କାଳିଆର ଲୀଳା – ଏହି ଭକ୍ତ ପାଇଁ ଆଜି ମଧ୍ୟ ଅଧାରେ ଅଟକି ଯାଏ କାଳିଆର ନନ୍ଦିଘୋଷ ରଥ – ନିଶ୍ଚୟ ପଢନ୍ତୁ ଏହି କାହାଣୀ

Spread the love

ତେବେ ଆମେ ସମସ୍ତେ ଭଗବାନ ଜଗନ୍ନାଥଙ୍କ ଅନେକ ଲୀଳା ବିଷୟରେ ଜାଣି ଥାଉ।ତେବେ ଆମେ ବର୍ତ୍ତମାନ ଏପରି ଏକ ଭକ୍ତଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କର ଭକ୍ତି ଏତେ ଅଧିକ ଥିଲା ଯେ ଆଜି ମଧ୍ୟ ରଥଯାତ୍ରା ସମୟରେ ତାଙ୍କ ସମାଧି ନିକଟରେ ରଥ ଅଟକି ଯାଇଥାଏ।ଅନେକ ବର୍ଷ ତଳେ ଲାଲବାଗ ନାମକ ଜଣେ ସେନା ଅଧିକାରୀ କଟକରୁ ପୁରୀ ଆସୁଥିଲେ।କିନ୍ତୁ ସେ ମାର୍ଗରେ ଆସୁଥିବା ବେଳେ କିଛି ନାରୀ ମାନଙ୍କୁ ଏକ ପୋଖରୀରେ ଗାଧୋଉଥିବାର ଦେଖିଲେ।

ଏହାପରେ ତାଙ୍କୁ ଦେଖିବା ପରେ ସମସ୍ତେ ଦୌଡ଼ି ପଳାଇବାକୁ ଲାଗିଲେ।ମାତ୍ର ଜଣେ ବିଧବା ବ୍ରାହ୍ମଣ ମହିଳା ତାଙ୍କୁ ଦେଖି ପଳାଇ ଯିବାରେ ସଫଳ ହେଲେ ନାହିଁ।ଏହା ପରେ ସେହି ମହିଳା ଜଣଙ୍କ କହିଲେ କି ମୁଁ ଜଣେ ବାଲ୍ୟ ବିବାହିତା ବ୍ରାହ୍ମଣ ମହିଳା ତେବେ ଏହା ସହିତ ସେ ତାଙ୍କୁ ଛାଡ଼ିଦେବା ପାଇଁ ଆକୁଳ ନିବେଦନ କଲେ।ମାତ୍ର ଲାଲବାଗ ତାଙ୍କୁ ନିଜ ସହିତ ଅପହରଣ କରି ନେଇ ଯାଇଥିଲେ।

ଏହାପରେ ସେ ତାଙ୍କୁ ବିବାହ କରିଥିଲେ ଓ ତାଙ୍କର ଧର୍ମ ପରିବର୍ତ୍ତନ କରି ତାଙ୍କର ନାମ ଫତିମା ରଖିଥିଲେ।ଏହାପରେ ତାଙ୍କ ପାଖରୁ ତାଙ୍କର ପାଞ୍ଚଟି ସନ୍ତାନ ଜାତ ହୋଇଥିଲେ।ସେହି ସମସ୍ତ ସନ୍ତାନ ମଧ୍ୟରୁ କେବଳ ଜଣେ ସନ୍ତାନ ଜୀବିତ ରହିଥିଲେ ଓ ବାକି ସମସ୍ତ ସନ୍ତାନଙ୍କ ମୃତ୍ୟୁ ହୋଇ ଯାଇଥିଲା।ସେହି ଜୀବିତ ଥିବା ସନ୍ତାନ ଜଣକ ହେଉଛନ୍ତି ସାଲବେଗ।

ତେବେ ସେ ମଧ୍ୟ ନିଜ ପିତାଙ୍କ ଭଳି ଯୁଦ୍ଧ କଳା ଶିକ୍ଷା କରିବାକୁ ଲାଗିଲେ ଓ ନିଜର ପିତାଙ୍କ ସହିତ ଯୁଦ୍ଧକୁ ଯିବାକୁ ଲାଗିଲେ।ଏହାପରେ ସେ ଅନେକ ଯୁଦ୍ଧ ଲଢ଼ିବା ପରେ ଥରେ ଅଚାନକ ଏକ ଯୁଦ୍ଧରେ ତାଙ୍କର ପିତା ଓ ସେ ଅନେକ ଆଘାତ ପାଇଥିଲେ।ଫଳରେ ସାଲବେଗଙ୍କ ମାତା ଉଭୟଙ୍କର ସେବା କରିବାକୁ ଆରମ୍ଭ କଲେ।ଏହାପରେ କିନ୍ତୁ ଲାଲବାଗଙ୍କ ମୃତ୍ୟୁ ହୋଇଗଲା।ଏହ ସହିତ ସାଲବେଗଙ୍କ ଶରୀର ମଧ୍ୟ ସୁସ୍ଥ ହେଲା ନାହିଁ।

ଏହାପରେ ତାଙ୍କର ମାତା ଯିଏକି ପୂର୍ବରୁ ଜଣେ ବ୍ରାହ୍ମଣ ଥିଲେ ସେ ସାଲବେଗଙ୍କୁ ଭଗବାନ ଜଗନ୍ନାଥଙ୍କ ମହିମା ବିଷୟରେ ଅନେକ କଥା କହିଥିଲେ।ଏହାପରେ ସାଲବେଗ ତୁରନ୍ତ ପ୍ରତିଦିନ ଭଗବାନ ଜଗନ୍ନାଥଙ୍କୁ ଉପାସନା କରିବା ଆରମ୍ଭ କଲେ।

ଏହାପରେ ଦିନେ ଭଗବାନ ଜଗନ୍ନାଥ ତାଙ୍କ ସ୍ୱପ୍ନରେ ଆସି ତାଙ୍କୁ ଏକ ବିଭୂତିରେ ପୂର୍ଣ୍ଣ ପାତ୍ର ଦେଇ କହିଥିଲେ ଏହାକୁ ନିଜର କ୍ଷତରେ ଲଗାଇବା ଫଳରେ ତୁମେ ସୁସ୍ଥ ହୋଇ ପାରିବ।ତେବେ ସେ ଯେତେବେଳେ ନିଦରୁ ଉଠିଲେ ସେ ଦେଖିଲେ କି ତାଙ୍କ ପାଖରେ ଏକ ପାତ୍ର ଥୁଆ ହୋଇଛି ଯେଉଁଥିରେ ବିଭୂତି ପୂର୍ଣ୍ଣ ଅଛି।

ଏହାପରେ ସେ ଏହାକୁ ବ୍ୟବହାର କରି ସୁସ୍ଥ ହୋଇଗଲେ ଓ ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଇ ସେଠାରେ ରଥଯାତ୍ରା,ଚନ୍ଦନଯାତ୍ରା ଭଳି ପର୍ବରେ ଯୋଗ ଦେଲେ।ଏହାପରେ ସେ ନିଜର ଘରକୁ ଫେରି ଯାଇଥିଲେ।କିନ୍ତୁ ସେ ଯେତେବେଳେ ପୁଣି ରଥଯାତ୍ରା ଦେଖିବାକୁ ବାହାରିଲେ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଲା।

ଯେପରିକି ତାଙ୍କ ଘରଠାରୁ ପୁରୀର ଦୂରତା ଥିଲା ୧୨୦୦ କିମି।ତେବେ ସେ ଭାବିଥିଲେ ସେ ପୁରୀରେ ପହଞ୍ଚିବା ବେଳକୁ ରଥଯାତ୍ରା ଶେଷ ହୋଇଯାଇଥିବ।ମାତ୍ର ସେ ପହଞ୍ଚିଲା ପରେ ଦେଖିଲେ କି ଭଗବାନ ତାଙ୍କୁ ଅପେକ୍ଷା କରି ରଥ ସହିତ ଛିଡା ହୋଇଛନ୍ତି।ତେବେ ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ସମସ୍ତେ ଭକ୍ତ ସାଲବେଗଙ୍କ ଜୟକାର କରିଥିଲେ।

Leave a Reply

Your email address will not be published. Required fields are marked *