ହିଷ୍ଟ୍ରିୟା (Hysteria) କ’ଣ? ଏହା ଏକ ରୋଗ ନା ମାନସିକ ସମସ୍ୟା,ଏହାର କାରଣ କ’ଣ? ଏହାକୁ ଚିହ୍ନିବେ କେମିତି ?ମାନସିକ ରୋଗ ବିଶେଷଜ୍ଞ ଡାକ୍ତର Snehanshu ଦେ’ କ’ଣ କହୁଛନ୍ତି

Spread the love

ବହୁତ ପୁରୁଣାରେ ଏହି ହୀଷ୍ଟ୍ରିଆର ମାନେ ହେଉଛି ଗୋଟିଏ ୱାର୍ଡରୁ ଆସିଛି ହିଷ୍ଟେରୋ।ଏହାର ଅର୍ଥ ୟୁଟରସ ମାନେ ଗର୍ଭାଶୟ।ପ୍ରଥମେ ଦେଖା ଯାଇଥିଲା ଯେ ଯେଉଁ ସ୍ତ୍ରୀ ଲୋକମାନେ ଗର୍ଭବତୀ ଥାଆନ୍ତି ସେମାନଙ୍କର ମୁଣ୍ଡ ବୁଲାଇବା, ଅଚେତ ହୋଇଯିବା,ଚିଡି ଚିଡ଼ା ହେବା,ଏପଟ ସେପଟ କଥା ହେବା ଏମିତି ଅନେକ ଲକ୍ଷଣ ଦେଖା ଦିଏ।ସେହି ଠାରୁ ଏହି ୱାର୍ଡଟି ଉତ୍ପନ ହୋଇଛି।ପରେ ଗବେଷଣା କରି ଦେଖା ଯାଇଛି ଯେ ହିଷ୍ଟିରିଆର ସେମିତି କିଛି ଅର୍ଥ ନାହିଁ।

ଏହା ଉଭୟ ପୁରୁଷ ଓ ମହିଳା ସମସ୍ତଙ୍କୁ ହୋଇପାରେ।ଏହି ୱାର୍ଡ ଏବେ ଆଉ ବ୍ଯବହାର ହେଉ ନାହିଁ।ଆଧୁନିକ ଗବେଷକ ମାନେ ବା ମାନସିକ ରୋଗ ବିଶେଷଜ୍ଞ ମାନେ ଏହାକୁ କନଭରସନ ଡିଜଅର୍ଡର ନାମ ଦେଇଛନ୍ତି।ଏହାର କାରଣ ଏହି ହିଷ୍ଟିରିଆର ଆଜି କାଲି ବହୁତ ଖରାପ ଅର୍ଥରେ ବ୍ୟବହାର ହେଉଛି।

ଯେଉଁମାନେ ପ୍ରାପ୍ତ ବୟସ୍କ ଅବିବାହିତ ମହିଳା ପୁରୁଷ ସେମାନଙ୍କ ପାଖରେ ବ୍ୟବହାର ହେଉଛି।ଯେଉଁ ମାନଙ୍କର ଚରିତ୍ର ଖରାପ ସେମାନଙ୍କ ପାଖରେ ଏହି ୱାର୍ଡ ବ୍ୟବହାର ହୁଏ।ସେମିତି କିଛି ଅର୍ଥ ନାହିଁ ଯାହା ଏହି ରୋଗ ସହ ସଂପୃକ୍ତ।ଆମର ଦୁଇଟି ଜିନିଷ ଅଛି ଗୋଟିଏ ମନ ଆଉ ଗୋଟିଏ ଦେହ।ଦେହରେ କିଛି ରୋଗ ହେଲେ ଶାରୀରିକ ରୋଗ ଆମେ କହୁ

ଓ ମନରେ କିଛି ରୋଗ ହେଲେ ମାନସିକ ରୋଗ କହୁ।ଯେତେବେଳେ ମାନସିକ ଚାପ ପଡେ ସେତେବେଳେ ଲୋକଟି ଅସହାୟ ଫିଲ କରେ।ସେତେବେଳେ ତାର ମାନସିକ ଚାପଟି ଶରୀରରେ କିଛି ରୋଗ ଆକାରରେ ରୂପାନ୍ତରିତ ହୋଇଥାଏ।ଯେଉଁ ଲୋକମାନେ ଟିକେ ମାନସିକ ସ୍ତରରେ ଦୁର୍ବଳ

ଯେଉଁମାନେ ଭିତରେ କିଛି କଥା ଲୁଚାଇ ରଖନ୍ତି କିଛି ପ୍ରକାଶ କରି ପାରନ୍ତି ନାହିଁ ବା ନିଜେ ଅସହାୟ ଫିଲ କରନ୍ତି।ଯାହାଙ୍କୁ କିଛି ସାହାର୍ଯ୍ୟ ମିଳି ନଥାଏ।ଏହି ମାନସିକ ଚାପ ବଢିବା ଦ୍ଵାରା ଧୀରେ ଧୀରେ ତାକୁ ଶାରୀରିକ ରୂପରେ ରୂପାନ୍ତରିତ କରିଥାନ୍ତି।ଯେତେବେଳେ ସେହି ବ୍ୟକ୍ତି ମାନସିକ ସ୍ତରରେ ବହୁତ ଦୁର୍ବଳ ଫିଲ କରେ ସେତେବେଳେ ସେ ୟାଡୁ ସାଡୁ ଗପିବାକୁ ଚେଷ୍ଟା କରେ।

ତା ଦ୍ଵାରା ସେ ଆଉ ଜଣେ ଲୋକର କଥା ବାର୍ତ୍ତା କହିବାକୁ ଚେଷ୍ଟା କରେ।ଏହାର ମଧ୍ୟ ଚିକିତ୍ସା ରହିଛି।ବହୁତ କଷ୍ଟ ହେଉଥିବ ନିଶ୍ବାସ ନେବାରେ କଷ୍ଟ ହେଉଥିବ।ଯାହା ଟେଷ୍ଟ କଲେ ସବୁ ନର୍ମାଲ ଆସୁଥିବ।ତାଙ୍କର ସବୁ କଥା ଶୁଣିବା ପରେ ଜଣା ପଡ଼େ ଯେ ତାଙ୍କର କିଛି ଗୋଟିଏ ସ୍ତ୍ରେଶ ଥିବ।ଯାହା ଦ୍ଵାରା ତାଙ୍କୁ ନିଶ୍ବାସ ନେବାର ଅଣ ନିଶ୍ବାସ ଲାଗେ।କେତେକ ଲୋକ ଅଛନ୍ତି ତାଙ୍କୁ କିଛି ଦେଖା ଯିବ ନାହିଁ।ବର୍ଷକୁ ଏମିତି ୩ ରୁ ୪ ଥର ହେବ ପୁଣି କିଛି ଦିନ ପରେ ଠିକ ହୋଇଯିବ।

 

Leave a Reply

Your email address will not be published. Required fields are marked *