ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟର ଏହି ସମସ୍ତ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା,ଏହି ଜିଲ୍ଲାକୁ ପ୍ରବଳ Rainfall ନେଇ ସତର୍କ ବାଣୀ…

Spread the love

ଆସୁଛି ପୁଣି ଥରେ ବର୍ଷା।ଶୀତର ସାମାନ୍ୟ ଆଶ୍ୱସ୍ତି ମିଳିଛି।କିନ୍ତୁ ପାରଦ ଉପର ମୁହାଁ।ଶୀତର ଲହରୀ କମୂଛି।ରାଜ୍ୟରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ପରେ ଶୀତ କମିଛି।ଗତ ୨୪ ଘଣ୍ଟା ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ଅଛି। ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪.୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଉପକୂଳ ଓଡ଼ିଶାରେ ଏହା ୨.୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଆଗାମୀ ୨ ଦିନ ଯାଏଁ ରାଜ୍ୟର ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ।ଉତ୍ତର ପଶ୍ଚିମ ଦିଗରୁ ପୂର୍ବକୁ ଗତି କରୁଥିବା ଦିଷ୍ଟର୍ବନସ ପ୍ରଭାବରେ ଶୁଷ୍କ ବାୟୁ ଅଞ୍ଚଳରୁ ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ପ୍ରଭାବିତ ହେଉଥିବାରୁ ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ସମ୍ଭାବନା ରହିଛି। କାଲିଠାରୁ ରାଜ୍ୟର ତିନୋଟି ରାଜ୍ୟରେ ହଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

୨୮ରେ ୧୨ ଜିଲ୍ଲାରେ ଓ ୨୯ରେ ୮ଟି ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା ଅନୁମାନ କରିଛି ପାଣିପାଗ ବିଭାଗ।ବର୍ତ୍ତମାନ ପଞ୍ଜାବ,ଦିଲ୍ଲୀ ଓ ରାଜସ୍ଥାନରେ ଟିକିଏ ଟିକିଏ ବର୍ଷା ଆରମ୍ଭ କଲେଣି।କାଲିଠାରୁ ତାର ପ୍ରୋଗ୍ରେସ ପାଥ ଆରମ୍ଭ ହେବ।ଏହା ସେଣ୍ଟ୍ରାଲ ଇଣ୍ଡିଆ ଦେଇ ଓଡ଼ିଶା ପାଖାପାଖି ପହଞ୍ଚିବ।

ଯେଉଁ ସମୟ ଲାଗୁଛି ୨୮ରୁ ୩୦।କାଲିଠାରୁ ଅଳ୍ପ ବର୍ଷା ଆରମ୍ଭ ହୋଇପାରେ।୨୯ ଓ ୩୦ ତାରିଖ ଯେଉଁ ରହୁଛି ସେହି ମଧ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଖାସ କରି ଉତ୍ତର ଓଡ଼ିଶାର ଯେଉଁ ଜିଲ୍ଲା ସବୁ ଯେମିତି କି ସୁନ୍ଦରଗଡ, ଝାରସୁଗୁଡ଼ା ଭଳି ଜିଲ୍ଲା ସବୁ ଦେଇ ଏହି ବର୍ଷା ଗତି କରିବ।

ଏହା କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର ଏମିତି ଅନେକ ରାଜ୍ୟରେ ପ୍ରଭାବ ଦେଖେଇବ।ଏହା ସହ ୩୧ ତାରିଖ ଆଡ଼କୁ ଏହା ଆନ୍ଧ୍ରପ୍ରଦେଶକୁ ଛୁଇଁବ।ତେଣୁ ସେହି ୩୦ ୩୧ ରେ ଅଳ୍ପ ବର୍ଷା ହୋଇପାରେ।ଶୀତଦିନେ ଏଇଭଳି ଗୋଟିଏ ବର୍ଷା କିଛି ବଡ଼ ପ୍ରଭାବ ପକାଇବ କି ବଡ଼ ଦୃଶ୍ୟ ବା କାହା ପାଇଁ କ୍ଷତି କାରକ ହେବାର ସମ୍ଭାବନା ରହିଛି କି।

ଏହା ବହୁତ ଭଲ କାମ କରେ।ଆପଣ ଦେଖିବେ ଯେଉଁ ହିମାଳୟରେ ଏହା ନଦୀ ଗୁଡ଼ିକୁ ହିଟ କରେ।ଦ୍ୱିତୀୟ କଥା ହେଲା ଦିଲ୍ଲୀ ଭଳି ସ୍ଥାନରେ ଆପଣ ଯେଉଁ ପ୍ରଦୂଷଣ ଦେଖନ୍ତି।ଏହି ବର୍ଷା ଦ୍ଵାରା ପ୍ରଦୂଷଣ ବହୁତ କମ ହୋଇଯାଏ। ଭଳି ରାଜ୍ୟର ଯେଉଁ ରବି ଫସଲ ସବୁ ହୁଏ ତାହା ମଧ୍ୟ ଏହି ବର୍ଷା ଦ୍ଵାରା କିଛି ପାଣି ପାଏ।କିନ୍ତୁ ଆମ ରାଜ୍ୟରେ ଯଦି ବର୍ଷାର ପରିମାଣ ଟିକିଏ ଅଧିକ ହୁଏ ତେବେ ଏହି ବର୍ଷାର ପରିମାଣ ଅଧିକ ହୋଇ ପାରେ।ତେବେ ଏହା ସହ ରାତିର ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *