ତପୁ ମିଶ୍ରଙ୍କର ଶେଷ ଭିଡିଓ – ନିଜ ସ୍ୱାମୀ ଙ୍କୁ କହିଥିଲେ ଏଭଳି କଥା ନିଜର ଶେଷ ଭିଡ଼ିଓ ରେ ଯେ ଜାଣିଲେ ଆପଣ ମଧ୍ୟ କାନ୍ଦି ପକେଇବେ

Spread the love

ତେବେ ବନ୍ଧୁମାନେ ଏହି ଅଳ୍ପ ଦିନ ତଳେ ଓଡ଼ିଆ ସଙ୍ଗୀତକାର ତପୁ ମିଶ୍ର ଆମକୁ ଛାଡ଼ି ଚାଲିଯାଇଥିଲେ।ତେବେ ଏକ କଳାକାର ଆମକୁ ଛାଡ଼ି ଚାଲି ଯାଇଥାଏ କିନ୍ତୁ ତାହାର ସବୁ କାର୍ଯ୍ୟ ଆମ ପାଇଁ ଛାଡ଼ି ଯାଏ।ତାଙ୍କର ସେହି କାର୍ଯ୍ୟଗୁଡିକୁ ଦେଖି ଆମେ ସେହି ସବୁ କାର୍ଯ୍ୟଗୁଡ଼ିକ ଦେଖି ଆମେ ତାଙ୍କୁ ମନେ ପକାଇ ଥାଉ।ତେବେ ତପୁ ମିଶ୍ର ଏକ ବହୁତ ଭଲ ଗାୟିକା ଥିଲେ।ତେବେ ସେ ନିଜର ଶେଷ ଭିଡ଼ିଓରେ କଣ କହିଥିଲେ କେଉଁ ଗୀତ ଶେଷରେ ବୋଲିଥିଲେ ତାହା ଆସନ୍ତୁ ଆମେ ଜାଣିବା।ତେବେ ଆପଣ ଯଦି ମଧ୍ୟ ଗାୟିକା ତପୁ ମିଶ୍ରଙ୍କର ଏକ ବହୁତ ବଡ଼ ପ୍ରଶଂସକ ତେବେ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ପଢନ୍ତୁ।ଏହା ଦ୍ଵାରା ଆପଣ ନିଜ ପ୍ରିୟ କଳାକାର ବିଷୟରେ ବହୁତ କିଛି ଜାଣିବାକୁ ପାଇବେ।

ତେବେ ତପୁ ମିଶ୍ର ମା ଦେଇଥିଲା କଜଳ ଗାର ଗୀତଟି ବହୁତ ଲୋକପ୍ରିୟ ହେଇଥିଲା।ଏହିପରି ତାଙ୍କର ଅନ୍ୟ ସବୁ ଗୀତଗୁଡ଼ିକ ହେଉଛି ତମ କଥା ମନେ ପଡେ,କିଛି ବାଟ ଚାଲୁ ଚାଲୁ ଓ ମୋ ଦୁନିଆ ଏହି ପରି ଅନେକ ଗୀତ ଗାଇଥିଲେ।ତେବେ ଏହି ସବୁ ଗୀତ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା।ତେବେ ନିଜର ଶେଷ ଭିଡ଼ିଓରେ କିନ୍ତୁ ସେ ଏକ ବଙ୍ଗାଳୀ ଗୀତଟିଏ ଗାଇଥିଲେ।

ତପୁ ମିଶ୍ର ନିଜ ଶେଷ ଭିଡ଼ିଓରେ ତାଙ୍କର ଜଣେ ପ୍ରଶଂସକର ଏକ ପ୍ରଶ୍ନର ଉତ୍ତର ଦେଇଥିଲେ।ପ୍ରଶ୍ନଟି ଥିଲା ଆପଣଙ୍କର ଏମିତି କିଛି ମନରେ ଅଛି କି ଯାହାକୁ ମନେ ପକାଇ ଆପଣ ବହୁତ ଦୁଃଖ କରିଥାନ୍ତି।ତେବେ ସେ ଏହାର ଉତ୍ତରରେ କହିଥିଲେ କି ହଁ ଏମିତି ବହୁତ ଜିନିଷ ମନେ ପଡୁଛି।ଯେପରିକି ତାଙ୍କର କେତେ ସାଙ୍ଗଙ୍କ ଠାରୁ ସେ ଅଲଗା ହେଇ ଯାଇଛନ୍ତି।ଏମିତି ବହୁତ ଲୋକ ଅଛନ୍ତି ଯାହାକୁ ସେ ବହୁତ ଭଲ ପାଉଥିଲେ ଆଉ ସେମାନେ ଏ ଦୁନିଆ ଛାଡ଼ି ଚାଲିଯାଇଛନ୍ତି।

ଏହା ସହ ଏହାର ଉତ୍ତରରେ ତପୁ କହିଥିଲେ କି ସିନେମା ଜଗତରେ ମଧ୍ୟ ବହୁତ କଳାକାର ଆମକୁ ଛାଡି ଚାଲିଗଲେ।ତାଙ୍କ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ତନକର ଆଜି ବି ଆଖି ଆଗରେ ନାଚି ଯାଉଛି।ତେବେ ସେ ମହାମାରୀରେ ନିଜର ପିଉସୀଙ୍କୁ ମଧ୍ୟ ହରାଇଥିଲେ।ସେ ନିଜ ପିଉସୀଙ୍କୁ ବଚନ ଦେଇଥିଲେ କି ଯେତେବେଳେ ସେ ତାଙ୍କ ସହ ଦେଖା ହେବେ ସେ ତାଙ୍କୁ ରାନ୍ଧିକି ଖୁଆଇବେ।ତେବେ ସେ ତାଙ୍କର ବଚନ ପୂରଣ କରିପାରିନଥିଲେ।

ଏହା ସହ ସେ ସମଗ୍ର ମାନବ ଜାତିକୁ କହିଥିଲେ କି ଏ ଜୀବନଟା ବହୁତ ଛୋଟ ଅଟେ।ଆଜି ବଞ୍ଚିଥିଲେ କାଲିକୁ ଆପଣ ଜାଣିନଥିବେ ଆପଣଙ୍କର କଣ ହେବ।ତେବେ ନିଜର ସବୁ ରାଗ, ଭୟ, ଗର୍ବ, ଅହଙ୍କାର ଓ ଛଳନା ଆଦି ସବୁ ଖରାପ ଗୁଣକୁ ନଷ୍ଟ କରି ଦିଅନ୍ତୁ।ଭଲ ପାଇବା ଦିଅନ୍ତୁ।ତେବେ ଶେଷରେ ସେ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ କି ତାଙ୍କ ଭଲ ପାଇବା ପାଇଁ ସେ ଆଜି ଏତେ ସଫଳତା ହାସଲ କରିଛନ୍ତି।ତେବେ ବନ୍ଧୁମାନେ ଆଜି ତପୁ ମିଶ୍ର ଆମ ଭିତରେ ନାହାନ୍ତି କିନ୍ତୁ ଚାଲନ୍ତୁ ଆମେ ସେ କହିଥିବା କଥାରେ କାର୍ଯ୍ୟ କରି ଦୁନିଆଟିକୁ ଆହୁରି ସୁନ୍ଦର କରିବା, ସେମିତିରେ ହିଁ ତାଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଦେଇପାରିବା।

Leave a Reply

Your email address will not be published. Required fields are marked *