ତପସ୍ୱିନୀ ଆଉ ଶାନ୍ତି (Peace) ଚାଁହୁନାହାନ୍ତି ବୋଲି କାହିଁକି କହିଲେ ସୁମିତ ଙ୍କ ଓକିଲ,କଣ ଏହାର ଅସଲ କାରଣ..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେମାନଙ୍କ ମଧ୍ୟରେ ଚାଲିଥିବା କଳହ ବର୍ତ୍ତମାନ ବହୁତ ଅଧିକ ବଢ଼ି ସାରିଲାଣି।ଏହା ସହିତ ସେମାନଙ୍କ ମଧ୍ୟରେ ଥିବା କଳହ ଉପରେ ବର୍ତ୍ତମାନ ସୁମିତଙ୍କ ଓକିଲ ନିଜର କିଛି ମତ ରଖିଛନ୍ତି।ଏହା ସହିତ ସେ ବର୍ତ୍ତମାନ ଡକ୍ଟର ସୁମିତଙ୍କ ଶରୀର ଅସୁସ୍ଥ ଥିବା କାରଣରୁ ସେ ବର୍ତ୍ତମାନ କାହା ସମ୍ମୁଖକୁ ଆସି ପାରିବେ ନାହିଁ ବୋଲି କହିଥିଲେ।

ଏହା ସହିତ ସେ କହିଥିଲେ କି କୋର୍ଟ ସେମାନଙ୍କୁ ଡକ୍ଟର ସୁମିତଙ୍କ ଚିକିତ୍ସାଳୟ ପାଖରେ ଏକ ଭଡ଼ା ଘର ନେଇ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।କିନ୍ତୁ ଏହା ଉପରେ ଡକ୍ଟର ସୁମିତଙ୍କ ଓକିଲ କହିଛନ୍ତି କି ଯଦି ତପସ୍ଵିନୀ ଡକ୍ଟର ସୁମିତ ଓ ତାଙ୍କର ପରିବାର ଲୋକମାନଙ୍କ ଉପରେ ଏପରି ଅଭିଯୋଗ କରୁଛନ୍ତି କି ସେମାନେ ତାଙ୍କୁ ଅନେକ ହଇରାଣ କରନ୍ତି ଓ

ସେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୁଅନ୍ତି ତେବେ ତାଙ୍କୁ ତାଙ୍କର ପରିବାର ଲୋକମାନଙ୍କ ସହିତ ରହିବା ସଠିକ ହେବ ନାହିଁ ବୋଲି ସେ କହିଛନ୍ତି।ସେହି କାରଣରୁ ଡକ୍ଟର ସୁମିତ ବର୍ତ୍ତମାନ ତାଙ୍କ ସହିତ ରହିବା ପାଇଁ ମଧ୍ୟ ରାଜି ନଥିବା ସେ କହିଛନ୍ତି।ଏହା ସହିତ ଡକ୍ଟର ସୁମିତଙ୍କ ଓକିଲ କହିଥିଲେ କି ଯଦି ତପସ୍ଵିନୀ ନିଜର ପତିଙ୍କ ସହିତ ଖୁସିରେ ରହିବା ପାଇଁ ଚାହୁଁଛନ୍ତି

ତେବେ ସେ ତାଙ୍କର ଘର ଭାଙ୍ଗି କିଛି ମହିଳା ମାନଙ୍କ ସହାୟତାରେ ତାଙ୍କର ଘରେ ପଶିବା ପାଇଁ କିପରି ଭାବରେ ପ୍ରୟାସ କରି ପାରିଲେ।ଏହା ସହିତ ଏହା ଉପରେ ବର୍ତ୍ତମାନ ଡକ୍ଟର ସୁମିତଙ୍କ ଓକିଲ ପିଟିସନ ମଧ୍ୟ ଦାଖଲ କରିଛନ୍ତି।ତେବେ ଡକ୍ଟର ସୁମିତଙ୍କ ଓକିଲ କହିଥିଲେ କି ଯଦି ସେମାନେ ଏକାଠି ରହିବେ ତେବେ ସେମାନଙ୍କ ମଧ୍ୟରେ ଅନେକ କଳହ ଆରମ୍ଭ ହୋଇଯିବ।

ଏହା ସହିତ ଡକ୍ଟର ସୁମିତଙ୍କ ଓକିଲ କହିଥିଲେ କି ଯଦି ଜଣେ ବ୍ୟକ୍ତି କୌଣସି ମକୋଦ୍ଦମାରେ ସଂପୃକ୍ତ ହୁଅନ୍ତି ତେବେ ଏହାର ଅର୍ଥ ନୁହେଁ କି ତାଙ୍କର କୌଣସି ନିଜସ୍ଵ ଅଧିକାର ନାହିଁ।ତେବେ ଡକ୍ଟର ସୁମିତଙ୍କ ଓକିଲ କହିଥିଲେ କି ଯେହେତୁ ଡକ୍ଟର ସୁମିତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଭଲ ନାହିଁ ସେହି କାରଣରୁ ସେ ବର୍ତ୍ତମାନ କାହା ସମ୍ମୁଖକୁ ଆସୁ ନାହାନ୍ତି।

ଏହା ସହିତ ଡକ୍ଟର ସୁମିତଙ୍କ ଓକିଲ କହିଥିଲେ କି ଆବଶ୍ୟକ ସମୟରେ ସେ ନିଶ୍ଚୟ ଭାବରେ ସମସ୍ତଙ୍କ ସମ୍ମୁଖକୁ ଆସିବେ।ଏହା ସହିତ ଯଦି ଆବଶ୍ୟକ ପଡେ ତେବେ ସେ ନିଜର କାହା ସମ୍ମୁଖକୁ ନ ଆସିବାର କାରଣ ମଧ୍ୟ କହିବେ।ତେବେ ଯେଉଁ ବ୍ୟକ୍ତିମାନେ କହୁଛନ୍ତିକି ସେ ଫେରାର ହୋଇ ଯାଇଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବରେ ଭୁଲ କହୁଛନ୍ତି ବୋଲି କହିଛନ୍ତି ଡକ୍ଟର ସୁମିତଙ୍କ ଓକିଲ।

ଏହା ସହିତ ଏପରି ଭାବରେ ମିଥ୍ୟା ପ୍ରଚାର ନ କରିବାକୁ ମଧ୍ୟ ସେ କହିଛନ୍ତି।ଏହା ସହିତ ବୁଝାମଣା ମାଧ୍ୟମରେ ଏହି ଘଟଣାର ସମାଧାନ ହୋଇ ପାରିବ ନାହିଁ ବୋଲି ମଧ୍ୟ ସେ ସିଧାସଳଖ ଭାବରେ କହି ଦେଇଛନ୍ତି।

Leave a Reply

Your email address will not be published. Required fields are marked *