ମାଳିକା କଥା – ଆଗାମୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇପାରନ୍ତି ଏହି ଲୋକ – କଣ କହୁଛି ମାଳିକା ଲେଖା ପଢନ୍ତୁ ଏବେ

Spread the love

ଆଜି ଜାଣିବା ମହାପୁରୁଷ ମାନଙ୍କର ରଚିତ ଗ୍ରନ୍ଥ ମାଳିକା ବିଷୟରେ।ପଞ୍ଚସଖା ଯେ ମାଳିକା ଗ୍ରନ୍ଥ ରଚନା କରିଥିଲେ ତା ନୁହେଁ,ସାରଙ୍ଗ ଦାସ ଗ୍ରନ୍ଥ ଅଛି,ନିରାକାର ଦାସ ଗ୍ରନ୍ଥ ଅଛି,ଶିଶୁ ଦାସ,ବୈକୁଣ୍ଠ ଦାସଙ୍କ ଆଦି ଏମିତି ଅନେକ ମାଳିକା ରହିଛି।ବହୁତ ବର୍ଷତଳେ ମହାପୁରୁଷମାନେ ତାଙ୍କ ଦିବ୍ୟଦୃଷ୍ଟି ରେ ବର୍ତ୍ତମାନ ଏବଂ ଭବିଷ୍ୟତରେ କଣ ଘଟିବ ତାହାକୁ ଏହି ମାଳିକା ଦ୍ଵାରା ବର୍ଣ୍ଣନା କରିଛନ୍ତି।

ଯେମିତି ଫୁଲମାଳାରେ ଫୁଲ ପଛକୁପଛ ଗୁନ୍ଥି ହୋଇରହିଥାଏ,ଠିକ ସେହିପରି ଭବିଷ୍ୟତ କଥା,ଇତିହାସ କଥା, ପୁରାଣ କଥା ଏବଂ ସମାଜକୁ ସତର୍କତା ଦେବାର କଥା ମାଳ ମାଳ ଗୁଚ୍ଛ ଗୁଚ୍ଛ ଭାବରେ ଲେଖାଯାଇଥାଏ ତାହାକୁ ମାଳିକା କୁହାଯାଏ।ଆମେ ଆଜି ଯାହାକିଛି କହୁଚେ ସବୁ ସେହି ମହାପୁରୁଷଙ୍କ କଥା କହିଥାଉ କୋୖଣସି ମାନଗଢା କାହାଣୀ କହିନଥାଉ।ସେହି ମାଳିକାରୁ ଭାରତ ବର୍ଷର ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀଙ୍କ କଥା ମଧ୍ୟ ଲେଖାହୋଇଛି,ଯାହା ଆମେ ଏବେ ଜାଣିବା,,
ମହାପରୁଷ ଶ୍ରୀ ଅଚ୍ୟୁତାନନ୍ଦ ମାଳିକାରେ କେଉଁ ରାଜା କେତେବେଳେ କେଉଁ ରାଜ୍ୟକୁ ଶାସନ କରିବେ କହିଛନ୍ତି, ଏବେ ଆମ ରାଷ୍ଟ୍ର ଗଣତନ୍ତ୍ରର ରାଷ୍ଟ୍ର ଏବଂ ଅନେକ ରାଜନୀତିର ଦେଶ ହୋଇଗଲାଣି।

ବର୍ତ୍ତମାନ ରାଷ୍ଟ୍ର ଏହିପରି ହୋଇଯିବ ଜାଣି ଏହାର ମନ୍ଧ୍ୟ ରାଜ୍ୟ, ରାଜା, ଏବଂ ପ୍ରଜାଙ୍କ ବିଷୟରେ ଲେଖିଛନ୍ତି।ଶ୍ରୀ ଅଚ୍ୟୁତାନନ୍ଦ କହିଛନ୍ତି ଏଠାରେ ଭବିଷ୍ୟତରେ ୩୬ ଗଡ଼କୁ ୧୮ ରାଜା।ଅର୍ଥାତ ଆଗକୁ ରାଜ୍ୟ ଅଧିକ ଏବଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କମ ହୋଇଯିବେ ଯାହାକୁ ବୁଝିବାକୁ ଗଲେ ଅରାଜକତା ଦେଖାଦେବ।ବହୁତ ଗୋଳମାଳ ହୋଇଯିବ ଦେଶ, ଯାହା ଦ୍ୱାରା ଅନେକ ସତ୍ୟ କଥା ଲୁଚି ଯିବ, ସବୁଆଡେ କେବଳ ଅଧର୍ମ ଓ କୁକର୍ମ ଖେଳି ଯିବ।

ଆମର କଟକ କହିଲେ ଆମେ କେବଳ କଟକ ବୁଝିଥାଉ, ହେଲେ ୫ ଟି କଟକ ଅଛି ,ଯଥା- ପୁରୁଷୋତ୍ତମ କଟକ, କଟକ,ଅମଳାବତୀ କଟକ,ଯାଜପୁର କଟକ,ଏବଂ ଚୌଦ୍ୱାର କଟକ।ଏହି ଚୌଦ୍ୱାର କଟକ ବିଷୟରେ ମହାପୁରୁଷ ଅରକ୍ଷିତ ଦାସ ମହାଶ୍ରୀପଦ୍ମକଳ୍ପ ମାଳିକାରେ କହିଛନ୍ତି ଯେ ସେଠାରେ କଣ କଣ ଲିଳା ହେବ।

ଅନେକ ରାଜ୍ୟରେ ମଧ୍ୟ ବହୁତ ଭଲ ଘଟଣା ମଧ୍ୟ ଘଟିବ ଯାହାକି କକିଯୁଗର ସମାପ୍ତର ବାଟ ଦେଖେଇବ।ଯେମିତିକି କଟକରୁ ଭଗବାନ କଳ୍କୀ ଅବତାର ନେଇ ବାର ହାତିଆରେ ଦୁର୍ଜନ ମାନଙ୍କର ନାଶ କରିବେ।ଯେମିତି ଭଲ ଖରାପ ଥିଲେ ଭଲ ଅଛି, ସେହିଭଳି ଅନେକ ସୁଧାର ମଧ୍ୟ ଆଣିବେ ଅନେକ ରାଜା।ଅନେକ ରାଜ୍ୟ ରାଜା ଶୂନ୍ୟ ହେଲା ବେଳେ ଅନେକ ରାଜ୍ୟ ସୁନାମ ଧନ୍ୟ ରାଜ୍ୟ ହୋଇଯିବ।ତେବେ ଓଡିଶା ଆଗକୁ ପୁଣି ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ପାଇବେ|ତେବେ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ପ୍ରୟାତଃ ବିବାହ କରିନଥିବେ ବୋଲି ମଧ୍ୟ ସୂଚନା ମିଳିଛି

ଏଣିକି ଅନେକଙ୍କର ଚିନ୍ତା ଧାରା ବଦଳାଇବାକୁ ପଡିବ।କେବଳ କଣ ଚୌଦ୍ୱାରରେ ଖାଲି ରଣଗୋଳ ଲାଗିରହିବ କି ,ନା।ଏଠାରେ ମଧ୍ୟ ଭଲ କଥା ଘଟିବ।ଏଠାରେ ସ୍ଵୟଂ ମା ମହାଲକ୍ଷ୍ମୀ ବିରାଜମାନ ହେବେ କିନ୍ତୁ ଶଙ୍ଖ,ଚକ୍ର, ଗଦା, ପଦ୍ମ ଧରି ନୁହେଁ ,ଜଣେ ମହିୟସୀ ମହିଳାଙ୍କ ରୂପରେ ତାଙ୍କ ଶକ୍ତିସବୁ ଧାରଣ କରିବେ।ସେ ଏହି ଯୁଦ୍ଧକୁ ବନ୍ଦ କରିପାରି,ସୁଖଶାନ୍ତି ଭରିଦେବେ।ଶାନ୍ତିର ବାର୍ତା ପହଞ୍ଚିବ।ଯାହା କିଛି ଘଟଣା ଘଟିବାରେ ଅଛି ତାହାକୁ ଆମେ କେବଳ ଆମ ଛୋଟ ମସ୍ତିଷ୍କରେ ବୁଝିଥାଉ ଆଉ ବର୍ଣ୍ଣନା କରିଥାଉ।

Leave a Reply

Your email address will not be published. Required fields are marked *