ବୋଲ ବମଙ୍କ ଉପରେ ଏହି ଅପ୍ରିୟ ସତ୍ୟତା ଜଣାନ୍ତୁ – କଣ ଲେଖା ହେଇଚି ମାଳିକା ରେ ବୋଲ ବମଙ୍କ ବିଷୟରେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ମାଳିକା ବିଷୟରେ କିଛି ତଥ୍ୟ।ତେବେ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣ ଦେଖୁଥିବେ ବର୍ତ୍ତମାନ ସମୟରେ ବୋଲ ବମ ଚାଲିଛି।ଆପଣ ଏହା ମଧ୍ୟ ଜାଣିଛନ୍ତି ଆମ ଉତ୍କଳ ପ୍ରଦେଶ ଏବଂ ଆମ ମାନଙ୍କ ନିୟମ ଅନୁସାରେ ୧୨ ମାସରେ ୧୩ ପର୍ବ ହୋଇଥାଏ।ଏବଂ ଏହାକୁ ଲୋକ ଖୁବ ଧୂମ ଧାମରେ ପାଳନ କରିଥାନ୍ତି।

ଶୟନ ପୂର୍ଣ୍ଣିମା ଦିନ ଠାକୁରଙ୍କୁ ପଣା ପାଣି ଦେଇ ସମସ୍ତ ଦେବା ଦେବୀ ମାନଙ୍କୁ ଶୋଇବାକୁ ଦେଇ ପ୍ରଭୁ ଶୟନ କରିଥାନ୍ତି।ଭଗବାନ ଶିବ ମଧ୍ୟ ଶୟନ କରିଥାନ୍ତି।ମାନ୍ୟତା ଅନୁସାରେ ଭଗବାନ ଶିଵ ଚତୁର୍ଦ୍ଦଶୀ ଦିନ ଶୟନ କରିଥାନ୍ତି।ଏହାପରେ ଆମର ଏକ ନୂତନ ଧର୍ମ ସୃଷ୍ଟି ହୋଇଯାଇଛି।ଏହା ଆମ ଉତ୍କଳର ଧର୍ମ ନୁହେଁ।ଆମେ ଏହାପରେ ଆଣି ପ୍ରଭୁଙ୍କ ଉପରେ ପାଣି ପକାଇଲେ।ଲେଖା ହେଇଛି ସମସ୍ତେ ହୋଇବେ ଆଚାର ହୀନ।ଏବଂ ସମସ୍ତେ ବେଦ ଶାସ୍ତ୍ରକୁ ଦୁରେ ତେଜିବେ।ଓ ସମସ୍ତେ ଫିରିଙ୍ଗି ବେଶ ହୋଇବେ।

ଏଠାରେ କହିବା ଅନୁସାରେ ବୋଲ ବମ ବେଶକୁ ଫିରିଙ୍ଗି ବେଶ କୁହାଯାଇଛି।ସେହି ମାସ ସାରିଗଲେ ଅଭକ୍ଷ ମାନେ କରିବେ ଭକ୍ଷଣ।ସମସ୍ତେ ମାଛ, ମାଂସ, ଅଣ୍ଡା, କୁକୁଡ଼ା ଖାଇବେ।ସମସ୍ତେ ମଦ୍ୟ ପାନ ମଧ୍ୟ କରିବେ।ନର ଅଂଶରେ ଦୈତ୍ୟ ଜନ୍ମ ନେବେ।ରାକ୍ଷସ ଜନ୍ମ ହେଲେ ସିନା ଶେଷ ହେବ।ଏହା ସବୁ ରକ୍ଷାସ ଆରମ୍ଭ ହେବାପାଇଁ ସବୁ କିଛି ଆରମ୍ଭ କରାଯାଉଛି।ପ୍ରଭୁ ମଧ୍ୟ ସେହି ରାକ୍ଷସଙ୍କୁ ବର ଦିଅନ୍ତି।ଏହି ସବୁ କଥା ମାଲିକା ଗ୍ରନ୍ଥରେ ଲେଖା ଯାଇଛି।ଏବଂ ଅନେକ ପୋଥିରେ ଲେଖା ହୋଇଛି।

ତିନି ଖଣ୍ଡ ପୋଥି ପାଖା ପାଖି ୨୫ରୁ ୩୦ ବର୍ଷ ହେବ ମିଳିଥିଲା ଅଷ୍ଟଶଙ୍ଖ ନାଳରୁ।ତାହାକୁ ଵୋଧ ହୁଏ କେହି ଜଣେ ଭସେଇଦେଇଥିଲେ ସେଠାରେ ଏବଂ ବାବା ଯେବେ ସେଠାକୁ ତାଙ୍କୁ ସେହିଠାରେ ସେହି ପୋଥି ମିଳିଥିଲା।ଏବଂ ସେହି ପୋଥି କୌଣସି ପ୍ରକାରରେ ନଷ୍ଟ ହୋଇ ନଥିଲା।ଏବଂ ତାହାକୁ ବହୁତ ଭଲ ଭାବରେ ପଢିହେଉଥିଲା।କିନ୍ତୁ ତାହାକୁ ଜବକାଚ ପକାଇ ପଢିବାକୁ ପଡେ ସେଥିରେ ଅନେକ କଥା ଲେଖା ହୋଇଅଛି।ଏବଂ ମାଲିକା ସମ୍ପର୍କରେ ମଧ୍ୟ ସେହି ପୋଥିରେ ବର୍ଣ୍ଣନା କରାଯାଇଛି।ଏହି ସବୁ ରେ ଏହି କଥା ବର୍ଣ୍ଣନା କରାଯାଇଅଛିଯେ ପୃଥିବୀରେ କଳିଯୁଗର ଅନ୍ତ କିପରି ଭାବରେ ଘଟିବ।

ଅନେକ ପାପ ବଢ଼ିଗଲାଣି ଏହି ଧରାପୃଷ୍ଟରେ।ବାପା ପୁଅର ଶତ୍ରୁ ହେଲେ ପୁଅ ବାପାର ଶତ୍ରୁ।ଭାଇ ମାନେ ମଧ୍ୟ ଭାଇ ମାନଙ୍କ ଶତ୍ରୁ ପାଲଟିଯାଉଛନ୍ତି।କ୍ରୋଧ, ଲୋଭ, ମୋହ ମାୟାରେ ସଂସାର ପରିପୂର୍ଣ୍ଣ ହେବାରେ ଲାଗିଛି।ଯେତେବେଳେ ପାପର ସୀମା ଚରମ ଶିଖରରେ ପହଞ୍ଚିବ ସେତେବେଳେ ଏହି ଧରା ପୃଷ୍ଟରୁ କଳିଯୁଗର ଅନ୍ତ ଘଟିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *