ପୁଣି ଆସିବା ଆଉ ଏକ ବଡ ଧାରଣା ର Cyclane Strome,ଆଗାମୀ ୧୭ ରୁ ଏହି ଜିଲ୍ଲାମାନଙ୍କରେ ହେଇଯିବ ପ୍ରବଳ ରୁ ଅତି ପ୍ରବଳ ବର୍ଷା,ଏହି ଜିଲ୍ଲାରେ ହେବ ଭୀଷଣ ରୂପ

Spread the love

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ କି ରାଜ୍ୟରେ ଅଗଷ୍ଟ ମାସରେ ସ୍ଵାଭାବିକ ଠାରୁ ବହୁତ କମ ପରିମାଣରେ ବର୍ଷା ହୋଇଥିଲା।ତେବେ ଏହା ଚାଷୀ ମାନଙ୍କ ପାଇଁ ବହୁତ ଦୁଃଖ ଦାୟକ ରହିଥିଲା।କାରଣ ନିଅଣ୍ଟିଆ ବର୍ଷା ହେତୁ ଚାଷ କାର୍ଯ୍ୟ ସମ୍ଭବ ହୋଇ ପାରି ନଥିଲା।ତେବେ ନିକଟରେ ହୋଇଥିବା ଲଘୁଚାପ ଜନିତ ବର୍ଷା କାରଣରୁ ଏହି ଆଶଙ୍କା କିଛି ମାତ୍ରାରେ କମିଥିଲା।

ତେବେ ଏହି ଦୁଇ ଦିନର ବର୍ଷା ଅନେକ ସହରକୁ ଜଳମଗ୍ନ କରିଛି।ପୁରୀରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଭୁବନେଶ୍ୱର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ।ତେବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୧୭ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଚି ଯାହାର ପ୍ରଭାବରେ ରାଜ୍ୟରେ ୧୮ ତାରିଖରୁ ବର୍ଷା ସମ୍ଭାବନା ରହିଛି।ତେବେ ଏହି ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ହେଲେ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ସାଙ୍ଗମାନେ ଆଗକୁ ଆଉ ଏକ ଲଘୁଚାପ ଆସୁଛି।ଆସନ୍ତା ୧୭ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଘୂର୍ଣୀ ବଳୟ।ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।ତେବେ ଏହା ୧୮ ତାରିଖରେ ଲଘୁଚାପ ସମ୍ଭାବନା ଥିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୧୭ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି।

ଏହା କ୍ରମଶଃ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରାଯାଉଛି।ଏହା ୧୮ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଉଛି।ତେବେ ଏହାର ପ୍ରଭାବରେ ଆଉ ଏକ ଲଘୁଚାପ ଜନିତ ବର୍ଷା ସୃଷ୍ଟି ହେବ।ଲଘୁଚାପ ବର୍ଷା ପ୍ରଭାବରୁ ରାଜ୍ୟରେ ହୋଇଥିବା ମୌସୁମୀ ନିଅଣ୍ଟିଆ ବର୍ଷାର ଭରଣା ହୋଇଛି।

ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ୨୯ ପ୍ରତିଶତ ଥିଲା।ସେପ୍ଟେମ୍ବର ୧୩ ତାରିଖ ବେଳକୁ ଏହା ୨୦ ପ୍ରତିଶତରେ ପହଞ୍ଚି ଯାଇଥିଲା।ସେହିପରି ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ରାଜ୍ୟର ୬ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ମାତ୍ର ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା।ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ୧୩ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୫ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିଛି।

ତେବେ ୨ ଟି ଜିଲ୍ଲା ପୁରୀ ଓ ଜଗତସିଂହପୁରରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଅଗଷ୍ଟରେ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ଆଶଙ୍କା ସୃଷ୍ଟି ହୋଇଥିଲା।ବର୍ତ୍ତମାନ ଦୁଇ ଦିନର ଲଗାଣ ବର୍ଷା ମରୁଡ଼ି ଆଶଙ୍କାକୁ କିଛି ମାତ୍ରାରେ ଉଡ଼ାଇ ଦେଇଛି।ତେବେ ୧୭ ତାରିଖ ପରଠୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *