ପ୍ରଭୁ ଗଣେଶଙ୍କ ପୂଜା Visarjan ରାତିର ଭୟଙ୍କର ଘଟଣା,ଆମ ସାଙ୍ଗ ମାନକ ସହ ଯାହା ଘଟିଲା ଜାଣିଲେ ରାତିରେ ବାହାରିବା ପାଇଁ ଡରିବେ ଆପଣ

Spread the love

ଆଜି ଆମେ ଆପଣଙ୍କ ପାଖରେ ଯେଉଁ କଥା କହିବାକୁ ଯାଉଛୁ ତାହା ହୁଏତ ଆପଣଙ୍କ ପାଇଁ ବହୁତ ଅଧିକ ଭୟାନକ ହେଇପାରେ।ତେବେ ଏହି ଘଟଣା ବାବଦରେ ଆମର କୋରାପୁଟ ର ଜଣେ ଦର୍ଶକ କହିଲେ ଆଉ ତାହା ସେ ଆମକୁ ସେଣ୍ଡ କଲେ।ତାଙ୍କ ନାଁଟି ହେଉଛି ଅଟୋ ଡ୍ରାଇଭର ରାଜୁ।ତାଙ୍କ ସହ ଏହି ଘଟଣା ଯିବା ରାସ୍ତାରେ ଘଟି ଯାଇଥିଲା ଆଉ ତାହା ଶୁଣିବା ପରେ ଆମ ମାନଙ୍କ ରୁମ ମୁଳି ଟାଙ୍କୁରି ଉଠିବ।ଏହା ଅତ୍ୟନ୍ତ ଭୟାନକ ଅଟେ ଆଉ ଶୁଣିବା ପରେ ହୁଏତ ଆପଣ ଡରିଯାଇପାରନ୍ତି।

ତେବେ ଅଟୋ ଡ୍ରାଇଭର ରାଜୁ ଆଉ ତାଙ୍କ ସାଙ୍ଗମାନେ ଭଗବାନ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବାହାରି ପଡ଼ିଥିଲେ ଆଉ ରହିବା ବାଟରେ ସେ ନିଜର ଅଟୋ ଠିଆ କରି ତାଙ୍କ ସାଙ୍ଗ ମାନେ ଘରକୁ ଯିବାକୁ ବାହାରି ପଡ଼ିଥିଲେ।ଏହାପରେ ସୁନସାନ ରାସ୍ତାରେ ମଧ୍ୟ ରାଜୁ ତା ଘରକୁ ଯିବା ଆରମ୍ଭ କରିଥିଲା।ତେବେ ମଝି ବାଟରେ କେହି ଜଣେ ତାଙ୍କୁ ତାଙ୍କ ଅଟୋ ଅଟକାଇବା ପାଇଁ ହାତ ଠାରି ଥିଲେ।

ସେହି ଲୋକଙ୍କ ନାମ ଥିଲା ସନ୍ତୋଷ ଆଉ ତାହାପରେ ରାଜୁ ସନ୍ତୋଷଙ୍କୁ ତାଙ୍କ ଘର ଆଡ଼କୁ ପହଞ୍ଚାଇ ଥିଲେ।ଏହାପରେ ବାଟରେ ସନ୍ତୋଷ ରାଜୁଙ୍କୁ ପଚାରିଲେ,” ଆପଣ ଏତେ ରାତିରେ ଅଟୋ ଚଳାଉଛନ୍ତି ଆପଣଙ୍କୁ ଡର ଲାଗୁନାହିଁ?” ତ ରାଜୁ ଏହାର ଜବାବରେ କହିଲେ କି ମୋତେ ଡର ଲାଗେନା ମାତ୍ର ଥରେ ଏକ ଘଟଣା ହେଲା ଯାହା କି ମୋତେ ଡରେଇଦେଲା।

ଏହା ଭାବିଲେ ବି ମୋ ଦେହ ଥରି ଉଠେ।ତେବେ ରାଜୁ କହିଲା କି ,” ମୁ ଏହି ରାସ୍ତାରେ ଯାଉଥିଲି ଆଉ ରାତି ପ୍ରାୟ ୧୨.୩୦ରେ ଜଣେ ମହିଳା ମୋ ଅଟୋ ଅଟକାଇଲେ।ସେ ବହୁତ ବିଚଳିତ ଥିଲେ ଆଉ ତାଙ୍କ ନିର୍ଦ୍ଧାରିତ ଠିକଣାରେ ପହଞ୍ଚାଇବା ପାଇଁ କହିଲେ।ଏହାପରେ ମୁ ଦେଖିଲି କି ତାଙ୍କ ଘର ସାମନାରେ ମୋ ଅଟୋ ରହିବା ପରେ ସେ ଚାଲି ଚାଲି ତାଙ୍କ ଘରକୁ ଯିବା ଆରମ୍ଭ କଲେ।

ମୁଁ ତାଙ୍କୁ ଭଡା ମାଗିଲି ମାତ୍ର ସେ କିଛି ନକହି ଘରକୁ ଚାଲିଲେ। ଏହାପରେ ମୁଁ ତାଙ୍କ ଘରେ ପହଞ୍ଚୀ କବାଟ ବଡେଇଲି। ଜଣେ ବୁଢ଼ୀ ମହିଳା ବାହାରିଲେ ଆଉ ମୋତେ ଟଙ୍କା ଦେଲେ ଆଶ୍ଚର୍ଯ୍ୟ କଥା ଏହା କି ସେ ସେତିକି ହି ଟଙ୍କା ଦେଲେ ଯେତିକି ମୋତେ ଦରକାର ଥିଲା।ତେବେ ତାଙ୍କୁ ପଚାରିବାରୁ ସେ କହିଲେ କି ଆଉ କେବେ ବି ସେହି ମହିଳାକୁ ନିଜ ଅଟୋରେ ବସେଇବୁ ନାହିଁ।

ଏହା ବାବଦରେ ତାହା ପରଦିନ ମୁ ନିଜ ସାଥି ଅଟୋବାଲାଙ୍କୁ କହିବା ଦ୍ୱାରା ସେ କହିଲେ କି ସେହି ମହିଳା ଜଣକ ଜଣେ ଅତୃପ୍ତ ଆତ୍ମା ଥିଲେ।ଏହା ଭିତରେ ହିଁ ସନ୍ତୋଷଙ୍କ ଘର ଆସିଲା ଆଉ ରାକୁ ପୁଣି କହିଲା, ” ମୋ କାହାଣୀ ବୋଧେ ଭଲ ଲାଗିଲା ନାହିଁ ଏବଂ ଆପଣ କିଛି କହିଲେନାହିଁ ଯେ।ତେବେ ଏହା ପରେ ସେ ପଛକୁ ମୋଡି ଗଲା ଓ ଦେଖିଲା କି ତା ଅଟୋରେ କେହି ନଥିଲେ”।ତେବେ ଏହା ସମ୍ପୂର୍ଣ କାଳ୍ପନିକ ଅଟେ,ଏହାର କୌଣସି ସତ୍ୟତା ନାହିଁ ଏହା ଏକ ମନଗଢା ମନୋରଞ୍ଜନ ଧର୍ମୀ କାହାଣୀ ଅଟେ

Leave a Reply

Your email address will not be published. Required fields are marked *