Bhubaneswar ଭଡ଼ା ଘରେ ସେଦିନ ରାତିରେ ଯାହା ଘଟିଲା ଜାଣିଲେ ଭୟରେ ଆପଣଙ୍କ ଛାତି ଥରି ଉଠିବ,କମଜୋର ହୃଦୟ ଵାଲା ଦୁରେଇ ରୁହନ୍ତୁ

Spread the love

ଆଶିଷ ନାମକ ଜଣେ ଯୁବକକୁ ମାତ୍ର ୨ ମାସ ହୋଇଥାଏ ସେ ଭୁବନେଶ୍ୱର ଆସିଥାଏ।ସେ ଭୁବନେଶ୍ଵରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରେ।ଏହା ସହିତ ସେ ସେଠାରେ ନିଜର ବନ୍ଧୁ ସହିତ ରହିଥାଏ।କିନ୍ତୁ ଘରୋଇ କମ୍ପାନୀ ହୋଇ ଥିବାରୁ ସେଠାରେ ତାକୁ ଅଧିକ ଟଙ୍କା ଦରମା ମିଳେ ନାହିଁ।ଯାହା ଫଳରେ ସେ ସେଠାରେ ଅଧିକ ଆରାମରେ ଚଳି ପାରେ ନାହିଁ।ସେ ନିଜର ବନ୍ଧୁ ସହିତ ଅନେକ ଦିନ ରହିବା ପରେ ତାକୁ ମଧ୍ୟ ଖରାପ ଲାଗିଲା।ଯାହା ଫଳରେ ସେ ନିଜେ ଏକ ଭଡ଼ା ଘର ଖୋଜିବା ପାଇଁ ବାହାରିଲା।

ଏହାପରେ ଅନେକ ଖୋଜିବା ପରେ ତାକୁ କୌଣସି ଶସ୍ତା ଘର ମିଳିଲା ନାହିଁ।ସବୁ ଘରର ଭଡ଼ା ପ୍ରାୟ ୭-୮ ହଜାର ଟଙ୍କା।ତେବେ ସେ ଅଳ୍ପ ଦରମା ପାଉଥିବାରୁ ତା ପାଇଁ ଏସବୁ ବହୁତ କଷ୍ଟ ଥିଲା।ଫଳରେ ସେ ନିକଟରେ ଗାଉଁଲି ଅଞ୍ଚଳରେ ରହିବା ପାଇଁ ଠିକ କଲା।ଏହାପରେ ସେ ସେଠାରୁ ୧୦ କିମି ଦୂରରେ ଥିବା ଏକ ଗ୍ରାମରେ ଭଡ଼ା ନେବା ପାଇଁ ଠିକ କଲା।ସେ ସେଠାରେ ଯାଇ ଦେଖିଲା ଏକ ଦୁଇ ମହଲା ଘର ଯାହାକି ଭଡ଼ା ଦେବା ପାଇଁ ଲେଖା ଥିଲା।

ଏହାପରେ ସେ ସେଠାରେ ଲେଖା ଥିବା ନମ୍ୱରରେ ଫୋନ କରି ଘର ମାଲିକ ସହ କଥା ହେଲା।ଏହାପରେ ଘର ମାଲିକ ସେଠାକୁ ଆସି ତାକୁ ସମସ୍ତ ଘର ଦେଖାଇ ଦେଲା।ଘରଟି ବହୁତ ସୁନ୍ଦର ମଧ୍ୟ ହୋଇଥିଲା।ଏହା ସହିତ ଭଡ଼ା ମାତ୍ର ୪ ହଜାର ଟଙ୍କା ଥିଲା।ଯାହା ଅନ୍ୟ ସମସ୍ତ ଘର ତୁଳନାରେ ବହୁତ କମ ଥିଲା।ଏହାପରେ ସେ ସେଠାରେ ରହିବା ପାଇଁ ନିଜର ସମସ୍ତ ଜିନିଷ ନେଇ ଆସିଲା।

ସେଦିନ ସମସ୍ତ ଜିନିଷ ସଜାଡି ରଖିବା ପରେ ରାତି ପ୍ରାୟ ୧୧ ହୋଇ ଯାଇଥିଲା।ଏହାପରେ ସେ କିଛି ଚିନ୍ତା ନ କରି ଶୋଇପଡ଼ିଲା।ସେ ସେଦିନ ଏକ ଚଉକି ଉପରେ ସୋଇ ପଡିଥିଲା।କିନ୍ତୁ ରାତି ୧ ସମୟରେ ସେ ଅଚାନକ ତଳେ ଗଳି ପଡ଼ିଲା।ତାକୁ ଏପରି ଲାଗିଲା କି କେହି ଜଣେ ତାକୁ ଧକ୍କା ଦେଇଦେଲା।ଏହାପରେ ସେ ଭାବିଲା ସେ ଭୁଲରେ ଗଳି ପଡ଼ିଥିବ।ଏହାପରେ ସେ ସେଠାରେ ଯାଇ ନିଜର ଖଟ ଉପରେ ଶୋଇ ପଡ଼ିଲା।

ଏହାପରେ ସେ ତାର ପରଦିନ ଅଫିସ ଚାଲିଗଲା।କିନ୍ତୁ ସେ ଫେରିଲା ପରେ ଦେଖିଲା କି ତାର ସମସ୍ତ ଜିନିଷ ଏଣେ ତେଣେ ପଡ଼ିଛି।ସେ କିଛି ବୁଝି ପାରିଲା ନାହିଁ ସେ ଭାବିଲା ହୁଏତ କୌଣସି ବିଲେଇ ଏହା କରିଛି।ଏହାପରେ ସେ ସେଦିନ ରାତିରେ ଶୋଇବା ସମୟରେ ନିଜର ଘରର ଉପର ମହଲାରେ କୌଣସି ବ୍ୟକ୍ତିକୁ ଚାଲିବାର ଶବ୍ଦ ଶୁଣିବାକୁ ପାଇଲା

।ଏହାପରେ ସେ ତାର ପରଦିନ ରାତିରେ ନିଜର ଗାଧୁଆଘରେ କୌଣସି ଏକ ଝିଅକୁ କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଲା।ଏବେ ସେ ଜାଣି ଯାଇଥିଲା କି ଏହା କୌଣସି ଏକ ଆତ୍ମାର କାମ।ଏହାପରେ ସେ ସେଦିନ ରାତିରେ ସେହି ଘର ଛାଡ଼ି ନିଜର ବନ୍ଧୁଙ୍କ ପାଖକୁ ଚାଲିଗଲା।ଏହାପରେ ସେ ତାର ପରଦିନ ଘରର ମାଲିକକୁ ପଚାରିଲା।

ସେ କହିଲେ କି ସେଠାରେ ଦୁଇଜଣ ଝିଅ ରହୁଥିଲେ ସେମାନଙ୍କ ମଧ୍ୟରୁ ଜଣେ ସେଠାରେ ଆତ୍ମହତ୍ୟା କରି ଦେଇଥିଲା।ଯାହା ଫଳରେ ତାର ଆତ୍ମା ସେଠାରେ ବୁଲୁଛି।ଏହାପରେ ଆଶିଷ ତୁରନ୍ତ ସେହି ଘର ଛାଡ଼ି ସେଠାରୁ ଅନ୍ୟ ଘରକୁ ଚାଲିଗଲେ।ତେବେ ଏଠାରେ ସ୍ପଷ୍ଟ କରଦଉ କି ଏହା ସତ୍ୟ ଘଟଣା କି ନୁହଁ ଆମେ ସମ୍ପୂର୍ଣ୍ଣ ସହମତ ନୁହଁ,ଆମେ ଭୁତ ରେ ବିଶ୍ୱାସ କରୁ ନାହୁଁ ଏହି ଲେଖା ଗୁଡିକ ଆମେ ସଂଗ୍ରହ କରିଛୁ

Leave a Reply

Your email address will not be published. Required fields are marked *