କିଏ ଏହି ଅମ୍ରିତ ପ୍ରଧାନ ? ସାଧାରଣ ଜନତା ତାଙ୍କୁ ସାହାଯ୍ୟ କରିବା ପାଇଁ କାହିଁ ଏତେ ଇଚ୍ଛୁକ ? – ଏହି ସତ୍ୟତା ଜାଣିନଥିବେ ଆପଣ

Spread the love

ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ଚେନ୍ନାଇ ଗଲେ ଅମ୍ରିତ ପ୍ରଧାନ।ସେ ନା କୌଣସି ରାଜନେତାଙ୍କ ପୁଅ ନା କୌଣସି ପ୍ରତିଷ୍ଠିତ ବାପାଙ୍କ ପୁଅ।୨୪ ବର୍ଷର ଜଣେ ସାଧାରଣ ଯୁବକ ହେଉଛନ୍ତି ଅମ୍ରିତ।ବାପା ହେଉଛନ୍ତି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଓ ମା ହେଉଛନ୍ତି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟାପିକା।ଅମ୍ରିତ ବାଙ୍ଗାଲୋର ଯାଇ ଆଇ ଟି ସେକ୍ଟରରେ ଚାକିରି କରୁଥିଲେ।ଜନ୍ମ ମାଟିକୁ ଫେରିବା ପରେ ଲୋକମାନଙ୍କ ସେବାକରିବା ପାଇଁ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ।

କିନ୍ତୁ କିଏ ବା ଜାଣିଥିଲା ପରିସ୍ଥିତି ଏଭଳି ଆସିବ।ଗତ କିଛି ଦିନ ପୂର୍ବରୁ ବାପା ଓ ମାଙ୍କୁ କରୋନା ହୋଇଥିଲା।ସେ ରାତି ଦିନ ଏକ କରି ବାପା ଓ ମାଆଙ୍କର ସେବା କଲେ ଶେଷରେ ନିଜେ ମହାମାରୀ ଜାଲରେ ଛନ୍ଦି ହୋଇଗଲେ।ତେବେ ଚିକିତ୍ସା ପରେ ନିମୋନିଆରେ ଆକ୍ରାନ୍ତ ହୋଇଗଲେ ସେ।ଧୀରେ ଧୀରେ ତାଙ୍କ ଫୁସଫୁସ ନଷ୍ଟ ହୋଇ ଚାଲିଲା।ତାଙ୍କୁ ଚେନ୍ନାଇକୁ ସ୍ଥାନାନ୍ତରଣ କରିବା ପାଇଁ ଭୁବନେଶ୍ବର ଏମ୍ସ ଡକ୍ଟର ପରାମର୍ଶ ଦେଲେ।ସ୍ଵାସ୍ଥ୍ୟ ଅବସ୍ଥା ବିଗିଡି ଚାଲିଥାଏ ସତ ମାତ୍ର ପରିବାର ଲୋକ ହାର ମାନିନଥିଲେ।

ଆରମ୍ଭ ହୋଇଗଲା ଟଙ୍କା ଯୋଗାଡ ସାଙ୍ଗ ସାଥୀ ଓ ପ୍ରୀୟଜନଙ୍କ ଠାରୁ ଟଙ୍କା ସଂଗ୍ରହ କରାଯାଇ ତାଙ୍କର ଚିକିତ୍ସା ପାଇଁ ରଖାଯାଉଛି ଫଳରେ ପରିବାର ଲୋକଙ୍କୁ ଆଶାର କିରଣ ଦେଖା ଯାଉଛି।ସେମାନେ ସମସ୍ତଙ୍କ ପାଖରେ ଅନୁରୋଧ କରୁଛନ୍ତି ତାଙ୍କ ପୁଅର ଜୀବନ ବଞ୍ଚାଇବା ପାଇଁ।ବିଲା ଫାଉଣ୍ଡେସନ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଟଙ୍କା ଯୋଗାଡ କରାଯାଉଛି ତାଙ୍କ ବନ୍ଧୁ ଓ ପ୍ରିୟଜନ ମାନେ ଏହି ଫାଉଣ୍ଡେସନ ମାଧ୍ୟମରେ ତାଙ୍କର ଜୀବନ ରକ୍ଷା କରିବା ପାଇଁ ଟଙ୍କା ଯୋଗଡ କରିବାରେ ଲାଗିପଡିଛନ୍ତି।

ଜୀବନ ଓ ମୃତ୍ୟୁର ଦୋ ଛକିରେ ମଣିଷ ହରିଯାଉଥିବ ବେଳେ ସାହାଯ୍ୟ ଓ ସହଯୋଗ ଆଶାର କିରଣ ଦେଖାଉଛି।ଆଗାମୀ ୩୦ ଦିନ ପାଇଁ ଆପୋଲୋ ହସ୍ପିଟାଲ ରେ ଚାଲିବ ଅମ୍ରିତଙ୍କ ଚିକିତ୍ସା।ପ୍ରଥମ ଦୁଇଦିନ ଧରି ତାଙ୍କର ଇ ସି ବି ଜରିଆରେ ତାଙ୍କର ଚିକିତ୍ସା ହେବ ଯଦି ତାଙ୍କର ସ୍ୱାସ୍ଥ୍ୟରେ କିଛି ଉନ୍ନତି ନ ଆସେ ତେବେ ତାଙ୍କର ଫୁସଫୁସ ପ୍ରତିରୋପଣ କରାଯିବ।ଏଥିପାଇଁ ପ୍ରାୟ ଦେଢ଼ କୋଟି ଟଙ୍କାର ଆବଶ୍ୟକତା ପଡିପାରେ ଏଥିପାଇଁ ଆମ୍ରିତଙ୍କ ପରିବାର ସହାୟତାର ହାତ ଲୋଡିଛନ୍ତି। ଚେନ୍ନାଇର ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ପ୍ରାୟ ୩୦ ଦିନ ଧରି ହେବାକୁ ଯାଉଛି ସେଥିପାଇଁ ଆମେ ସମସ୍ତେ ଭଗବାନଙ୍କ ନିକଟରେ ତାଙ୍କର ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଗୁହାରି କରିବା ଆବଶ୍ୟକ।

ତେବେ ଆପଣ ଯଦି ଅମ୍ରିତଙ୍କ ସହାୟତା ପାଇଁ ହାତ ବଢ଼ାଇବାକୁ ଚାହୁଁଛନ୍ତି ତେବେ ୯୮୬୧୨୨୪୯୪୨ ନମ୍ବର ଜରିଆରେ ତାଙ୍କ ନିକଟକୁ ଫୋନ ପେ ଜରିଆରେ ସହଯୋଗର ହାତ ବଢ଼ାଇପରିବେ।ତାଙ୍କ ପରିବାର ଲୋକ ବର୍ତ୍ତମାନ ସମଗ୍ର ଭାରତର ଲୋକଙ୍କ ନିକଟରେ ସହଯୋଗର ହାତ ବଢାଇଛନ୍ତି।ତାଙ୍କର ବନ୍ଦୁ ପ୍ରିୟଜନ ମଧ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି ଫଳରେ ତାଙ୍କ ପରିବାର ଲୋକଙ୍କ ମନରେ ଆଶାର କିରଣ ଦେଖା ଦେଇଛି।

Leave a Reply

Your email address will not be published. Required fields are marked *