ପୁଣି ଏକ ବଡ ଲଘୁଚାପ ଓଡିଶା ଆଡକୁ ମାଡି ଆସୁଛି,Deep Depression ରେ ଏହି ଜିଲ୍ଲାରେ ହେଇପାରେ ବନ୍ୟା,ଏହି ୭ ଜିଲ୍ଲା ସତର୍କ ରହିବ ପାଇଁ କଡା ନିର୍ଦେଶ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଶାର ପାଣିପାଗକୁ ନେଇ କିଛି ବିଶେଷ ଏବଂ ନୂତନ ଅପଡେଟ ବିଷୟରେ ଜାଣିବା।ତେବେ ଏହାଜ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଯାହା କିଛି ନୂତନ ଅପଡେଟ ଆସୁଛି ସେହି ଅନୁସାରେ ଆମ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର

ଆମ ଆଇ ଏମ ଡି ତରଫରୁ କି ପୁଣିଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି ଆସନ୍ତା କିଛି ଦିନ ମଧ୍ୟରେ।ଆସନ୍ତା ୧୭ କିମ୍ବା ୧୮ ତାରିଖରେ ଆଉ ଏକ ଲଘୁଚାପ ସେହି ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବ।ଓ ଏହା ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ।ଏହା ପ୍ରଭାବରେ ଯେଉଁ ଜିଲ୍ଲା ମାନଙ୍କରେ ପ୍ରବଳ ତାଣ୍ଡବ ରଚିଲା ପୁଣି ସେହି ଜିଲ୍ଲା ମାନଙ୍କରେ ତାଣ୍ଡବ ରଚିବ।କିଛି କିଛି ଜିଲ୍ଲା ମାନଙ୍କରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବ।ପୁରୀ ଜଗତସିଂହପୁର, କଟକ , ଖୋର୍ଦ୍ଧା ସବୁ ଜିଲ୍ଲା ମାନଙ୍କରେ ପ୍ରବଳ ମାତ୍ରାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବ।

ପ୍ରବଳ ମାତ୍ରାରେ ବର୍ଷା ହେବ।ଲଘୁଚାପଟି ଗଭୀର ଅଵପାଦ ରୁପ ମଧ୍ୟ ନେଇପାରେ।୧୭ ଓ ୧୮ ତାରିଖରେ ଯେଉଁ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ତାହାର ପ୍ରଭାବ ଆମ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପଡିବ।ଓ ତାହା ସହିତ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମାନଙ୍କରେ ପଡିବ।ପୁଣିଥରେ ଜଳବନ୍ଦୀ ପରିସ୍ଥିତି ମଧ୍ୟ ସୃଷ୍ଟି ହେବ।

ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆମ ଓଡିଶାରେ କଣ କ୍ଷୟ କ୍ଷତି ହୋଇଛି ଆପଣ ସମସ୍ତେ ଜାଣନ୍ତି ପୁରୀ ଜିଲ୍ଲାରେ ସବୁଠାରୁ ଅଧିକ ପାଞ୍ଚ ଶହ ତିରିଶ ମିଲି ଲିଟର ବର୍ଷା ହୋଇଛି।ପୁରୀ ହେଉ କଟକ ହେଉ ଜଗତସିଂହପୁର ହେଉ କିମ୍ବା କେନ୍ଦ୍ରାପଡ଼ା ହେଉ ଏହି ସବୁ ଜିଲ୍ଲା ମାନଙ୍କରେ ବର୍ତ୍ତମାନ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।

ଦୁଇ ଦିନର ଲଗାଣ ବର୍ଷାରେ ଆମ ଓଡିଶାରେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ସ୍ଥିତି ବର୍ତ୍ତମାନ ବେହାଲ ହୋଇଛି।ତାହା ଛଡା ଏହି ଯେଉଁ ଲଘୁଚାପଟି ସୃଷ୍ଟି ହେଲା ତାହା ଗଭୀର ଅଵପାଦରେ ପରିଣତ ହେଲା ଯାହାକି ଆଜି ସକାଳେ ଚାନ୍ଦବାଲି ନିକଟରେ ସ୍ଥଳଭାଗ ଅତିକ୍ରମ କଲା।ଏହା ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଛି ଯାହାକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଆଡ଼କୁ ଗତି କରିବ।

ତାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଖାପାଖି ସାତଟି ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଜାରି କରାଯାଇଛି।ଯେଉଁଠିକି ଅଧିକରୁ ଅଧିକ ବର୍ଷା ମଝିରେ ମଝିରେ ଅଧିକ ବର୍ଷା ହେବାର ସମ୍ଭାବନା ଅଧିକ ଅଛି।ସେହି ସବୁ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡା, ଦେଓଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ।ଏହି ସାତଟି ଜିଲ୍ଲା ମାନଙ୍କୁ ରେଡ଼ ୱାର୍ନିଙ୍ଗ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *