ସାପ କାମୁଡ଼ିଲେ (Snake Bite) କଣ ଉପାୟ କରିବେ,ଏହି ପ୍ରାଥମିକ ଉପାୟ କରିଲେ ବଞ୍ଚିପାରିବ ଜୀବନ,ବର୍ଷା ଦିନରେ ଏହି କଥା ଜାଣିବା ଦରକାର – NB SINGH

Spread the love

ଆମ ଭାରତରେ ଅନେକ ଲୋକ ସାପ କାମୁଡାରେ ମୃତ୍ୟୁ ବରଣ କରିଥାନ୍ତି।ଏହା ସହିତ ଆମ ଭାରତରେ ବର୍ଷା ଋତୁ ସମୟରେ ଅନେକ ଲୋକ ଏହିପରି ଭାବରେ ସାପ କାମୁଡାରେ ଆକ୍ରାନ୍ତ ହୋଇଥାନ୍ତି।ତେବେ ସୂଚନା ଅନୁସାରେ ପ୍ରାୟ ଆମ ଭାରତରେ ୨୦୧୯-୨୦ ମସିହାରେ ପ୍ରାୟ ୫୮ ହଜାରରୁ ପ୍ରାୟ ୬୦ ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି।

ତେବେ ଏହି ସାପ କାମୁଡାରେ ମୃତ୍ୟୁ ବରଣ କରୁଥିବା ଲୋକମାନେ ତୁରନ୍ତ ଆସୁ ଚିକିତ୍ସା ନ ପାଇ ପାରିବା ଫଳରେ ସେମାନେ ଏହି ପରି ଭାବରେ ମୃତ୍ୟୁ ମୁଖରେ ପଡିଥାନ୍ତି।ତେବେ ସାପ କାମୁଡିବା ପରେ କାମୁଡ଼ିଥିବା ସ୍ଥାନରେ ଦୁଇଟି ଛୋଟ ଖଣ୍ଡିଆ ଭଳି ହୋଇ ଯାଇଥାଏ।ଏହା ସହିତ ସାପ କାମୁଡିବା ସ୍ଥାନରେ କିଛି କିଛି ରକ୍ତ ମଧ୍ୟ ବାହାରି ଥାଏ।

ତେବେ ଏହି ପରି ଭାବରେ ହେବା ଫଳରେ ଆପଣ ତୁରନ୍ତ ଚିକିତ୍ସା ନେବା ଆବଶ୍ୟକ।ତେବେ ବିଷାକ୍ତ ସାପ କାମୁଡିଛି ନା ନାହିଁ ଏହା ଜାଣିବା ପାଇଁ ପ୍ରଥମେ ରୋଗୀର ଶରୀରରୁ କିଛି ରକ୍ତ ନିଆ ଯାଇଥାଏ।ଏହା ପରେ ସେହି ରକ୍ତକୁ କିଛି ସମୟ ରଖିବା ପରେ ଯଦି ସେହି ରକ୍ତ ଜମାଟ ନ ବାନ୍ଧେ ତେବେ ଏହା ଜାଣିବା ଆବଶ୍ୟକ କି ସେହି ରୋଗୀକୁ ଏକ ବିଷାକ୍ତ ସାପ କାମୁଡିଛି।

ତେବେ ଯଦି ରକ୍ତ ଗୋଟିଏ ସ୍ଥାନରେ ବସିଯାଏ ତେବେ ଏହା ଜାଣିବା ଆବଶ୍ୟକ କି ସେହି ରୋଗୀଙ୍କୁ ଯେଉଁ ସାପ କମୁଡ଼ିଛି ତାହା କୌଣସି ବିଷାକ୍ତ ସାପ ନୁହେଁ।ତେବେ ସାପ କାମୁଡିବା ପରେ ତୁରନ୍ତ ସାପ କାମୁଡ଼ିଥିବା ସ୍ଥାନର ଅଳ୍ପ ଉପରେ ଏକ କପଡା ବାନ୍ଧିଦେବା ଆବଶ୍ୟକ।ଯାହା ଫଳରେ ସେହି ସାପର ବିଷ ଅଧିକ ମାତ୍ରାରେ ରୋଗୀର ଶରୀର ମଧ୍ୟରେ ଯେପରି ନ ମିଶିବ।

ତେବେ ଏପରି କରିବା ପରେ ଆପଣ ତୁରନ୍ତ ସେହି ରୋଗୀକୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରି ଦିଅନ୍ତୁ।ଯାହା ଫଳରେ ଚିକିତ୍ସକ ରୋଗୀର ଲକ୍ଷଣ ଅନୁସାରେ ସେହି ରୋଗୀର ଚିକିତ୍ସା କରି ପାରିବେ।ତେବେ ଯଦି କୌଣସି ବିଷଧର ସାପ ନ କାମୁଡ଼ିଛି ତେବେ ଅଧିକ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।ତେବେ ସାପ କାମୁଡିବା ପରେ ଅଧିକାଂଶ ବ୍ୟକ୍ତିଙ୍କର ସେମାନଙ୍କର ଭୟ କାରଣରୁ ମୃତ୍ୟୁ ହୋଇ ଯାଇଥାଏ।

ତେବେ ସାପ କାମୁଡିବା ପରେ ଭୟଭୀତ ନ ହୋଇ ତୁରନ୍ତ ଚିକିତ୍ସାଳୟରେ ଯାଇ ପହଞ୍ଚିବା ଆବଶ୍ୟକ।ଏହା ସହିତ ଆବଶ୍ୟକ ଅନୁସାରେ ଚିକିତ୍ସା କରିବା ଫଳରେ ସେହି ବ୍ୟକ୍ତିର ଜୀବନ ବଞ୍ଚାଯାଇ ପାରିବ।ତେବେ ଏହା ସହିତ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସାପ କାମୁଡିବା ପରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡ଼ା ଫୁଙ୍କା କରୁଥିବା ଲୋକ ପାଖକୁ ଚାଲି ଯାଇଥାନ୍ତି।

ଏପରି କରିବା ଫଳରେ ରୋଗୀକୁ ବଞ୍ଚାଇବା ପାଇଁ ଯେଉଁ ମୂଲ୍ୟବାନ ସମୟ ଦରକାର ଥିଲା ତାହା ନଷ୍ଟ ହୋଇ ଯାଇଥାଏ।ସେଥିପାଇଁ ସାପ କାମୁଡିବା ପରେ କେବେ ମଧ୍ୟ ଅଧିକ ଭୟଭୀତ ନ ହୋଇ ସାହସର ସହିତ ଏହି ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ।ଯାହା ଫଳରେ ସେହି ରୋଗୀକୁ ବଞ୍ଚାଜାଇ ପାରିବ।

Leave a Reply

Your email address will not be published. Required fields are marked *