କରୋନା ଭ୍ୟାକସିନ ନେଵାପରେ ଯଦି ଦେଖୁଛନ୍ତି ଏପରି ପ୍ରତିକ୍ରିୟା ତେବେ ହୋଇଯାଆନ୍ତୁ ସାଵଧାନ ନଚେତ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କରୋନା ଭ୍ୟାକସିନ ନେବାପରେ ଯଦି ଆପଣ ଏହିଭଳି କିଛି ଲକ୍ଷଣ ନିଜ ଶରୀରରେ ଦେଖିବାକୁ ପାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ।ଏଥିପାଇଁ ଏହି ଆର୍ଟିକିଲକୁ ଧର୍ଯ୍ୟର ସହିତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏହା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ତଥ୍ୟ ଭଲ ଭାବରେ ପାଇପାରିବେ।ତେବେ ଆସନ୍ତୁ କରୋନା ଟୀକା ନେବାପରେ ଯଦି ଆପଣ ଏହି ଲକ୍ଷଣ ଦେଖୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ।ଏବଂ କଣ ସବୁ ରହିଛି କରୋନା ଟୀକାର ସାଇଡ ଇଂଫେକ୍ସ।

କରୋନା ଦେଶର ପରିସ୍ଥିତିକୁ ହଲାଇକରି ରଖିଦେଇଛି।ଅନେକ ଲୋକ କରୋନାକୁ ନେଇ ହନ୍ତସନ୍ତ ହେଉଛନ୍ତି।ଏହା ଦ୍ୱାରା ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି।ଏଥିପାଇଁ ଅନେକ ସ୍ଥାନରେ ଲକ ଡାଉନ ଏବଂ ସଟ ଡାଉନ ମଧ୍ୟ କରାଯାଉଛି ମାତ୍ର ଏହା କରିସାରିବା ପରେ ମଧ୍ୟ କମୁନାହିଁ କରୋନା।ଏଥିପାଇଁ କରୋନା ଠାରୁ ରକ୍ଷା ପାଇବା ପାଇଁ ଏବେ ଦେଶରେ ଚାଲିଛି ଜୋରଦାର ଟୀକାକାରଣ।କାରଣ କରୋନାକୁ ହରାଇବାକୁ ହେଲେ ଟୀକାକରଣ ବ୍ୟାପକ ମାତ୍ରାରେ କରିବାକୁ ପଡିବ।ତେବେ କୌଣସି ପ୍ରକାର ଆତଙ୍କିତ ହାଉଆନ୍ତୁ ନାହିଁ |ଭ୍ୟାକସିନ ଉପରେ ଭରସା ରଖନ୍ତୁ

ମାତ୍ର ଭ୍ୟାକସିନ କରିବାପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି।କୋଭିସିଲଡ଼ ଭ୍ୟାକସିନ ଲଗାଇବାପରେ ରକ୍ତ ଜମାଟ ବାନ୍ଧିବା ଭଳି ମଧ୍ୟ ଅଭିଯୋଗ ସାମ୍ନାକୁ ଅସିଛି।ଯାହା ଫଳରେ ଏହାକୁ ଦେଖି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମନ୍ତ୍ରାଳୟ ଗୋଟେ ଦିନ ପୂର୍ବରୁହିଁ ଆଡ଼ଭାଇଜରି ଜାରି କରିଛନ୍ତି।ଯେଉଁଥିରେ ଲୋକ ଭ୍ୟାକସିନ ନେବାର ୨୦ ଦିନ ପରେହିଁ ରକ୍ତ ଜମାଟ ବାନ୍ଧୁଥିବାର ସମସ୍ୟା ଜଣାଇଛନ୍ତି।

ତେବେ ଜାରିହୋଇଥିବା ଆଡ଼ଭାଇଜରି ମୁତାବକ ଯଦି ଯେକୌଣସି ଭ୍ୟାକସିନ ନେବାପରେ ଆପଣଙ୍କ ଶରୀରରେ ଛେତାପଣ ଛାତିରେ ଯନ୍ତ୍ରଣା,ବିନା ବାନ୍ତିରେ ପେଟ ଯନ୍ତ୍ରଣା ପ୍ରଚଣ୍ଡ ମୁଣ୍ଡ ବ୍ୟଥା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଗଲେ ଟୀକାକରଣ କେନ୍ଦ୍ରକୁ ଯାଇ ତୁରନ୍ତ ରିପୋଟ କରିବାକୁ କୁହାଯାଇଛି।ତେବେ ଏହି ସବୁ ଲକ୍ଷଣ ଦେଖାଗଲେ ଆପଣ ଜମାବି କରନ୍ତୁ ନାହିଁ ଅଣ ଦେଖା।

ତେବେ ଇଂଜେକସନ ନେଇଥିବା ସ୍ଥାନ ଛାଡି ଯଦି ଆପଣ ଅନ୍ୟ କୌଣସି ସ୍ଥାନରେ ନାଲି ରଙ୍ଗର ଦାଗ ଦେଖନ୍ତି ତେବେ ସତର୍କ ରୁହନ୍ତୁ।ଏଥିପାଇଁ ଆପଣ ଭ୍ୟାକସିନ ସେଣ୍ଟରକୁ ଯାଇ ଲକ୍ଷଣ ସମ୍ବନ୍ଧରେ ଅବଗତ କରାନ୍ତୁ।ସେହିଭଳି ଭ୍ୟାକସିନ ଲଗାଇବାପରେ ଥକା ପଣ ଶରୀରର କୌଣସି ଅଙ୍ଗ କାମ ନକରିବା,ବିନା କୌଣସି କାରଣରେ ଲଗାତାର ବାନ୍ତି ହେବା, ଆଖି ବିନ୍ଧା ସହିତ ଧୂସର ଧୂସର ଦେଖାଯିବା, କନଫ୍ୟୁଜନ, ଡିପ୍ରେସନ ଏବଂ ମୁଡ ସ୍ୱିଙ୍ଗ ହେବା ମଧ୍ୟ ସାଧାରଣ କଥା ନୁହେଁ।ଏହି ସବୁ ଲକ୍ଷଣ ବିଷୟରେ ଭ୍ୟାକସିନେସନ ସେଣ୍ଟରରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅବଗତ କରାଇବା ନିହାତି ଆବଶ୍ୟକ।

ପ୍ରକୃତରେ କରୋନା ଟିକା ନେଵାପରେ ଜ୍ୱର ଏବଂ ମୁଣ୍ଡ ବିନ୍ଧାର ଅଭିଯୋଗ ଅନେକ ଲୋକଙ୍କ ଠାରେ ଦେଖାଯାଇଛି।ଟୀକାକାରଣର ପ୍ରତିକୂଳ ପ୍ରଭାବ ଉପରେ ଗଠିତ ଜାତୀୟ କମିଟି ମଧ୍ୟ ଏହା ନିଶ୍ଚିତ କରିଛି।ଏଥିପାଇଁ ଏହି କାରଣ ଗୁଡିକ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି।ତେବେ ଟୀକାକାରଣର ପ୍ରତିକୂଳ ପ୍ରଭାବ ଉପରେ ଜାତୀୟ କମିଟି କହିଛି ଦେଶର ରକ୍ତ ଜମାଟ ବାନ୍ଧିବା ଘଟଣା କୋଭିସିଲଡ଼ ଟୀକା ସହିତ ଜଡିତ ହୋଇପାରେ।ଯଦି ଆପଣ ଏହି ସବୁ ପ୍ରତିକ୍ରିୟା ଦେଖୁଛନ୍ତି ତେବେ ନିହାତି ଭାବରେ ଭ୍ୟାକସିନେସନ ସେଣ୍ଟରେ ଦେଖାନ୍ତୁ।

Leave a Reply

Your email address will not be published. Required fields are marked *