ଠିକାଦାର Janmajeya ସାହୁ ବାଇକରେ ବସାଇ ମୋ ସ୍ତ୍ରୀକୁ ନେଇଯାଇଥିବା ଅଭିଯୋଗ ଆଉ ତାପରେ ଯାହା ହେଲା…

Spread the love

ଠିକାଦାର ଜନ୍ମେଜୟ ସାହୁ ବାଇକରେ ବସାଇ ମୋ ସ୍ତ୍ରୀକୁ ଅପହରଣ କରି ନେଇଛି। ଗଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରାଙ୍କୁ ଅପହରଣ ହୋଇଥିବା ନେଇ ଥାନାରେ ତାଙ୍କ ସ୍ଵାମୀ ପ୍ରସନ୍ନ ବେହେରା ଲିଖିତ ଅଭିଯୋଗ କରିଛନ୍ତି।ବିନତି ଗଣେଇ ଗଡ ପଞ୍ଚାୟତ ସମିତି ସଭ୍ୟ ଭାବେ ନିର୍ବାଚିତ ହେବା ପରେ ପଞ୍ଚାୟତ

ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଆଉ ଏହା ସହ ଗନାଇ ବ୍ଲକ ବିଜୁ ଜନତା ଦଳର ମହିଳା ସଭା ନେତ୍ରୀ ଭାବେ ଦାୟିତ୍ଵରେ ଥିଲେ। ତାଙ୍କ ସ୍ଵାମୀ ପ୍ରସନ୍ନ ଗଣାଇ ବିଇଓ କାର୍ଯ୍ୟାଳୟରେ ସିଆରସିଶି ଭାବେ କାର୍ଯ୍ୟରତ। ଆଉ ଉଭୟଙ୍କ ବାହାଘର ୨୦୦୫ ମସିହାରେ ହୋଇଥିଲା।

ଆଉ ଏବେ ତାଙ୍କର ୧୪ ବର୍ଷର ପୁଅଟିଏ। ପୁଅ ଅନୁଗୁଳ ଜିଲ୍ଲାର ଖମାର ନିକଟ ଏକ ଗ୍ରାମରେ ଥିବା ଛାତ୍ରାବାସରେ ରହି ପାଠ ପଢେ।ଆଉ ପୁଅ ବଡ଼ ଦିନ ଛୁଟିରେ ଘରକୁ ଆସିଥିଲା। ଆଉ ବିନତି ମଧ୍ୟ ତାକୁ ବସ ଯୋଗେ ଛାତ୍ରାବାସକୁ ଛାଡ଼ିବାକୁ ଯାଇଥିଲେ। ତେବେ ପୁଅକୁ ଛାଡି ଫେରିବା ବେଳେ ଭାଗଲପୂର

ଗ୍ରାମର ଜଣେ ଶ୍ରମିକ ଠିକାଦାର ଯାହାଙ୍କ ନାମ ହେଉଛି ଜନ୍ମେଜୟ ସାହୁ ସେ ତାଙ୍କୁ ଏକ ବାଇକ ଯୋଗେ ଅପହରଣ କରି ନେଇଥିବା ଚର୍ଚ୍ଚା ହେଉଛି।ଆଉ ଯାହାକୁ ନେଇ ପ୍ରସନ୍ନ ନିଜେ ଜାଣିବାକୁ ପାଇଥିଲେ ଆଉ ଏହା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ। ସବୁଠାରୁ ବଡ଼ କଥା ହେଲା ଏହି ଅପହରଣ ପଛରେ କୁଆଡେ

ଆଉ ଜଣେ ମହିଳାଙ୍କ ହାତ ଅଛି। ଜମ୍ଭିରପୋଷ ଗ୍ରାମର ଜଣେ ମହିଳା ସାମିଲ ଥିବା ପ୍ରସନ୍ନ ମାନେ ବିନତିଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି। ଆଉ ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।ଆଉ ଥାନାରେ ଏକ ଅପହରଣ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛନ୍ତି। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *