ଏଥର ପଡ଼ିବ Fullstop,ସୁମିତ ତପସ୍ୱିନୀ ମାମଲାରେ ଏବେ ଆସିବା ସମ୍ପୂର୍ଣ ପୂର୍ଣ୍ଣଛେଦ,ହେଇପାରେ ଏହି ନିଷ୍ପତି..ଦେଖନ୍ତୁ Video

Spread the love

ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ବ୍ରହ୍ମପୁରର ଡାକ୍ତର ସୁମିତ ଓ ଡିମ୍ପଲ ଘଟଣାରେ ବିବାଦ ବାହାରିବାରେ ଯେତିକି ଦିନ ବଢ଼ିବାରେ ଲାଗିଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ସେତିକି ବଢ଼ିବାରେ ଲାଗିଛି।

ଏହି ଘଟଣାରେ ଉଭୟ ଉଭୟଙ୍କୁ କାଦୁଅ ପିଙ୍ଗା ଫିଙ୍ଗି ହୋଇଥିବା ବେଳେ ତେବେ କିଏ ସତ କହୁଛି ତାହା ଜଣା ପଡୁନି।ସୁମିତ ଓ ତପସ୍ୱିନୀଙ୍କ ମାମଲା ଆଗକୁ କେଉଁ ମୋଡ଼ ନେବ ତା ଉପରେ ସମସ୍ତଙ୍କ ନଜର।ଜିଲ୍ଲା ଜଜଙ୍କ ଆଦେଶ ପରେ ତପସ୍ୱିନୀ ଏବେ ଶଶୁର ଘରେ ଅଛନ୍ତି। ଅନ୍ୟପଟେ ଆସନ୍ତା କାଲି କୋର୍ଟରେ ତପସ୍ୱିନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ମୂଳ ମାମଲାରେ ସୁମିତଙ୍କ ପକ୍ଷରୁ କାଉଣ୍ଟର କରାଯିବ।

ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁସାରେ ତପସ୍ୱୀନୀଙ୍କ ଭରଣ ପୋଷଣ ପାଇଁ ୧୭୦୦୦ ଟଙ୍କା ଦାଖଲ ହେବ।ସେପଟେ ସୁମିତଙ୍କ ପରିବାର ପକ୍ଷରୁ ଦାଖଲ ଘରୋଇ ହିଂସା ମାମଲାରେ ତପସ୍ୱିନୀଙ୍କ ପକ୍ଷରୁ କାଉଣ୍ଟର ଦିଆଯିବ।ତାକୁ ନେଇ ଉଭୟଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି। ଏ ଘଟଣା ଆଗକୁ ଆଉ କେତେ ମୋଡ଼ ନେବ ଆଉ କିଭଳି ଭାବେ ଏହି ମାମଲାରେ ପୁରା ପୂର୍ଣ୍ଣଚ୍ଛେଦ ପଡିବ

ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି।ଏମିତି କିଛି ବର୍ତ୍ତମାନ ଚର୍ଚ୍ଚା ଚାଲିଛି ଏମିତି କିଛି ଆଲୋଚନା ହେଉଛି କି ସୁମିତ ଓ ତପସ୍ୱିନୀଙ୍କ ପ୍ରସଙ୍ଗକୁ ନେଇ।ପ୍ରଥମ ଦିନରୁ ଆମେ କହୁଛେ ଆଉ ପ୍ରତିଦିନ ଯାହା ସବୁ ଉନ୍ନତି ହେଉଛି ସେଥିରୁ ସ୍ପଷ୍ଟ ହେଉଛି କି ସୁମିତ ଚାହୁଁ ନାହାନ୍ତି କିନ୍ତୁ ତପସ୍ୱିନୀ ଚାହୁଁଛନ୍ତି।

ଅର୍ଥାତ ଜଣେ ଦୂରେଇ ଯିବା ପାଇଁ ଚାହୁଁଛି ଆଉ ଜଣେ ପାଖେଇ ଯିବ ପାଇଁ ଚାହୁଁଛି।ଏ ସବୁ ଭିତରେ ଯେଉଁ ଆଇନଗତ ଲଢେଇ ଚାଲିଛି ସେ ଆଇନଗତ ଲଢେଇର ଦିଗ କଣ ହେବ।ଏ ପୁରା ପ୍ରସଙ୍ଗ ଉପରେ ଯବନିକା ପଡ଼ିବ କି।ନ୍ୟାୟ କାହାକୁ ମିଳିବ ତାହା ଭିନ୍ନ ପ୍ରସଙ୍ଗ।କିନ୍ତୁ କଥା ହେଉଛି କି କେବେ ପଡ଼ିବ ଯବନିକା ଆଜି ପୁରା ପ୍ରସଙ୍ଗରେ।

ଆସନ୍ତା କାଲି କୋର୍ଟରେ ଯେଉଁ ଗୋଟିଏ ମୂଳ ମାମଲା ରହିଥିଲା ତାର କାଉଣ୍ଟର ଦେବା ପାଇଁ ରହିଛି ସୁମିତଙ୍କୁ।ଏହା ସହିତ ଯେଉଁ ଘରୋଇ ହିଂସା ମାମଲାରେ ସୁମିତଙ୍କ ମା ଓ ଜେଜେ ମା ପିଟିସନ ଦାଖଲ କରିଛନ୍ତି ତାର ମଧ୍ୟ କାଉଣ୍ଟର ଦେବେ ତପସ୍ୱିନୀ।ଆମେ ଉଭୟ ଏସଡିଜେମ କୋର୍ଟ କଥା ଦେଖୁଛେ ଓ ଫ୍ୟାମିଲି କୋର୍ଟ କଥା ଦେଖୁଛେ।

ଏହା କିଛି ଗୋଟିଏ ମୋଡ଼ ନେଇପାରେ।ସେମାନେ ମିଶି ଯିବେ ନହେଲେ ପୁରା ଦୂରେଇ ଯିବେ। ଅର୍ଥାତ ଏହି ପ୍ରସଙ୍ଗ ଉପରେ ଗୋଟିଏ ଯବନିକା ପଡ଼ିବ।ଏମିତି କିଛି ଆଲୋଚନା ହେଉଛି ଓ ଏମିତି କିଛି ଆଭାସ ମଧ୍ୟ ମିଳୁଛି।

Leave a Reply

Your email address will not be published. Required fields are marked *