ଗୁଡ଼ି (Kite) ସୂତା ସ୍ତ୍ରୀ ସାମନାରେ ନେଇଗଲା ସ୍ୱାମୀ ଜୀବନ,ଉଜୁଡ଼ିଗଲା ମାତ୍ର ଛ ମାସ ହେବ ହେଇଥିବା ବାହାଘର..ଦେଖନ୍ତୁ Video

Spread the love

ତେବେ ଆମେ ସମସ୍ତେ ପିଲା ମାନଙ୍କୁ ଗୁଡ଼ି ଉଡ଼ାଉ ଥିବାର ଅନେକ ସମୟରେ ଦେଖିଥିବା।ତେବେ ଏହି ଗୁଡ଼ିର ସୂତା କେବେ କାହାର ଜୀବନ ନେଇଯିବ ଏହା ସମ୍ପର୍କରେ ଆମେ କେବେ ଚିନ୍ତା ମଧ୍ୟ କରି ନଥିବା।କିନ୍ତୁ ଏପରି ଭାବରେ ଅନେକ ଥର ଘଟୁଛି।ଏହା ସହିତ ଏହାକୁ ରୋକିବା ପାଇଁ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାଁନ୍ତି।ଏହା ସହିତ ସରକାର ବର୍ତ୍ତମାନ ଏହା ସମ୍ପର୍କରେ ଚିନ୍ତା ମଧ୍ୟ କରୁ ନାହାନ୍ତି।

ତେବେ ଏହି ସୂତା କାରଣରୁ ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଥିବାର ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି।ଏହା ସହିତ ବର୍ତ୍ତମାନ ଏହି ଖବର ଆସିବା ପରେ ଅନେକ ଲୋକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି ହୋଇଛି।ତେବେ ଜୟନ୍ତ ସାମଲ ନାମକ ଜଣେ ବ୍ୟକ୍ତି ବର୍ତ୍ତମାନ କିଛି ଦିନ ତଳେ ବିବାହ କରିଥିଲେ।

ତେବେ ତାଙ୍କର ବିବାହକୁ ଅଧିକ ଦିନ ମଧ୍ୟ ହୋଇ ନଥିଲା।ତେବେ ତାଙ୍କର ବିବାହକୁ ମାତ୍ର ୬ ମାସ ସମୟ ହୋଇଥିଲା।ତେବେ ବିବାହ କରିବା ପରେ ତାଙ୍କ ସହିତ ଏକ ଦୁଃଖଦ ଘଟଣା ଘଟି ଯାଇଛି।ତେବେ ସେ ବିବାହ କରିବା ସହିତ ନିଜର ପତ୍ନୀଙ୍କ ସହିତ ଖୁସୀରେ ଅନେକ ସମୟ ବିତାଉ ଥିଲେ।

ତେବେ ଏହି ସମୟରେ ତାଙ୍କ ସହିତ ଏହିଭଳି ଏକ ଦୁଃଖଦ ଘଟଣା ଘଟି ଯାଇଛି।ତେବେ ସେ ନିଜର ପତ୍ନୀଙ୍କୁ ଧରି ନିଜର କଟକ ସ୍ଥିତ ଶ୍ବଶୁର ଘରକୁ ଯିବାକୁ ବାହାରି ଥିଲେ।ସେହି ସମୟରେ ପିର ବଜାର ପାଖରେ ଅଚାନକ ଭାବରେ ତାଙ୍କର ଗଳାରେ ଏକ ଗୁଡ଼ିର ସୂତା ଆସି ଲାଗି ଯାଇଥିଲା।

ତେବେ ଏହା ଲାଗିବା ପରେ ସେଠାରେ ଯାହା ଘଟିଲା ତାହାକୁ କେହି କେବେ ସ୍ବପ୍ନରେ ମଧ୍ୟ ଚିନ୍ତା କରି ନଥିଲେ।ତେବେ ଏହାପରେ ତାଙ୍କର ବେକ ସେହି ସ୍ଥାନରେ କଟି ଯାଇଥିଲା।ଏହାପରେ ସେ ନିଜର ପତ୍ନୀଙ୍କ ସହିତ ଗାଡିରୁ ପଡ଼ି ଯାଇଥିଲେ।ତେବେ ସେ ଏପରି ଭାବରେ ପଡିବା ପରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇ ଯାଇଥିଲା।

ଏହାପରେ ସେଠାରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ତୁରନ୍ତ ଚିକିତ୍ସାଳୟ ନେଇ ଯାଇଥିଲେ।ତେବେ ସେତେବେଳେକୁ ଅନେକ ଡେରି ହୋଇ ସାରିଥିଲା।ସେହି ସମୟରେ ଚିକିତ୍ସକ ତାଙ୍କୁ ମୃତ ଘୋଷଣା କରି ଦେଇଥିଲେ।ତେବେ ତାଙ୍କର ଜୀବନ ବିନା କାରଣରେ ଚାଲି ଯାଇଥିଲା।ତେବେ ତାଙ୍କର ପରିବାର ଲୋକ ମଧ୍ୟ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି

ଏହା ସହିତ ତାଙ୍କର ପରିବାର ଲୋକ ବର୍ତ୍ତମାନ ଗୁଡ଼ି ଉଡାଉ ଥିବା ବ୍ୟକ୍ତି ମାନଙ୍କ ଉପରେ ଅନେକ କ୍ରୋଧ ପ୍ରକାଶ କରିଛନ୍ତି।ଏହା ସହିତ ସେମାନେ ଗୁଡ଼ି ବିକ୍ରି କରୁଥିବା ଲୋକମାନଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।ଏହା ସହିତ କିଛି ଲୋକ ଏହି ଘଟଣା ପରେ ବର୍ତ୍ତମାନ ଏହି ଗୁଡ଼ି ଉଡାଇବାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାରଙ୍କ ପାଖରେ ନିବେଦନ ମଧ୍ୟ କରିଛନ୍ତି।ତେବେ ସରକାର ବର୍ତ୍ତମାନ ଏହା ଉପରେ କୌଣସି ନିର୍ଦ୍ଧିଷ୍ଟ ନିଷ୍ପତି ମଧ୍ୟ ନେଉ ଥିବାରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି ବୋଲି ଲୋକ କହିଛନ୍ତି।

Leave a Reply

Your email address will not be published. Required fields are marked *