ଧରା ପଡ଼ିଲା Swigy ବୟ ର Dhana ନାଟକ,ନିଜେ କରିଥିଲା ସବୁ ନାଟକ ଅନ୍ୟ ଝିଅ ସହ ହେଇଥିଲା ଫେରାର,ଏହି ଜାଗାରେ ଧରାହେଲେ ଦିଜଣ

Spread the love

ସାଙ୍ଗମାନେ ନାଟକର ନା କିଡନାପ।ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳର ଡେଲିଭରି ବୟଙ୍କ ଅପହରଣ ଅପହରଣ ନୁହେଁ ବରଂ ପ୍ରାୟୋଜିତ ନାଟକ ଥିବା ଜଣାପଡିଛି।ତେବେ ସେ ତାଙ୍କ ପ୍ରେମିକା ସହ ରେଳ ଷ୍ଟେସନରେ ବସିଥିବା ଫୋଟୋ ସାମ୍ନାକୁ ଆସିଛି।ତେବେ ଏହା ପଛରେ ପ୍ରେମ ସମ୍ପର୍କ ଥିବା ସୂଚନା ମିଳିଛି।ତେବେ ରେଳବାଇ ପୋଲିସ ସହାୟତାରେ ଉଦ୍ଧାର କଲା ଧଉଳି ପୋଲିସ।ନିଜେ ନାଟକ ରଚିଥିଲେ ପତିତପାବନ।ତେବେ ଏହା ସମ୍ପୂର୍ଣ ଭାବେ ପ୍ରାୟୋଜିତ ନାଟକ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ୧୧ ତାରିଖରେ ଏହି ନାଟକର ଯୋଜନା ଆରମ୍ଭ କରାଯାଇଥିଲା।

ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା।ତେବେ ଯିଏ ନାଟକ ସୃଷ୍ଟି କରିଥିଲା ଶେଷରେ ସେ ହିଁ ପୋଲିସ ଯୋଜନା ଭିତରେ ଫସି ଯାଇଛି।ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରିଛି କମିଶନରେଟ ପୋଲିସ।ସବୁଠୁ ଆଶ୍ଚର୍ୟ୍ଯ କଥା ହେଉଛି ଯେ ଜଣେ ବିବାହିତ ଯୁବକ ନିଜ ଭଲ ପାଇବା ପାଇଁ ଏପରି କରିପାରେ ତାହାର ପ୍ରମାଣ ଏବେ ଦେଖିବାକୁ ମିଳିଛି।

ତେବେ ସେ ଦୁଇ ବର୍ଷ ପୂର୍ବେ ବାହା ହେଇଥିଲେ।ତେବେ ଡିଶିପି କହିଛନ୍ତି କି ତାଙ୍କୁ ଭୁବନେଶ୍ବର ଆଣିବା ପରେ ସବିଶେଷ ତଥ୍ୟ ମିଳିବ।ସେ ନିଜ ସ୍ତ୍ରୀ ଠାରୁ ୩୦୦୦୦ ଟଙ୍କା ନେଇଥିଲେ କିନ୍ତୁ ଘରେ କହିଥିଲେ କି ତାଙ୍କ ଉପରେ ବିପଦ ଅଛି।ତେବେ ତାଙ୍କ ପ୍ରେମିକାଙ୍କ ବାପା ମା ମଧ୍ୟ ଗୋପ ଥାନାରେ ଏତଲା ଦେଇଛନ୍ତି।ତେବେ ଯେଉଁ ଭଏସ ରେକର୍ଡ ମିଳିଛି ସେଥିରୁ ଜଣା ଯାଉଥିଲା କି ତାଙ୍କୁ ଅପହରଣ କରା ଯାଉଛି।

ତେବେ ଏହି ଘଟଣାର ୪୮ ଘଣ୍ଟା ନ ପୂରୁନୁ ପୋଲିସ ସେମାନଙ୍କୁ ଗିରଫ କରିଛି।ତେବେ ଗୋପ ଆଇଆଇସିଙ୍କ ନିକଟରୁ ଏକ ଚିଠି ମିଳିଛି ଯେଉଁଥିରେ ଲେଖା ଯାଇଛି କି ସେ ପତିତପାବନଙ୍କୁ ଭଲ ପାଉଛନ୍ତି ଓ ତାଙ୍କ ସହିତ ପରିବାର ଗଢ଼ିବା ପାଇଁ ଚାହୁଁଛନ୍ତି।ତେବେ ସ୍ପେଶଲ ପୋଲିସ ଓ ଧଉଳି ପୋଲିସ ତାଙ୍କୁ ଓ ତାଙ୍କ ପ୍ରେମିକାଙ୍କୁ ମଧ୍ୟପ୍ରଦେଶ ରେଳ ଷ୍ଟେସନରୁ ଉଦ୍ଧାର କରିଛନ୍ତି।

ତେବେ ଏଭଳି ଭାବରେ ସେମାନେ ଆଗୁଆ ପ୍ଲାନିଂ କରିଥଲେ।ତେବେ ଏହି ଘଟଣାକୁ ନେଇ ଚାରିଆଡେ ଆଲୋଡନ ସୃଷ୍ଟି ହୋଇଥିଲା। ସାରା ରାଜଧାନୀରେ ଏହି ଘଟଣାକୁ ନେଇ ଚହଳ ସୃଷ୍ଟି ହୋଇଥିଲା।ତେବେ ସନ୍ଦେହ ଏଥିରୁ ସୃଷ୍ଟି ହୋଇଥିଲା କି ଯେବେ ଅଭିଯୁକ୍ତ ମାନେ ଛୁରୀ ମାଡ କରିଛନ୍ତି କିନ୍ତୁ ମୋବାଇଲକୁ ଛଡେଇ ନେଇ ପାରି ନାହାଁନ୍ତି।

ତେବେ ସବୁ କଥା ଏବେ ପଦାକୁ ଆସି ସାରିଛି।ତେବେ ଯୁବତୀଙ୍କ ବାପା କହିଛନ୍ତି କି ତାଙ୍କ ଝିଅ ବିଏ ପାଠ ପଢିଥିଲା ଓ ଏହା ଭିତରେ ସେମାନଙ୍କ ଭିତରେ ଦେଖା ସାକ୍ଷାତ ହେଲା।ତେବେ ତାଙ୍କ ଭିତରେ ଏପରି ଭାବେ ସମ୍ପର୍କ ସୃଷ୍ଟି ହେଲା।ଯୁବକ ଜଣକ ଯୁବତୀଙ୍କୁ ଆଉ ଗୋଟେ ନମ୍ବର ମଧ୍ୟ ଦେଇଥିବାର ସୂଚନା ମିଳୁଚି।

Leave a Reply

Your email address will not be published. Required fields are marked *