ସୁମିତ ତପସ୍ୱିନୀଙ୍କୁ Pay କରିବେ କି ମାସିକ ୧୭ ହଜାର ଟଙ୍କା? ଯଦି ନ ଦେବେ ତେବେ ଏହି ଦଣ୍ଡ ହେଇପାରେ କି ! ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ମଧ୍ୟରେ ଚାଲିଥିବା ମାମଲା ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଯାହାକିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି ସେହି ଅନୁସାରେ ଆଜି ପୁଣି ଶୁଣାଣି ହେବ ସୁମିତ ଏବଂ ତପସ୍ୱିନୀ ମାମଲା।

ସୁମିତ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଦେବେ ନା ଆଇନର ସାହାରା ନେବେ ତାହା ଆଜି ସ୍ଥିର ହେବ।ଗଞ୍ଜାମ ଏସ ଡି ଜେ ଏମ କୋର୍ଟରେ ତପସ୍ୱିନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ମୂଳ ମାମଲାର କାଉଣ୍ଟର ଦେବେ ସୁମିତଙ୍କ ପକ୍ଷ।ପୂର୍ବରୁ ତପସ୍ୱିନୀଙ୍କୁ ମାସର ୧୦ ତାରିଖରେ ଭରଣ ପୋଷଣ ପାଇଁ ୧୭ ହଜାର ଟଙ୍କା ଦେବାକଥା ଜିଲ୍ଲା କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ଆଜି ୧୦ ତାରିଖ ହୋଇଥିବା ବେଳେ ଏହା ଉପରେ ବର୍ତ୍ତମାନ ସମସ୍ତିଙ୍କ ନଜର ରହିଛି।ଅନ୍ୟପଟେ ତପସ୍ୱିନୀଙ୍କ ଶ୍ୱଶୁର ଘର ଛାଡ଼ି ଚାଲିଯାଇଛନ୍ତି।ଏମିତିକି ତପସ୍ୱିନୀ ତାଙ୍କ ଘରେ ରହିବା ପସନ୍ଦ ନୁହଁ କହି ଏକ ଭିଡିଓ ଜାରି କରିଛନ୍ତି।ସେଥିରେ ସେ କହିଛନ୍ତି ଏହି କଥା ମୁଁ ବୁଝେଇବାକୁ ଚେଷ୍ଟା କରିଥିଲି ତଥାପି ସେମାନେ ସେଇଟାକୁ ଗ୍ରହଣ କଲେ ନାହିଁ।

ଆଉ କିଛି ଚାପର ବଶବର୍ତ୍ତୀ ହୋଇ ମୋର ସମ୍ପୁର୍ଣ୍ଣ ଇଚ୍ଛା ବିରୁଦ୍ଧରେ ସେମାନେ ମୋ ବୋହୁକୁ ବାସ ଭବନ ଭିତରେ ରଖିଦେଲେ।ଏପଟେ ସୁମିତଙ୍କ ଦେଖା ମିଳୁନି।ଗତ ୭ ତାରିଖରେ ଡାକ୍ତରଖାନାରେ ଜଏନ କରିବାକୁ ଥିବା ବେଳେ ମାନସିକ ଅଵପାଦର କାରଣ ଦର୍ଶାଇ ପୁଣି ୧୫ ଦିନିଆ ଛୁଟି ମାଗିଛନ୍ତି ସୁମିତ।

ତେଣୁ ଏହି ଘଟଣା ଏବେ ଭିର୍ଣ ମୋଡ଼ ନେବ ବୋଲି ଅନୁମାନ କରାଯାଉଛି।ଏପଟେ ପୁଣି ଦୁଇଫାଳ ହୋଇଛି ସୋସିଆଲ ମିଡ଼ିଆ।ସୁମିତ ପ୍ରକୃତରେ ଏତେ ସାରା ମାନସିକ ଅବସାଦ ଭିତରେ ଠାଇପାରନ୍ତି ବୋଲି କିଛି ଲୋକ କହୁଥିବା ବେଳେ ଅନ୍ୟମାନେ ଏହାକୁ ଡାକ୍ତର ସୁମିତ ଏବଂ ତାଙ୍କ ବାପାଙ୍କର ଅନ୍ୟ କିଛି ପ୍ଲାନ ହୋଇଥାଇପାରେ ବୋଲି କହିଛନ୍ତି।

ସୁମିତ ଏହି ଟଙ୍କା ତପସ୍ୱିନୀଙ୍କୁ ଦେବେ ନା ଆଇନଗତ ଉପାୟରେ ଅନ୍ୟ କେଉଁ ଦିଗରେ ଆଶ୍ରୟ ନେବେ ତାହା ଆଜି ଜଣାପଡିବ।ସୁମିତ ଜିଲ୍ଲା କୋର୍ଟର ନିର୍ଦ୍ଦେଶ ବିରୁଦ୍ଧରେ ହାଇ କୋର୍ଟରେ ଅପିଲ କରିବେ ବୋଲି ତାଙ୍କର ଓକିଲ ପୂର୍ବରୁ ସୂଚନା ଦେଇଥିଲେ।ତେଣୁ ଏହି ଘଟଣା ଭିନ୍ନ ମୋଡ଼ ନେବ ବୋଲି ଅନୁମାନ କରାଯାଉଛି।

ଅନ୍ୟପଟେ ସୁମିତଙ୍କ ମା ଏବଂ ଜେଜେମାଙ୍କ ପକ୍ଷରୁ ଆଗତ କରାଯାଇଥିବା ପ୍ରିଟିସନର କାଉଣ୍ଟର ଦେବେ ତପସ୍ୱିନୀଙ୍କ ପକ୍ଷ।ଯଦି ଆବଶ୍ୟକ ହୁଏ ତେବେ ତପସ୍ୱିନୀଙ୍କ ପକ୍ଷ ସମୟ ନେବେ ବୋଲି ସୂଚନା ଦିଆଯାଉଛି।ଯଦି ସୁମିତଙ୍କ ଓକିଲ କାଉଣ୍ଟର ନକରନ୍ତି ତେବେ ମାମଲା ପୁଣି ଗଡିବ।

Leave a Reply

Your email address will not be published. Required fields are marked *