ଯେତେବେଳେ ମନ୍ଦିରର କ୍ୟାମେରା Suddenly ବନ୍ଦ ହୋଇଗଲା,କାରଣ ଜାଣିବା ପରେ ବୈଜ୍ଞାନିକ ମଧ୍ୟ ହେଇଗଲେ ଆବାକ – ଲୋକ ହେଇଗଲେ ଆଶ୍ଚର୍ଯ୍ୟ

ସାଙ୍ଗମାନେ କଣ ଆପଣ ଏପରି ଶିବ ମନ୍ଦିର ବିଷୟରେ ଜାଣିଛନ୍ତି ଯେଉଁଠାରେ ମାନ୍ୟତା ଅଛି କି ଆଜି ମଧ୍ୟ ରାତି ୧୨ଟା ସମୟରେ ପାଣ୍ଡବ ମାନଙ୍କ ମାତା ଓ ଭଗବାନ ଶ୍ରୀକୃଷ୍ଣଙ୍କ ବୁଆ କୁନ୍ତୀ ପ୍ରତିଦିନ ପୂଜା କରିବାକୁ ଆସିଥାନ୍ତି।ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ ଅଟେ।ମନ୍ଦିରର କବାଟ ରାତିରେ ବନ୍ଦ ହୋଇଜାଇଥାଏ ଓ ତାଲା ଲଗାଯାଇଥାଏ ଏହା ପରେ ମଧ୍ୟ ଶିଵଲିଙ୍ଗଙ୍କ ପୁଜା ବେଲ ପତ୍ର ଓ ଫୁଲରୁ ମିଳିଥାଏ।ଏହି ମନ୍ଦିରର ସବୁଠାରୁ ଅଲଗା କଥା ହେଉଛି ଏଠାରେ ଧଳା ରଙ୍ଗର ଫୁଲ ମିଳିଥାଏ।

କିନ୍ତୁ ଯଦି ଆପଣ ଏହାକୁ ତୋଳିବେ ଏହା ସୁନାରଙ୍ଗର ହୋଇ ଯାଇଥାଏ।ଏହି ମନ୍ଦିରର ରହସ୍ୟ ଜାଣିବା ପାଇଁ ରାତିରେ କ୍ୟାମେରା ବି ଲଗାଯାଇଚି।ଏହି କ୍ୟାମେରାରେ ଯାହା ଦେଖାଯାଇଥିଲା ତାହା ଦେଖିକି ସଭିଙ୍କ ଆଖି ଖୋଲା ରହିଯାଇଥିଲା।ଉତ୍ତର ପ୍ରଦେଶର ଜିଲ୍ଲା ବାଡାବଙ୍କିରେ ରହସ୍ୟମୟ କୁନ୍ତେସ୍ୱର ମହାଦେବ ମନ୍ଦିର ସ୍ଥାପିତ ଅଛି।

ଏହି ଅଦ୍ଭୁତ ମନ୍ଦିର ମହାଭାରତ କାଳରୁ ଯୋଡିହୋଇଛି।ପୌରାଣିକ ମାନ୍ୟତା ଅନୁସାରେ ଏହି ମନ୍ଦିରରେ ସବୁ ରାତିରେ ପାଣ୍ଡବଙ୍କ ମାତା କୁନ୍ତୀ ଭଗବାନ ଶିବଙ୍କ ପୂଜା କରିବକି ଆସିଥାନ୍ତି।ସେ ଏଠାକୁ ଆସି ଶିଵଲିଙ୍ଗରେ ଜଳ ଓ ଫୁଲ ଅର୍ପଣ କରିଥାନ୍ତି।ମନ୍ଦିରର ନାମ ମହାଭାରତର ପତ୍ର ମାତା କୁନ୍ତୀଙ୍କ ନାମରେ ପଡିଛି।

କୁହ ଯାଇଥାଏ ମହାଭାରତ ଯୁଦ୍ଧ ପୂର୍ବରୁ ମାତା କୁନ୍ତୀ ନିଜ ପୁତ୍ର ଅର୍ଜୁନଙ୍କ ସାହାଯ୍ୟରେ ଏହି ମନ୍ଦିରରେ ଥିବା ଶିଵଲିଙ୍ଗରେ ତାଙ୍କର ମନପସନ୍ଦ ଫୁଲ ଚଢାଇଥିଲେ।ଭଗବାନ ଶିବ ପ୍ରସନ ହୋଇ ପାଞ୍ଚ ପାଣ୍ଡବଙ୍କୁ ମହାଭାରତ ଯୁଦ୍ଧରେ ବିଜୟୀ ହେବାର ଅସରିବାଦ ଦେଇଥିଲେ।ସେବେଠାରୁ ଏହି ମନ୍ଦିର କୁନ୍ତେଶ୍ୱର ମହାଦେବ ମନ୍ଦିର ନାମରେ ବିଖ୍ୟାତ ହୋଇଯାଇଥିଲା।

ଏବେ ଆସନ୍ତୁ ଆଲୋଚନା କରିବା କାହିଁକି ଏଠାରେ ଫୁଲ ତୋଳିବା ମାତ୍ରେ ଏହା ସୁବର୍ଣ୍ଣ ରଙ୍ଗରେ ହୋଇଯାଇଥାଏ।ଅଜ୍ଞାତ ବାସ ସମୟରେ ଭଗବାନ ଶିବ ମାତା କୁନ୍ତୀଙ୍କୁ ଦର୍ଶନ ଦେଇ ତାଙ୍କୁ ସୁନା ଭଳି ଦେଖାଯାଉଥିବା ଫୁଲରୁ ନିଜର ଅଭିଷେକ କରିବାକୁ କହିଥିଲେ।ଭଗବାନ ଶିବଙ୍କ ଏହି ଇଚ୍ଛାକୁ ପୁରା କରିବା ପାଇଁ କୁନ୍ତୀ ନିଜର ପୁତ୍ର ଅର୍ଜୁନଙ୍କୁ ଠିକ ଏହିଭଳି ଫୁଲ ଆଣିବାର ଆଦେଶ ଦେଇଥିଲେ।

ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଏହି କଥାର ପରାମର୍ଶ ଆଣିଥିଲେ।ଭଗବାନ ଶ୍ରୀକୃଷ୍ଣ କହିଥିଲେ ଏହି ଫୁଲ ଦେଉଥିବା ବୃକ୍ଷ ଏବେ ଇନ୍ଦ୍ରଲୋକରେ ଅଛି।ଏହି କଥା ଶୁଣି ଅର୍ଜୁନ ଇନ୍ଦ୍ରଲୋକ ଯାଇ ଏହି ବୃକ୍ଷକୁ ଆଣିଥିଲେ।ଏହି ବୃକ୍ଷର ଫୁଲ ସୁନା ଭଳି ଦେଖାଯାଉଥିଲା।ମାତା କୁନ୍ତୀ ଏହି ଫୁଲକୁ ଶିଵ ଲିଙ୍ଗରେ ଚଢାଇଥିଲେ।

ଏହି ଫୁଲର ବିଶେଷତ୍ୱ ହେଉଛି ଏହା ଗଛରେ ଥିବା ବେଳେ ଧଳା ରଙ୍ଗର ଥାଏ ଓ ଗଛରୁ ଅଲଗା କରିଦେଲେ ସୁବର୍ଣ୍ଣ ରଙ୍ଗର ହୋଇଜାଇଥାଏ।ମାନ୍ୟତା ଅନୁସାରେ ଏହି ଫୁଲକୁ କୁନ୍ତେଶ୍ୱର ମହାଦେବଙ୍କୁ ଅର୍ପିତ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଜାଇଥାଏ।ଯେତେବେଳେ ମନ୍ଦିରରେ ରାତି ସମୟରେ କ୍ୟାମେରା ଲଗାଯାଇଥିଲା କିନ୍ତୁ ରାତିରେ କ୍ୟାମେରା ପଡିଯାଇଥିଲା ଓ ଚାରିଆଡେ ଆଲୋକିତ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *