ଓଡ଼ିଆ ସିଙ୍ଗର ମାନେ ଗୋଟେ ଗୀତ ପାଇଁ କିଏ କେତେ ଟଙ୍କା ନିଅନ୍ତି ?ଏହି ସିଙ୍ଗର ଙ୍କ ଫିସ ଶୁଣିଲେ ଆପଣ କହିବେ ଏମାନେ ତ କୋଟିପତି – ଜାଣିରଖନ୍ତୁ କିଏ କେତେ ତାଙ୍କ ନିୟନ୍ତି

Spread the love

ସମଗ୍ର ଓଡ଼ିଶାରେ ଅନେକ ଗାୟକ ରହିଛନ୍ତି ଏହା ସହିତ ସେମାନଙ୍କର ପାରିଶ୍ରମିକ ମଧ୍ୟ ଅଲଗା ଅଲଗା। ଅର୍ଥାତ ଗୋଟିଏ ଗୀତ ଗାଇବା ପାଇଁ କିଏ କେତେ ଟଙ୍କା ନେଇଥାନ୍ତି ଆମେ ସେହି ବିଷୟରେ ଆଲୋଚନା କରିବା।ପ୍ରଥମେ ହେଉଛନ୍ତି ଅମ୍ରିତା ନାୟକ।ଯିଏକି କେମିତି ଭୁଲିବି ସେହି ଅଭୁଲା ଦିନ ଗୀତରୁ ନିଜର ପ୍ରତିଷ୍ଠା ବନାଇଥିଲେ।ଏହି ଗୀତରୁ ସେ ସମସ୍ତଙ୍କର ପ୍ରିୟ ହୋଇଯାଇଥିଲେ।ସେ ଗୋଟିଏ ଗୀତ ଗାଇବା ପାଇଁ ଆଠରୁ ଦଶ ହଜାର ଟଙ୍କା ନେଇଥାନ୍ତି।ସେ ଓଲିଉଡ ଜଗତର ଜଣେ ପ୍ରତିଷ୍ଠିତ ଗାୟିକା।ସେ ନିଜର ଅନେକ ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କ ଗହଣରେ ପ୍ରତିଷ୍ଠିତ ହୋଇପାରିଛନ୍ତି।

ଏହା ପରେ ଆସନ୍ତି ମଣ୍ଟୁ ଛୁରିଆ।ତାଙ୍କୁ କିଏ ବା ନଜାଣେ।ସମ୍ବଲପୁର ସଙ୍ଗୀତ ଜଗତରେ ନିଜର ଅଦ୍ଭୁତ ପ୍ରତିଭା ଦେଖାଇଛନ୍ତି ମଣ୍ଟୁ ଛୁରିଆ।ନିଜର ପ୍ରତିଭା ବଳରେ ସେ କେବଳ ସମ୍ବଲପୁରରେ ନୁହେଁ ବରଂ ସେ ସମଗ୍ର ଓଡ଼ିଶାରେ ବେସ ପରିଚିତ।ସେ ଗୋଟିଏ ଗୀତ ଗାଇବା ପାଇଁ ଆଠ ହଜାର ରୁ ଦଶ ହଜାର ପର୍ଯ୍ୟନ୍ତ ତାଙ୍କ ନେଇଥାନ୍ତି।ଏହା ଛଡା ତାଙ୍କର ଗୋଟେ ୟୁଟ୍ୟୁବ ଚାନେଲ ରହିଛି।ଯେଉଁଥିରେ ପାଖାପାଖି ୫ ଲକ୍ଷ ଅନୁଗତ ଅଛନ୍ତି।ସେ ନିଜର ଜିଗରବାଲା ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କ ସମ୍ମୁଖକୁ ଆସିଥିଲେ।

ଏହାପରେ ଅଛନ୍ତି ଦିପ୍ତିରେଖା।ସେ ପ୍ରଥମେ ରାଜକନ୍ୟାରେ ଅଭିନୟ କରି ସମସ୍ତଙ୍କ ସମ୍ମୁଖକୁ ପ୍ରଥମେ ଏକ ଅଭିନେତ୍ରୀ ଭାବରେ ଆସିଥିଲେ।ଏହାପରେ ସେ ସଙ୍ଗୀତ ଜଗତରେ ନିଜର ନାମକୁ ଯୋଡ଼ି ଦେଇଥିଲେ।ସେ ଗୋଟିଏ ଗୀତ ଗାଇବା ପାଇଁ ଆଠ ହଜାରରୁ ବାର ହଜାର ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି।ଏହାପରେ ଅଛନ୍ତି ହ୍ୟୁମାନ ସାଗର ଯିଏକି ଓଡ଼ିଶାର ଅରିଜିତ ସିଂ ଭାବରେ ଜଣାଶୁଣା।ସେ ତାଙ୍କ ଗୀତ ମାଧ୍ୟମରେ ସମସ୍ତ ଓଡ଼ିଶା ବାସୀଙ୍କ ମନରେ ରହି ସାରିଛନ୍ତି।ସେ ଗୋଟିଏ ଗୀତ ଗାଇବା ପାଇଁ ଦଶ ହଜାର ଟଙ୍କା ନେଇଥାନ୍ତି।

ସେ କୌଣସି ଗୀତ ଗାଇବା ପାଇଁ ମନା କରନ୍ତି ନାହିଁ।ଦୁଃଖଭରା ଗୀତ ହେଉଥାଉ ଅଥବା ପ୍ରେମ ଗୀତ ହେଉଥାଉ ସେ ସମସ୍ତ ଗୀତକୁ ଭଲ ଭାବରେ ଗାଇଥାନ୍ତି।ସେ ଅଧାରୁ ଡାକ୍ତରୀ ପାଠ ଛାଡ଼ି ସଙ୍ଗିତ ଜଗତକୁ ଚାଲି ଆସିଥିଲେ ଓ ଏହିଠାରେ ନିଜର ନୂତନ ପରିଚୟ ସୃଷ୍ଟି କରିଥିଲେ।ତରଙ୍ଗର ଫିଲ୍ମ ଗୀତ ଗାଇବା ପାଇଁ ସେ ପନ୍ଦର ହଜାର ଟଙ୍କା ନେଇଥାନ୍ତି।ଏହାପରେ ଅଛନ୍ତି ତାରିକ ଅଜିତ।ସେ କେବଳ ଆଇଟମ ଗୀତ ଗାଇବାକୁ ପସନ୍ଦ କରନ୍ତି।ସେ ନିଜ ଗୀତ ମାଧ୍ୟମରେ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରନ୍ତି।ସେ ନିଜର ଗୀତକୁ ବହୁତ ଭଲ ଭାବରେ ଗାଇଥାନ୍ତି।

ଓଡ଼ିଶାର ସମସ୍ତ ପର୍ବରେ ତାଙ୍କ ଗାଇଥିବା ଗୀତ ନିଶ୍ଚିତ ଭାବରେ ବାଜିଥାଏ।ସେ ପ୍ରତି ଗୀତ ଗାଇବା ପାଇଁ ଆଠରୁ ଦଶ ହଜାର ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି।ଏହା ଛଡା ସେ ତରଙ୍ଗ ଫିଲ୍ମ ଗୀତ ଗାଇବା ପାଇଁ ପନ୍ଦରରୁ କୋଡ଼ିଏ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି।ଏହାପରେ ହେଉଛନ୍ତି ଅସୀମା ପଣ୍ଡା।ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ।ତାଙ୍କ ବୟସ ୩୬ ବର୍ଷ।ଅନେକ ଫିଲ୍ମରେ ତାଙ୍କର ଗୀତ ପ୍ରଥମେ ରେକର୍ଡିଂ କରାଯାଇଥାଏ।ସେ ଗୋଟିଏ ଗୀତ ଗାଇବା ପାଇଁ କୋଡ଼ିଏ ହଜାର ଟଙ୍କା ନେଇଥାନ୍ତି।ସେ ଓଡ଼ିଆ ଭାଜନରୁ ନିଜର ସଙ୍ଗୀତ ଜୀବନର ଆରମ୍ଭ କରିଥିଲେ।କିନ୍ତୁ ସେ ଆଜି ସମସ୍ତ ପ୍ରକାର ଗୀତ ଗାଉଛନ୍ତି।

Leave a Reply

Your email address will not be published. Required fields are marked *