ସୁର ଭାଇଙ୍କ ଧର୍ମ ପତ୍ନୀଙ୍କ ସୁରଙ୍କ ପ୍ରତି ଅନାବିଳ ପ୍ରେମ,ହାତରେ ଏପରି ଟାଟୁ କରିଛନ୍ତି Malati Devi,ଜାଣିଲେ ଆପଣ ମଧ୍ୟ ସୁର ଭାଇ ହେଉଛନ୍ତି ଅସଲ ପ୍ରେମିକ

Spread the love

ସୁରା ଭାଇ ଜଣେ ଓଡ଼ିଶାରେ ପରିଚିତ ଲୋକ,ତାଙ୍କ କଥା ପାଇଁ ସେ ଯୁବ ବର୍ଗ ରୁ ଆରମ୍ଭ କରି ସବୁ ବର୍ଗ ରେ ଅଟନ୍ତି ବେଶ ଚର୍ଚା ର ବିଷୟ ,ତାଙ୍କ ନିର୍ବାଚନ ମଣ୍ଡଳୀ ରେ କେବଳ ସୀମିତ ନୁହଁ ସାରା ଓଡ଼ିଶାରେ ସେ ଜଣେ ଚିରାପରିଚିତ ନାମ ଅଟନ୍ତି ,ତେବେ ଆଜି ଆମେ ତାଙ୍କ ବିଷୟରେ କିଛି ଗୁପ୍ତ କଥା ଜାଣିବା ଯାହାକି ତାଙ୍କ ସ୍ତ୍ରୀ ଙ୍କ ମୁଂହ ରୁ ଶୁଣିବା ଆମେ

ଏହି ଉତ୍ସବରେ କେତେ ଖୁସି ଅଛନ୍ତି ତାଙ୍କର ଧର୍ମପତ୍ନୀ ମାଳତୀ ଦେବୀ ଆସନ୍ତୁ ଜାଣିବା।ସେ କହିଛନ୍ତି କି ମୁଁ ଏହି ଉତ୍ସଵରେ ବହୁତ ଖୁସି ଅଛି ସେ ହେଉଛନ୍ତି ତମ ମାନଙ୍କ ଭାଇ ଓ ମୋର ସେ କଣ ହେବେ ତମେ ତ ଜାଣିଚ।ମୁ ଯାହାକୁ ପାଇଚି ମୋ ଭାଗ୍ୟ ବହୁତ ଜୋର ଓ ମୁଁ ମୋ ଜୀବନକୁ ବହୁତ ଧନ୍ୟବାଦ ଦଉଚି ଯେ ସେଭଳିଆ ଲୋକ ମୁଁ ମୋ ଜୀବନରେ ପାଇପାରିଚି।

ତା ପାଇଁ ମୋର ବହୁତ ଗର୍ବ।ସମସ୍ତେ ତାଙ୍କୁ ଖୁସିରେ ଭାଇ ଡାକାନ୍ତି।ସେ ବୟସରେ ଯଥେଷ୍ଟ ବଡ଼।ତାଙ୍କ ପତ୍ନୀ କହିଚନ୍ତି ଘରର ସମସ୍ତ ଦାୟିତ୍ବ ମତେ ଦେଇଛନ୍ତି। ସେ ସବୁ ଦାୟୀତ୍ୱ ତୁଲେଇବାକୁ ରାଜି ହୋଇଥିଲେ।ସେ ମତେ କିଛି ବି ଖରାପ କୁହନ୍ତିନି।ତାଙ୍କ ଜନ୍ମ ଦିନରେ ସେ ସୁର ବାବୁଙ୍କୁ କିଛି ଉପହାର ଦେଇନାହାନ୍ତି ବୋଲି କହିଛନ୍ତି।କାଲି ସେ ହାତରେ ଏକ ଟାଟୁ ବି ତିଆରି କରିଛନ୍ତି।

ସେ ପରଦିନ ସକାଳେ ସେହି ଟାଟୁ ଦେଖାଇଲେ ଓ ସୁର ବାବୁଙ୍କୁ ମୁଣ୍ଡିଆ ବି ମାରିଲେ।ସୁର ବାବୁ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡରେ ହାତ ମାରି ଆଶୀର୍ବାଦ କଲେ।ସୁର ବାବୁ ଟାଟୁ ଦେଖି ମଜାରେ କହିଲେ ଏ ବୟସରେ କଣ ଏତେ ଫେସନ ହଉଚୁ।ସେ ଘରେ ବି ସେମିତି ମଜା କରନ୍ତି କାହାକୁ କେବେବି ରାଗିବେନି କି କିଛି କହିବେନି।ପିଲାମାନେ ବି ସମସ୍ତେ ଭଲ ପଢୁଥିଲେ।

ସେଥିପ୍ରତି ବି କିଛି ଅସୁବିଧା ନଥିଲା।ତାହା ଭଗବାନଙ୍କ ଉପହାର ଅଟେ।ସୁର ବାବୁଙ୍କ କାର୍ଯ୍ୟ ଅଛି ଗୋଟେ କମ୍ପାନୀରେ।ସାନ ପୁଅ ଏୟାର ଇଣ୍ଡିଆର କମାଣ୍ଡର ଅଛି।ଗୋଟେ ଝିଅ ଜାଭିଅରରେ ଏମବିଏ କରି ଚାକିରୀ କରିଚି।ଆଉ ଗୋଟେ ଝିଅ ଏମଏ କରି ଲାଇବ୍ରେରୀଆନ ହୋଇଚି।ମୁଁ କିଛି ପାଠ ପଢିନି ମୁଁ ଅଳ୍ପ ପାଠ ପଢ଼ିଛି।

ମୋ ବାହାଘର ୩୦ ବର୍ଷ ଉପରେ ହୋଇଗଲାଣି।ବେଳେ ବେଳେ ସେ ଘରକୁ ଆସିବାରେ ଡେରି କଲେ ମୁ ଚିଡି ଯାଏ ଓ ସେ ହା ହା ହୋଇ ହସିବେ।ମୁ ଯେତେ ରାଗିଲେ ବି ସେ ଜମା ରାଗିବେନି।ସେ ବହୁତ ଭଲ।ସେ ସବୁବେଳେ ପଖାଳ ଶାଗ ଭଜା ଆଉ ଜହ୍ନି ଭେଣ୍ଡି ଭଜା ଓ ଚୁନା ମାଛ ବେସି ଭଲ ପାଆନ୍ତି ସେ ସକାଳୁ ନିଜେ ଯିବେ ମାଛ ଆଣିବେ ତାଙ୍କ ପସନ୍ଦରେ ଶାଗ ଓ ସବୁ ପରିବା ସେ ନିଜେ ଆଣିବେ।ସେ ଶେଷରେ ଗୋଟେ ବଡ଼ କଥା କହିଥିଲେ ଯେ ସୁରବାବୁ ଆଇ ଲଭ ୟୁ।

Leave a Reply

Your email address will not be published. Required fields are marked *