ସୁମିତଙ୍କୁ ନେଇ ଘରକୁ ଫେରିବେ ପ୍ରମୋଦ ନା Totally ପରିବାର ଘର ଛାଡ଼ିବେ,ଏହି ବିକଳ୍ପ ଆପଣେଇ ପାରନ୍ତି ପାରିବ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନଙ୍କ ମଧ୍ୟରେ କଳହ ବହୁତ ଅଧିକ ବଢିବା କାରଣରୁ ବର୍ତ୍ତମାନ କୋର୍ଟ ଏହା ରାୟ ଦେଇଥିଲେ କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ।ଏହା ସହିତ ତପସ୍ଵିନୀ ନିଜର ଶ୍ୱଶୁର ଘର ଲୋକଙ୍କ ପାଖରୁ ନିଜର ଭରଣ ପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ନେଇ ପାରିବେ।

ତେବେ ଏହାପରେ ତପସ୍ୱିନୀଙ୍କ ଶ୍ୱଶୁର ତାଙ୍କର ରହିବା ପାଇଁ ବ୍ୟବସ୍ଥା କରୁଥିଲେ ମଧ୍ୟ ତାଙ୍କର ଓକିଲ କୋର୍ଟଙ୍କ ନିଷ୍ପତି ତପସ୍ୱିନୀଙ୍କୁ ତାଙ୍କର ଶ୍ୱଶୁର ଘରେ ରହିବା ପାଇଁ ନାହିଁ ବୋଲି କହିଥିଲେ।ତେବେ ଅନେକ ବାଦ ବିବାଦ ସତ୍ତ୍ୱେ ଶେଷରେ ତପସ୍ଵିନୀ ନିଜର ଶ୍ୱଶୁର ଘରକୁ ଯାଇଥିଲେ।ତେବେ ଏହା ପରେ ପରେ ତପସ୍ୱିନୀଙ୍କ ଶ୍ୱଶୁର ନିଜର ଘର ଛାଡ଼ି ଚାଲି ଯାଇଥିଲେ।

ଏହା ସହିତ ସେ ଏକ ଭିଡିଓ ଜାରୀ କରି କହିଥିଲେ କି ସେ ତପସ୍ୱିନୀଙ୍କ ଉପସ୍ଥିତିରେ ନିଜକୁ ଅସୁରକ୍ଷିତ ମନେ କରି ଥିବାରୁ ସେ ଘର ଛାଡ଼ି ଚାଲି ଯାଇଥିଲେ।ତେବେ ଏହା ପରେ ବର୍ତ୍ତମାନ ତପସ୍ୱିନୀଙ୍କ ଉପସ୍ଥିତିରେ ତାଙ୍କର ଶ୍ୱଶୁର ଘରର ଅନ୍ୟ ସଦସ୍ୟ ସେଠାରେ ରହିବେ ନା ସେମାନେ ମଧ୍ୟ ଘର ଛାଡ଼ି ଚାଲିଯିବେ ଏହା ବର୍ତ୍ତମାନ ଅନେକ ଲୋକ ପ୍ରଶ୍ନ କରିଛନ୍ତି।

ଏହା ସହିତ ପ୍ରମୋଦ ସାହୁ ନିଜର ପୁଅ ସୁମିତଙ୍କୁ ନେଇ ନିଜର ଘରକୁ ଫେରିବେ ନା ପୁଣି ସେ ଉଚ୍ଚ ନ୍ୟାୟାଳୟ ଉପରେ ଏହି ଘଟଣାର ରାୟ ପୁନଃ ଶୁଣାଣି କରିବା ପାଇଁ ଆଶା ରଖିବେ ଏହା ବର୍ତ୍ତମାନ ଦେଖିବାକୁ ବାକି ରହିଲା।ତେବେ ଅନେକ ଲୋକ ବର୍ତ୍ତମାନ ଏହା ମତ ଦେଇଛନ୍ତି କି ତପସ୍ଵିନୀ ନିଜର ଶ୍ୱଶୁର ଘର ଲୋକଙ୍କ ଉପରେ କରିଥିବା

ସମସ୍ତ କେସ ପ୍ରତ୍ୟାହାର କରି ନିଜର ଶ୍ୱଶୁର ଘର ଲୋକଙ୍କ ସହିତ ମିଶି ରହିବା ଫଳରେ ସେମାନଙ୍କ ମନ ପରିବର୍ତ୍ତନ ହେବାର ଅନେକ ସମ୍ଭାବନା ରହିଛି।ତେଣୁ ସେ ଏପରି କରିବା ଆବଶ୍ୟକ।ତେବେ ଏପରି ମଧ୍ୟ ହୋଇପାରେ କି ତପସ୍ୱିନୀଙ୍କୁ ଓ ସୁମିତଙ୍କୁ ସେହି ଘରେ ରହିବା ପାଇଁ ଛାଡ଼ି ତାଙ୍କର ଶ୍ୱଶୁର ଘର ଲୋକ ଅନ୍ୟତ୍ର ଚାଲି ଯାଇ ପାରନ୍ତି।

ତେବେ ଏହା ଉପରେ ବର୍ତ୍ତମାନ କୌଣସି ନିର୍ଦ୍ଧିଷ୍ଟ କଥା ଜଣା ପଡି ନାହିଁ।ତେବେ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ରହିବା ଆରମ୍ଭ କରିଛନ୍ତି।ଏହାକୁ ନେଇ ଅନେକ ଲୋକ ଖୁସି ଥିବା ସମୟରେ ତାଙ୍କର ଶ୍ୱଶୁର ଏପରି ଭାବରେ ଘର ଛାଡ଼ିବା କଥାକୁ ଅନେକ ଲୋକ ବର୍ତମାନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ତେବେ ଯଦି ଏପରି ନ ହୁଏ ତେବେ ସେମାନେ ଏହିପରି ଭାବରେ କୌଣସି ସମାଧାନ ନ କରି ପରସ୍ପର ସହିତ ବର୍ଷ ବର୍ଷ ଧରି ଲଢେଇ କରିବେ।ଯାହା ସେମାନଙ୍କ ପାଇଁ ଭଲ ନୁହେଁ ବୋଲି ଅନେକ ଲୋକ ମତ ଦେଇଛନ୍ତି।ଏହା ସହିତ ଏପରି କରିବା ଫଳରେ ସେମାନଙ୍କର ଉଭୟଙ୍କର କ୍ଷତି ହେବ ବୋଲି ଅନେକ ଲୋକ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *