ନିଶା କଲେ ନୂଆ ପ୍ଲାନ,ନିଶାଙ୍କ ଛାତି ତଳେ ଥିଲା ହୃଦୟ ଏବେ ସବୁ kanda କରିବା ପରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲେ…

Spread the love

ମୋ ଚରିତ୍ର ଉପରେ ଯେତେ ଆଙ୍ଗୁଠି ଉଠାଉଛ ଉଠାଅ। ଏହି ସମାଜରେ ହେଉଥିବା ଘଟଣାକୁ ମୁଁ ଦିବା ଆଲୋକରେ କହି ଦେଲି ବୋଲି ମତେ ସବୁ ଘୃଣା କରୁଛ। କିନ୍ତୁ ମୁଁ ଦବି ଯିବି ନାହିଁ କି ଅଟକି ଯିବି ନାହିଁ। ଏହି ଭଳି କହି ଭିତରେ ଥିବା କୋମଳ ହୃଦୟଟି ଆଜି ଦେଖାଇଛନ୍ତି ଆଉ ଦୌଡି ଆସିଛନ୍ତି ସାହାଯ୍ୟ କରିବା ପାଇଁ।

ସେ ହେଲେ ନିଶା ମହାରଣା। ଯେଉଁଠାରେ ସ୍ତ୍ରୀ, ମା ଆଉ ସରପଞ୍ଚ ସବୁ ବୁଲି ବୁଲି ଭିକ ମାଗୁଥିଲେ କିଭଳି ଜୀବନଟା ବଞ୍ଚି ଯିବ। ଆଜି ସେଠାରେ ସାହାଯ୍ୟ କରିବା ପାଇଁ ପହଂଚି ଯାଇଛନ୍ତି ନିଶା ମହାରଣା। ଆପଣ ଦେଖିଥିବେ କିଛି ଦିନ ତଳେ କିଭଳି କଇଁ କଇଁ ହୋଇ କାନ୍ଦୁଥିଲା ସ୍ତ୍ରୀ। ସେପଟେ

ଛାତି ଫଟାଇ କାନ୍ଦୁଥିଲା ମାଆ।ଆଉ ଗାଁର ସରପଞ୍ଚ ମଧ୍ୟ ବାହାରି ପଡ଼ିଥିଲେ ଭିକ୍ଷା ମାଗିବାକୁ।ଯାହାବି ଟଙ୍କା ମିଳିବ ସେଠାରେ ଅପରେସନ ହୋଇଥାନ୍ତା। ସଞ୍ଜୟ ସ୍ୱାଇଁଙ୍କ କିଡନୀ ପ୍ରତ୍ୟାରୋପଣ କରିବା ପାଇଁ ଏବେ ସବୁଠାରୁ ବଢ଼ି ଯାଇଛି ଚିନ୍ତା। ଗୋଟିଏ ପଟେ ଖୁସିର ଖବର ଯେ ସ୍ତ୍ରୀଙ୍କ କିଡନୀ ମିଶି ଯାଉଛି।

ଆଉ ସେହି କିଡନୀ ଲାଗିବ। କିନ୍ତୁ ତା ପାଇଁ ଦରକାର ୧୨ ରୁ ୧୫ ଲକ୍ଷ ଟଙ୍କା।ଆଉ ଏତେ ଟଙ୍କା କୁଆଡୁ ଆସିବ। ଆଉ ଏବେ ଆପଣ ଦେଖୁଥିବେ ନିଶା ମହାରଣାଙ୍କ କାନରେ ଏହି କଥା ପଡ଼ିବା ପରେ ସେ ଆସି ପହଞ୍ଚି ଯାଇଥିଲେ ସାହାଯ୍ୟ କରିବା ପାଇଁ। ନୂଆ ବର୍ଷ ପାଳନ ହେବା ପରେ ଏହି ଖବର ସାମ୍ନାକୁ ଆସିଥିଲା।

ଗ୍ରାମର ଯୁବକ ଓ ସରପଞ୍ଚ ଏହି ଭଳି ଭିକ୍ଷା ମାଗୁଥିଲେ। ଗାଁ ଗାଁ ଓ ସାହି ବୁଲି ଭିକ୍ଷା ମାଗୁଥିଲେ। ଏହାକୁ ଦେଖିବା ପରେ ଆଜି ନିଶା ମହାରଣା ଦୌଡି ଆସିଛନ୍ତି ସାହାଯ୍ୟ କରିବା ପାଇଁ।ସଞ୍ଜୟଙ୍କୁ ନିଜ ସାହାଯ୍ୟର ହାତ ବଢ଼ାଇବା ପାଇଁ ସରପଞ୍ଚ ନିଜ ଚେଷ୍ଟା ଜାରି ରଖିଛନ୍ତି। ଆଉ ଅନ୍ୟ ମାନେ କିଭଳି ସାହାଯ୍ୟ କରିବା

ପାଇଁ ଦୌଡି ଆସୁଛନ୍ତି ଆପଣ ଦେଖିଥିବେ। ଯଦି ଆପଣ ଚାହୁଁଛନ୍ତି କିଛି ସାହାଯ୍ୟ କରିବା ପାଇଁ ତେବେ ଆପଣ ମଧ୍ୟ କିଛି ଅର୍ଥ ରାଶି ଦେଇ ତାଙ୍କୁ ସାହାଯ୍ୟ କରି ପାରିବେ। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *