ଏଥର ଦୈନିକ ୨୮ ଟଙ୍କା ଜମା କରି ପାଆନ୍ତୁ ଦୁଇ ଲକ୍ଷ ଟଙ୍କାର ଲାଭ।ତେବେ ସାଙ୍ଗମାନେ ଏଲ ଏଇ ସିର ଏହି ସ୍କିମଟିର ନାମ କଣ ଏବଂ ଆପଣ ଏହା ଦ୍ୱାରା ଅନ୍ୟ କେଉଁ ଲାଭ ପାଇପାରିବେ ସେହି ବିଷୟରେ ଜାଣିବା ଆଜିର ଏହି ଆର୍ଟିକିଲରେ।ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା

ସାଙ୍ଗମାନେ ଭାରତୀୟ ଜୀବନ ବୀମା ନିଗମ ସ୍ୱଳ୍ପ ରୋଜଗାର କ୍ଷମ ବ୍ୟକ୍ତିଙ୍କ ପାଇଁ ଏକ ଜୀବନ ବୀମା ପଲିସି ଲଞ୍ଚ କରିଛି।ଏହି ଯୋଜନାରେ ଜମା କାରୀଙ୍କୁ ସୁରକ୍ଷା ସହିତ ସଞ୍ଚୟର ସୁବିଧା ମଧ୍ୟ ଯୋଗେଇଦିଆ ଯାଉଛି।ସଞ୍ଚୟ କରୁଥିବା ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ହେଲେ ଜମା କରୁଥିବା ଏଲ ଏଇ ସି ତରଫରୁ ବୀମା ରାଶି ପ୍ରଦାନ କରାଯିବା ସଙ୍ଗେସଙ୍ଗେ ଏବଂ ପଲିସି ମ୍ୟାଚୁରିଟି ସମୟରେ ପଲିସି ଧାରକଙ୍କ ପରିବାରକୁ ମ୍ୟାଚୁରିଟି ପ୍ରଦାନ କରାଯିବ।

ଏହି ପଲିସି ନେଉଥିବା ଲୋକ ମାନେ ତିନି ବର୍ଷ ପ୍ରିମୀୟମ ଦେବାପରେ ସେମାନଙ୍କ ପାଇଁ ଏଲ ଏଇ ସି ତରଫରୁ ଋଣ ସୁବିଧା ମଧ୍ୟ ଯୋଗାଇଦିଆଯାଇଥାଏ।ଏବଂ ଅନ୍ୟ ପଟେ ଅନ୍ୟ ପଲିସି ଭଳି ଏହି ପଲିସିରେ ବୀମା ଧରକଙ୍କୁ ମଧ୍ୟ ମେଡ଼ିକାଲ ଟେଷ୍ଟ ଦେବାକୁ ପଡିନଥାଏ।ଏହି ପଲିସି ଏକ ନନ ଲିଙ୍କ ପଲିସି ଅଟେ ଅର୍ଥାତ ମ୍ୟାଚୁରିଟିରେ ବୀମା ଧାରକଙ୍କୁ ମ୍ୟାଚୁରିଟି ସହିତ ଵୋନସ ମିଳିଥାଏ।

୧୮ରୁ ୫୫ ବର୍ଷର ଲୋକ ମାନେ ଏହି ପଲିସି କିଣି ପାରିବେ।କ୍ରମାଗତ ଭାବରେ ତିନି ବର୍ଷ ଜମା କରିବା ପରେ ଯଦି କୌଣସି କାରଣରୁ ପଲିସି ଧାରକ ପ୍ରିମୀୟମ ଜମା କରି ନପାରନ୍ତି ତେବେ ୬ ମାସ ପର୍ଯ୍ୟନ୍ତ ବୀମା ସୁବିଧା ଜାରି ରହିବ।ଏହା ସହିତ ଯଦି କ୍ରମାଗତ ପାଞ୍ଚବର୍ଷ ପଲିସି ରାଶି ଜମା ହୋଇଛି ତେବେ ଅଧିକ ଦୁଇ ବର୍ଷ ପାଇଁ ବୀମା ସୁବିଧା ଜାରି ରହିବ।ଏହି ପାଲିସିର ଅବଧି ୧୦ରୁ ୧୫ ବର୍ଷ ଅଟେ।ଏହା ପଲିସି ଧାରକଙ୍କ ବୟସ ଉପରେ ନିର୍ଭର କରେ।

ଏକ ହଜାର ବୀମା ରାଶି ପାଇଁ ଆପଣଙ୍କୁ ୫୧.୬୦ ଟଙ୍କାରୁ ୫୨.୨୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ।ଅର୍ଥାତ ଏକ ଲକ୍ଷ ଟଙ୍କାର ପଲିସି ନେବା ଦ୍ୱାରା ଆପଣ ମାନଙ୍କୁ ବାର୍ଷିକ ୫୧୬୦ ଟଙ୍କାରୁ ୫୨୨୦ ପର୍ଯ୍ୟନ୍ତ ଦେବାକୁ ହେବ।ଯଦି ଆପଣ ଦୁଇ ଲକ୍ଷ ଟଙ୍କାର ପଲିସି ନେଉଛନ୍ତି ତେବେ ଆପଣଙ୍କୁ ବାର୍ଷିକ ହାରାହାରି ୧୦ ହଜାର ଟଙ୍କା ଦେବାକୁ ହେବ।ଏଥିରେ ଏହା ସ୍ପଷ୍ଟଯେ ଆପଣ ଆପଣମାନଙ୍କ ସୁରକ୍ଷା ସହିତ ସଞ୍ଚୟ ଭଳି ଏଲ ଏଇ ସିର ଏହି ପଲିସିକୁ ନେବାକୁ ହେଲେ ଦୈନିକ ୨୮ ଟଙ୍କା ଦେବାକୁ ହେବ।

Leave a Reply

Your email address will not be published. Required fields are marked *