Monsoon ସନ୍ଧ୍ୟାରେ Nuapada ଗାଁରେ ଏକାନ୍ତ ରେ ଶୁଭୁଥିଲା ଏକ ଭୟାନକ କାନ୍ଦ,ଲୋକ ପାଖକୁ ଯିବା ପରେ ଭୟରେ ଥରିଲେ,ଅଚାନକ ହେଇଗଲା ଅନ୍ଧାର

Spread the love

ଏହି ଘଟଣା କହିଛନ୍ତି ନୂଆପଡା ଜିଲ୍ଲାର ଅଶୋକ ନାମକ ଜଣେ ବ୍ୟକ୍ତି।ତାଙ୍କ ସହିତ ଏହି ଘଟଣା ଘଟିଥିଲା ବୋଲି ସେ କହିଛନ୍ତି।ତାଙ୍କର କହିବା ଅନୁସାରେ ଦିନେ ରାତିରେ ପ୍ରବଳ ଝଡି ବର୍ଷା ଲାଗି ରହିଥିଲା।ଏହି କାରଣରୁ ସେ ଓ ତାଙ୍କର ପତ୍ନୀ ଆରାମରେ ନିଜର ଘରେ ସୋଇ ଯାଇଥିଲେ।ତେବେ ପ୍ରାୟ ମଧ୍ୟ ରାତ୍ରି ସମୟରେ ତାଙ୍କ ସହିତ କିଛି ଅଦ୍ଭୁତ ଘଟଣା ଘଟିବାକୁ ଲାଗିଲା।ସେ ଏପରି ଏକ ଶବ୍ଦ ଶୁଣିଲେ ଯେପରି କୌଣସି ଏକ ମହିଳା ତାଙ୍କ ଘର ସାମ୍ନାରେ କାନ୍ଦୁଛି।ଏହାପରେ ଅଶୋକ ମଧ୍ୟ କିଛି ବୁଝି ପାରିଲେ ନାହିଁ।

ଏହାପରେ ମଧ୍ୟ ସେ ସାହାସ କରି ସେହି କାନ୍ଦ ଶବ୍ଦ କେଉଁ ଦିଗରୁ ଆସୁଛି ଏହା ଜାଣିବା ପାଇଁ ପ୍ରୟାସ କଲେ।ତେବେ ଏହାପରେ ସେ ଝଡି ବର୍ଷା କାରଣରୁ ହେଉଥିବା ଶବ୍ଦ କାରଣରୁ ମଧ୍ୟ ସଠିକ ଭାବରେ କିଛି ଜାଣି ପାରିଲେ ନାହିଁ।ଏହାପରେ ସେ ଓ ତାଙ୍କର ପତ୍ନୀ କିଛି ସମୟ ଏହା ବିଷୟରେ ଆଲୋଚନା କରିବା ପରେ ଏହାକୁ ନିଜର ମନର ଏକ ଭ୍ରମ ବୋଲି ବିଚାର କରି ଶୋଇ ଯାଇଥିଲେ।

ଏହାପରେ ସେମାନେ ସୋଇଯିବା ପରେ ସେହି କାନ୍ଦିବାର ଶବ୍ଦ ମଧ୍ୟ ଧୀରେ ଧୀରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଯାଇଥିଲା।ଏହାପରେ ସେମାନେ ସକାଳ ହେବା ପରେ ଉଠିବା ପରେ କିଛି ଅଦ୍ଭୁତ ଜିନିଷ ବିଷୟରେ ଜାଣିବାକୁ ପାଇଲେ କି ଗତ ରାତିରେ ଦୟା ମଉସାଙ୍କ ସହିତ କିଛି ଅଘଟଣ ଘଟିଛି।ଯାହା ସମ୍ପର୍କରେ ଜାଣିବା ପାଇଁ ଅଶୋକ ତାଙ୍କ ଘର ପାଖକୁ ଯାଇଥିଲେ।

ତେବେ ସେ ସେଠାକୁ ଯାଇ ଦେଖିଲେ କି ତାଙ୍କ ଆଗରୁ ମଧ୍ୟ ସେଠାରେ ଅନେକ ଲୋକ ଜମା ହୋଇଛନ୍ତି ଓ ଗତ କାଲି ରାତିରେ ସମସ୍ତେ ଏକ ନାରୀର କାନ୍ଦିବା ଶବ୍ଦ ଶୁଣିଛନ୍ତି ବୋଲି କହିଲେ।ତେବେ ଏହାପରେ ଦୟା ମଉସା ଯାହା କହିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।ସେ କହିଲେ କି ଗତ ରାତିରେ ତାଙ୍କର ପରିବାରର ସମସ୍ତ ଲୋକ ଆରାମରେ ସୋଇଥିଲେ।

କିନ୍ତୁ ଅଚାନକ ଭାବରେ ତାଙ୍କର ଦାଣ୍ଡ କବାଟରେ କେହି ଠକ ଠକ କରିଥିଲେ।ଏହାପରେ ସେ ଯାଇ କବାଟ ଖୋଲିବା ପରେ ଦେଖିଲେ କେହି ମଧ୍ୟ ନଥିଲେ।ଏହାପରେ ସେ ବାଡ଼ି କବାଟରେ ମଧ୍ୟ ସେହିଭଳି ଶବ୍ଦ ଶୁଣିଲେ।ତେବେ ବାଡ଼ି କବାଟ ଖୋଲିବା ପରେ ସେ ଅନୁଭବ କଲେ କି ଏକ ଅଦୃଶ୍ୟ ଶକ୍ତି ତାଙ୍କୁ ଧକ୍କା ଦେଇ ଭିତରକୁ ପଶି ଆସିଲା।

ଏହାପରେ ସେ ମଧ୍ୟ କିଛି ନ ବୁଝିପାରି ଭୟଭୀତ ହୋଇ କବାଟ ଦେଇ ଭିତରକୁ ଚାଲି ଆସିଲେ।ଏହାପରେ ତାଙ୍କର ନାତି ଅଚାନକ ଭାବରେ କାନ୍ଦିବା ଆରମ୍ଭ କଲା।ତେବେ ଯାହା କଲେ ମଧ୍ୟ ସେହି ପିଲାଟି ଚୁପ ହେଲା ନାହିଁ।ଶେଷରେ ସେମାନେ ସେହି ପିଲା ମୁଣ୍ଡରେ ତାଙ୍କ ଠାକୁର ଘରେ ଥିବା ବିଭୂତି ଆଣି ଲଗାଇ ଦେଲେ।ଏହାପରେ ସେହି ପିଲାଟି ନିଜର କାନ୍ଦ ବନ୍ଦ କରି ଶୋଇପଡ଼ିଲା।

ତେବେ ଏହାପରେ ଦୟା ମଉସା ଏହା ଚିନ୍ତା କଲେ କି ଏପରି କଣ ପାଇଁ ହୋଇଥିଲା।ତେବେ ସେ ଚିନ୍ତା କରିବାରୁ ଏହା ଜାଣିବାକୁ ପାଇଲେ କି ତାଙ୍କର ଝିଅ ନିଜର ଏହି ପିଲାକୁ ଜନ୍ମ ଦେଇ ମୃତ୍ୟୁ ବରଣ କରିଥିଲେ।ସେ ନିଜର ପୁଅକୁ ଦେଖିବା ପାଇଁ ଏପରି ଭାବରେ ଆସିଥିଲା।

ତେବେ ଏହାପରେ ଦୟା ମଉସା ତାନ୍ତ୍ରିକ ଡାକି ନିଜର ଘରକୁ ବନ୍ଧନ କରିଦେଲେ ଯାହା ପରେ ତାଙ୍କର ଘରକୁ ଆଉ କୌଣସି ଆତ୍ମା ମଧ୍ୟ ପ୍ରବେଶ କରି ପାରିଲା ନାହିଁ।ତେବେ ଆଜି ମଧ୍ୟ ଅନେକ ଲୋକ କୁହନ୍ତି କି ଆଜିବି ଝଡି ବର୍ଷା ହେଲେ କେହି ଜଣେ ମହିଳା କାନ୍ଦୁଥିବାର ଶବ୍ଦ ଶୁଣାଯାଏ।ତେବେ ଏହା ଏକ କାଳ୍ପନିକ ଗଳ୍ପ ଅଟେ ଦୟାକରି ଏହାକୁ ସତ ଭାବନ୍ତୁ ନାହିଁ

Leave a Reply

Your email address will not be published. Required fields are marked *