ଯେଉଁ ଘରେ ରହିବା ପାଇଁ ଦୀର୍ଘ ଦେଢ଼ ମାସ ଧରି ଲଢ଼େଇ କରୁଥିଲେ ତପସ୍ୱିନୀ, ସେହି ତପସ୍ୱିନୀଙ୍କ ପାଦ ପଡ଼ିବା ପରେ Absent ହେଇଗଲେ ଶ୍ୱଶୁର..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ସୁମିତ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଦୋ ଛକିରେ ଛିଡା ହୋଇଛନ୍ତି।ତେବେ ସେମାନେ ବର୍ତ୍ତମାନ ପରସ୍ପର ଠାରୁ ନା ଅଲଗା ହୋଇ ପାରୁଛନ୍ତି ନା ସେମାନେ ଏକାଠି ହୋଇ ପାରୁଛନ୍ତି।ତେବେ କୋର୍ଟ ଏହା ରାୟ ଦେଇଥିଲେ କି ତପସ୍ଵିନୀ ସୁମିତଙ୍କ ଘରେ ରହିବେ।ଏହା ସହିତ ତାଙ୍କର ଭରଣ ପୋଷଣ ପାଇଁ ସୁମିତଙ୍କ ପରିବାର ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିବେ।କିନ୍ତୁ ସୁମିତଙ୍କ ପରିବାର ଲୋକ ଏହା କହିଥିଲେ କି ତପସ୍ଵିନୀ ତାଙ୍କର ଘରେ ରହିବା ନେଇ କୋର୍ଟ କୌଣସି ପ୍ରକାରର ରାୟ ଦେଇ ନାହାନ୍ତି।

ତେବେ କୋର୍ଟଙ୍କ ରାୟକୁ ମାନି ତପସ୍ୱିନୀଙ୍କୁ ନିଜର ଶ୍ୱଶୁର ଘରେ ରଖିବା ପାଇଁ ପ୍ରଶାସନ ଅନେକ ପ୍ରୟାସ କରିବା ପରେ ଶେଷରେ ତପସ୍ୱିନୀଙ୍କୁ ତାଙ୍କର ଶ୍ୱଶୁର ଘରେ ନେଇ ରଖିଥିଲେ।କିନ୍ତୁ ଏହି କଥା ତପସ୍ୱିନୀଙ୍କ ଶ୍ବଶୁରଙ୍କୁ ବିଲକୁଲ ମଧ୍ୟ ପସନ୍ଦ ଆସି ନଥିଲା।ଯାହା ଫଳରେ ସେ ସେହିଦିନ ରାତିରେ ହିଁ ନିଜର ଘର ଛାଡ଼ି ଚାଲି ଯାଇଥିଲେ।

ତେବେ ଏହା ପରେ ତପସ୍ୱିନୀଙ୍କ ଶ୍ୱଶୁର କେଉଁ ଠାରେ ଅଛନ୍ତି ଏହା ସମ୍ପର୍କରେ କେହି ମଧ୍ୟ ଜାଣି ନାହାନ୍ତି।ତେବେ ତପସ୍ୱିନୀଙ୍କ ଶ୍ୱଶୁର କହିଥିଲେ କି ପ୍ରଶାସନ ଜୋର୍ କରି ତାଙ୍କର ବୋହୁଙ୍କୁ ତାଙ୍କର ଘରେ ନେଇ ରଖି ଦେଇଥିଲେ।ଯାହା ଫଳରେ ସେ ନିଜର ଘରେ ନିଜକୁ ଅସୁରକ୍ଷିତ ମନେ କରି ନିଜର ଘର ଛାଡ଼ି ଦେଇଛନ୍ତି।

ତେବେ ସେ ବର୍ତ୍ତମାନ କେଉଁଠି ଅଛନ୍ତି ଏହା ସମ୍ପର୍କରେ କେହି ମଧ୍ୟ ଜାଣି ନାହାନ୍ତି।ଏହା ସହିତ ତାଙ୍କର ପୁଅ ସୁମିତ ମଧ୍ୟ କେଉଁଠି ଅଛନ୍ତି ଏହା ସମ୍ପର୍କରେ କେହି ମଧ୍ୟ ଜାଣି ନାହାନ୍ତି।ତେବେ ତପସ୍ୱିନୀ ତାଙ୍କର ପତିଙ୍କୁ ଖୋଜିବା ପାଇଁ ମଧ୍ୟ ଅନେକ ଥର କହି ସାରିଲେଣି।ତେବେ ତପସ୍ଵିନୀ ଯେତେବେଳେ ନିଜର ଶ୍ୱଶୁର ଘରକୁ ଯାଇଥିଲେ

ସେହି ସମୟରେ ପ୍ରମୋଦ ସାହୁ କହିଥିଲେ କି କୋର୍ଟଙ୍କର ନିର୍ଦ୍ଦେଶକୁ ସଠିକ ଭାବରେ ନ ବୁଝି ପ୍ରଶାସନ ନିଜର ଇଚ୍ଛା ଅନୁସାରେ ତପସ୍ଵିନୀଙ୍କୁ ନେଇ ତାଙ୍କର ଘରେ ରଖି ଦେଇଥିଲେ।ଯାହା ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି କହିଥିଲେ।ଏହା ସହିତ ସୁମିତଙ୍କର ଓକିଲ ମଧ୍ୟ କହିଥିଲେ କି ପ୍ରଶାସନ କୋର୍ଟଙ୍କର ନିର୍ଦ୍ଦେଶକୁ ସଠିକ ଭାବରେ ବୁଝି ନାହାନ୍ତି।

ଯେଉଁ କାରଣରୁ ଏପରି ଭାବରେ ଭୁଲ ବୁଝାମଣା ହୋଇଛି।ଏହା ସହିତ ତପସ୍ଵିନୀ ବର୍ତ୍ତମାନ ନିଜର ଶ୍ୱଶୁର ଘରେ ଥିଲେ ମଧ୍ୟ ସେଠାରେ ବର୍ତ୍ତମାନ ତାଙ୍କର ଶ୍ୱଶୁର ଓ ତାଙ୍କର ପତି ନାହାନ୍ତି।ତେବେ ସୁମିତଙ୍କ ଓକିଲ କହିଥିଲେ କି ପ୍ରମୋଦ ସାହୁ ବର୍ତ୍ତମାନ ନିଜର ଏକ ସମ୍ପର୍କୀୟଙ୍କ ଘରେ ଅଛନ୍ତି।

ଏହା ସହିତ ସେ ନିଜର ଘରେ ବର୍ତ୍ତମାନ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ସେ ବର୍ତ୍ତମାନ ନିଜର ଘର ଛାଡ଼ି ନିଜର ସମ୍ପର୍କୀୟଙ୍କ ଘରେ ଯାଇ ରହୁଛନ୍ତି ବୋଲି ତାଙ୍କର ଓକିଲ କହିଥିଲେ।ଏହା ସହିତ ତେବେ ଏହା ଦେଖିବାକୁ ବାକି ରହିଲା ସୁମିତ ଓ ତାଙ୍କର ପିତା କେବେ ସମ୍ମୁଖକୁ ଆସୁଛନ୍ତି।

Leave a Reply

Your email address will not be published. Required fields are marked *