ଶ୍ରାବଣ ମାସରେ ଏହାକୁ ଅର୍ପଣ କରନ୍ତୁ ଶିବ ଲିଙ୍ଗରେ – ମହାଦେବ ଆପାଣାଙ୍କ ଉପରେ ଜୀବନସାରା ଖୁସି ହେଇଯିବେ ଓ ମନ ଚାହିଁ ଇଚ୍ଛା ଗୁଡିକ ପୂରଣ କରିବେ

Spread the love

ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ମାସ ଏହି ମାସରେ ଭଗବାନ ଶିବଙ୍କର ଅନେକ ପୂଜାର୍ଚ୍ଚନା କରାଯାଇଥାଏ।ଏହା ସହିତ ଭଗବାନ ଶିବଙ୍କୁ ଏହି ମାସରେ ଭକ୍ତମାନେ ନିଜର ଇଚ୍ଛା ଜଣାଇ ଥାଆନ୍ତି ଓ ଭଗବାନ ଶିବଙ୍କ ଉପରେ ସେମାନଙ୍କ ଇଚ୍ଛା ପୂରଣ ନିମନ୍ତେ ଜଳ ଢାଳି ଥାଆନ୍ତି।ତେବେ ଆମେ ବର୍ତ୍ତମାନ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ସମ୍ପର୍କରେ ଆଲୋଚନା କରିବା।କାରଣ ଯିଏ ଭଗବାନ ଶିବଙ୍କୁ ପ୍ରସନ୍ନ କରିପାରିବ ସେ ନିଜ ଜୀବନରେ ଥିବା ସମସ୍ତ ଦୁଃଖକୁ ଦୂର କରି ପାରିବ।

ଯଦି ଆପଣ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବେ ତେବେ ଆପଣଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ ଏହା ସହିତ ଭଗବାନ ଶିବ ଆପଣଙ୍କ ଉପରେ ନିଜର କୃପା ଦୃଷ୍ଟି ପାକାଇବେ।ଏହା ସହିତ ଯଦି ଆପଣ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରିବେ ଓ ଭଗବାନ ଶିବଙ୍କ ନାମକୁ ୧୦୮ ଥର ଜପ କରିବେ ତେବେ ଭଗବାନ ଶିବ ଆପଣଙ୍କ ଉପରେ ଆସୁଥିବା ସମସ୍ତ ବିପଦକୁ ହରଣ କରିବେ ଓ ଆପଣଙ୍କୁ ସେହି ବିପଦରୁ ରକ୍ଷା କରିବେ।

ଯଦି ଆପଣ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଭଗବାନ ଶିବଙ୍କ ଉପରେ ଚିନି ଅର୍ପଣ କରିବେ ତେବେ ଭଗବାନ ଶିବ ଆପଣଙ୍କ ପରିବାର ଉପରେ ନିଜର କୃପା ଦୃଷ୍ଟି ପକାଇବେ ଓ ଆପଣଙ୍କୁ ସମସ୍ତ ପ୍ରକାରର ଅସୁବିଧାରେ ସହାୟତା କରିବେ।ଏହା ସହିତ ଯଦି ଆପଣ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଭଗବାନ ଶିବଙ୍କ ଉପରେ ଘିଅ ଅର୍ପଣ କରନ୍ତି ତେବେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବ ଓ ଆପଣ ଯଦି ସନ୍ତାନ ପ୍ରାପ୍ତି କରି ପାରୁ ନାହାଁନ୍ତି ତେବେ ଆପଣଙ୍କର ଏହି ସମସ୍ୟାର ଅନ୍ତ ହୋଇଯିବ।

ଯଦି ଆପଣ କୌଣସି ଛୋଟ ଛୋଟ କଥାରେ କ୍ରୋଧିତ ହେଇ ଯାଉଛନ୍ତି ଓ ଆପଣ ନିଜର ବାକ୍ୟ ଫଳରେ ନିଜର ଲୋକଙ୍କୁ ଆଘାତ ଦେଉଛନ୍ତି ଓ ଆପଣ ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଓ ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଚାହୁଁଛନ୍ତି ଟି ଆପଣ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଭଗବାନ ଶିବଙ୍କୁ ମହୁ ଅର୍ପଣ କରନ୍ତୁ।

ଏହା ସହିତ ଆପଣ ଯଦି ଆପଣ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଭଗବାନ ଶିବଙ୍କୁ ଭାଙ୍ଗ ଅର୍ପଣ କରିବେ ତେବେ ଭଗବାନ ଶିବ ଆପଣଙ୍କ ସମସ୍ତ ଦୁଃଖ ହରଣ କରିବେ।ଏହା ସହିତ ଯଦି ଆପଣ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଭଗବାନ ଶିବଙ୍କୁ ଚନ୍ଦନ ଅର୍ପଣ କରିବେ ତେବେ ଆପଣଙ୍କର ସମସ୍ତ ସମସ୍ୟା ଶେଷ ହୋଇଯିବ ଓ ଭଗବାନ ଶିବ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ହେବେ।

ଆମେ ଭଗବାନ ଶିବଙ୍କ ଉପରେ ଯଦି ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ କେଶର ଅର୍ପଣ କରିବା ତେବେ ଭଗବାନ ଶିବ ଆମ ଉପରେ ନିଜର କୃପାଦୃଷ୍ଟି ପକାଇବେ ଓ ଆମର ସମସ୍ତ ଦୁଃଖ କଷ୍ଟ ସେ ହରଣ କରିବେ।

Leave a Reply

Your email address will not be published. Required fields are marked *