ଆକାଶ ମଝିରେ ଯେବେ ତେଲ ସରିଗଲା ତାପରେ କଣ ହେଲା ଜାଣନ୍ତୁ – ହେଲା ଏପରି ବଡ ଧାରଣା କାମ ଯେ ସମସ୍ତେ ହେଇଗଲେ ଚକିତ..

Spread the love

କଣ ହେଲା ସେହି ବୋଇଂ ୭୮୭ ବିମାନର ଯାହାର ତେଲ ମଝି ଆକାଶରେ ହିଁ ସରିଗଲା, ଆପଣ ଟିକେ ଚିନ୍ତା କରନ୍ତୁ ଆପଣ ଏମିତି ଗୋଟେ ବିମାନରେ ଉଡୁଛନ୍ତି ଯାହାର ସବୁ ତେଲ ସରିଯାଇଛି ଏମିତି ସମୟରେ ଆପଣଙ୍କୁ କଣ କ୍ରିଉ ମେମ୍ବର ଜଣାଇବେ, ଆପଣ ଏମିତି ସମୟରେ ବଞ୍ଚି ପାରିବେ ତ ହୁଏତ ନା।ଏହି ଘଟଣାଟି ହେଉଛି ୧୯ ଜୁଲାଇ ୧୯୮୩ ମସିହାର।ଏୟାର କାନାଡାର ବିମାନ ୧୪୩ ନିଜର ଉଡାଣ ଭରିବା ପାଇଁ ପ୍ରସ୍ତୁତ ଏହି ଜାହାଜର ନାମ ହେଉଛି ଵୋଇଂ ୭୮୭।ଜାହାଜଟି ପ୍ରଥମେ ମଣ୍ଟରିଆଲରୁ ଉଟ୍ଟବା ଯିବାର ଥିଲା ଏବଂ ଉଟ୍ଟବାରୁ ଏଡମଣ୍ଟନ ପାଇଁ ଉଡାଣ ଭରିଥାନ୍ତା।ସବୁଦିନ ଭଳି ଏହା ନିଜର ଜରୁରୀକାଳୀନ ଚେକଅପ କରିସାରିଥିଲା ବିମାନ ଉଡାଣ ପୂର୍ବରୁ ତେଲ ଠାରୁ ନେଇ ଛୋଟ ବଡ଼ ସବୁ ପ୍ରକାରର ଚେକଅପ କରାଯାଇସାରିଥିଲା। ହେଲେ ସେମାନଙ୍କ ମଧ୍ୟ ରୁ କେହିବି ଜାଣିନଥିଲେ କି ଆଗକୁ ସେମାନଙ୍କ ସହ କଣ ହେବାକୁ ଯାଉଛି।

ସମସ୍ୟାର ଆରମ୍ଭ ଏହି ବିମାନ ଉଡ଼ିବା ଆଗରୁ ହିଁ ଆରମ୍ଭ ହୋଇଯାଇଥିଲା।କମ୍ପ୍ୟୁଟର ଯାହାକି ବିମାନର ତେଲ ମାପିବା ପାଇଁ ବ୍ୟବହାର କରାଯାଏ ତାହା କାମ କରିବା ବନ୍ଦ କରିଦେଇଥିଲା।ଯାହା ହେତୁ ବିମାନରେ କେତେ ତେଲ ଅଛି ଜାଣିବା ମୁସ୍କିଲ୍ ଥିଲା।ଏହି ସମସ୍ୟାରୁ ବାହାରିବା ପାଇଁ କ୍ୟାବିନରେ ଥିବା କ୍ରୀଉ ବିମାନରେ କେତେ ତେଲ ଥିଲା, ବିମାନ କେତେ ଉଡିଛି ଆଉ ଆଗକୁ କେତେ ବାଟ ଉଡ଼ିପରିବ ତାକୁ ହିସାବ କରିଲେ ସେହି ହିସାବରେ ବିମାନରେ ତେଲ ଥିଲା ଯାହା ଏହି ଉଡାଣ ପାଇଁ ବହୁତ ଅଧିକ ବି ଥିଲା କିନ୍ତୁ ବିମାନର ସେହି ସମୟର ପାଇଲଟ ରବର୍ଟ ପିଅଟସନ ସେହି ହିସାବରେ ଖୁସି ନଥିଲେ ସେ ପୁଣି ଥରେ ହିସାବ କରିବାକୁ କହିଲେ।

ସେ କହିବା ପରେ ଆଉଥରେ ତିନିଥର ଗଣନା କରାଗଲା ରେଜଲ୍ଟ ସବୁଥର ଭଳି ସମାନ ହିଁ ଆସିଲା।ଏହି ସବୁ ପରେ ବିମାନ ନିଜର ଉଡାଣ ଭାରିଲ ଆଉ ବିମାନ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ବି ଗଲା ବିମାନର ପ୍ରଥମ ଉଡାଣ ଶେଷ ହେଲା।ହେଲେ ଏବେ ଯାଏ ମଧ୍ୟ କେହି ବି ଜାଣିପାରୁନଥିଲେ କି ଆଗକୁ ସେମାନଙ୍କ ସହ କଣ ଘଟିବାକୁ ଯାଉଛ।ଯେତେବେଳେ ବିମାନ ପୁଣି ଥରେ ଉଡାଣ ଭରିଲା ସେତେବେଳେ ବିମାନର କର୍ମଚାରୀଙ୍କୁ ପୁଣି କିଛି ଗଡବଡ ଲାଗିଲା ସେ ଆଉଥରେ ତେଲର ହିସାବ କରିବାକୁ କହିଲେ।ଉଟ୍ଟବାରୁ ଏଡମଣ୍ଟନ ଯିବାକୁ ଆହୁରି ୨୮୦୦ କିଲୋମିଟର ବାକି ଥିଲା ବିମାନରେ ପାଇଲଟ କିଛି ବି ରିସ୍କ ନେବାକୁ ଚାହୁଁନଥିଲେ।ସେମାନଙ୍କ ମନରେ କିଛିଟା ସନ୍ଦେହ ରହିଯାଇଥିଲା ତଥାପି ସେମାନେ ଆଉଥରେ ତେଲର ହିସାବ କରିବାକୁ ଚାହିଁଥିଲେ।

ପୁଣିଥରେ ହିସାବ କରାଯିବାରୁ ୨୦୪୦୦ ଲିଟର ର ତେଲ ଥିଲେ ଏତିକି ତେଲ ଏହି ଉଡାଣ ପାଇଁ ଅଧିକ ଥିଲା।ତେଲର ହିସାବ କରିବା ପରେ ମଧ୍ୟ ସେ ଜାଣିପାରୁନଥିଲି କି ସମସ୍ୟା କୋଉଠୁ ରହିଛି,ହେଲେ ଅସଲ ସମସ୍ୟା ଥିଲା ବିମାନରେ ପ୍ରକୃତରେ ୯୭୪୫ ଲିଟର ତେଲ ଥିଲା।ପ୍ରକୁତ କଥା ହେଲା କି ସେଦିନ ଖବର କାନାଡା ଏମ୍ପୋରିଆଲ୍ ସିଷ୍ଟମ୍ ରୁ ମେଟ୍ରିକ୍ ସିଷ୍ଟମ୍ କୁ ସିଫ୍ଟ ହେଉଥିଲା ଏହାର ଅର୍ଥ ଥିଲା କି ତେଲର କାଉଣ୍ଟ କିଲୋଗ୍ରାମ ରେ କରାଯିବାର ଥିଲା କିନ୍ତୁ ସେମାନେ ନିଜର ହିସାବକୁ ପାଉଣ୍ଡ ହିସାବରେ ଗଣିଥିଲେ ଏହାହିଁ ସବୁଠୁ ବଡ଼ ଭୁଲ ଥିଲା।

ଆମେ ଜାଣୁ କି ୨କିଲୋଗ୍ରାମ ମିଶିଲେ ୧ ପାଉଣ୍ଡ ହେଇଥାଏ ଯାହା ଫଳରେ ବିମାନ ଥିବା ତେଲ ଅଧା ଥିଲା ଯାହା ଫଳରେ ଦୁର୍ଘଟଣା ହୋଇପାରିଥାନ୍ତି ମାତ୍ର ୪୧୦୦୦ ଫୁଟ ଉପରକୁ ଯିବାପରେ ବିମାନ ତେଲ ଶେଷ ହେବାର ସୂଚନା ଦେଲା ସେତେବେଳକୁ ବିମାନ ନିଜ ଲକ୍ଷ୍ୟ ସ୍ଥଳର ଅଧା ରାସ୍ତାରେ ଥିଲା।ବିମାନ ଯେତେବେଳେ ଅଧା ରାସ୍ତାରେ ତେଲ ସରିବାର ସୂଚନା ଦେଲା ସେତେବେଳେ ପାଇଲଟ ବିମାନକୁ ମଝିରେ ହିଁ ଲ୍ୟାଣ୍ଡ କରିବାକୁ ଭାବିଲେ ମାତ୍ର ମଝିରେ ଲ୍ୟାଣ୍ଡ କରାଇବା ପୂର୍ବରୁ ହିଁ ତେଲ ସାରିଯାଇଥିଲା ସେ ଏବେ ବୁଝିପାରୁନଥିଲେ କି ବିମାନକୁ କୋଉଁଠାରେ ଲ୍ୟାଣ୍ଡ କରାଇବେ ଓ ଲ୍ୟାଣ୍ଡ କରିବା ପାଇଁ ଠିକ୍ ଜାଗାର ସୂଚନା କେଉଁଠାରୁ ପାଇବେ କାରଣ ତେଲ ସରିଜିବା ଫଳରେ ବିମାନର କର୍ମଚାରୀ ମାନେ ଏୟାର କାନାଡା ସହ ସମ୍ପର୍କ କରିପାରିନଥିଲେ।ଯାହାଥିଲା ପାଇଲଟ ଏବଂ କୋ-ପାଇଲଟଙ୍କ ପାଇଁ ପ୍ରଥମ ଥର ଏହା ପୂର୍ବରୁ ସେମାନଙ୍କ ସହ କେବେବି ଏପରି ହେଇନଥିଲା।

ଧୀରେ ଧୀରେ ବିମାନରେ ର ସମସ୍ତ ଯନ୍ତ୍ର ବନ୍ଦ କରିବା ଆରମ୍ଭ ହେଇଗଲା ରଡାର ମଧ୍ୟ କାମ କରିବା ବନ୍ଦ କରିଦେଲା ଏପରି ସମୟରେ ବିମାନକୁ ଆଗକୁ ଉଡ଼ାଇବା ଅସମ୍ଭବ ଥିଲା।ବିମାନ ମଧ୍ୟରେ ଥିବା ଯାତ୍ରୀ ମାନେ ମଧ୍ୟ ଭୟରେ ଥିଲେ।ଏଭଳି ସମୟରେ ବିମାନ କୁ ଆଗକୁ ଉଡଇବା ପାଇଁ ପାଇଲଟଙ୍କୁ କିଛି ବୁଦ୍ଧି ବାଟ ଦେଖାଯାଉନଥିଲା। କିନ୍ତୁ ପାଇଲଟ ରଡାରରେ ସ୍କେଲ ରଖି ଜଣିଯାଇଥିଲେ ଆଗକୁ କୁଆଡେ ଯିବାର ଅଛି।ଯାହା ଫଳରେ ପାଇଲଟ୍ ଙ୍କୁ ବିମାନର ଉପସ୍ଥିତି ଓ ଦିଗ ସମ୍ପର୍କରେ ଜଣାଥିଲା ହେଲେ ଏହି ବିମାନ ପାଇଁ ସମସ୍ୟା ସରିବାର ନାମ ହିଁ ନଉନଥିଲା।ଗୋଟେ ପରେ ଗୋଟେ ଅସୁବିଧା ବିମାନ ସମ୍ମୁଖରେ ଆସି ପହଞ୍ଚି ଯାଉଥିଲା ଫୁଏଲ୍ କମ୍ ହେବା ଫଳରେ ବିମାନର କିଛି ଅଂଶ କମ କରିବା ବନ୍ଦ କରିବା ଆରମ୍ଭ କରିସାରିଥିଲା।ଯାହା ପାଇଲଟ ଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିଲା।ଏବେ ବିମାନରେ ଥିବା ସମସ୍ତ ଯାତ୍ରୀ କେବଳ ପାଇଲଟ ଆଉ ଭଗବାନଙ୍କ ଉପରେ ହିଁ ବିଶ୍ୱାସ ରଖିଥିଲେ।

ଏବେ ସମସ୍ତେ ଜାଣିସାରିଥିଲେ କି ବିମାନ କ୍ରାସ ହିଁ କରିବ ହେଲେ କ୍ୟାପଟେନ ରବର୍ଟ ପିୟରସନ ନିଜର ବୁଦ୍ଧି ଖଟାଇ ଜାଣିସାରଇଥିଲେ ଯେ ବିମାନକୁ କୁଆଡେ ନେବାର ଅଛି।ସେ ବିମାନର ରାଡର କୁ ନଜରରେ ରଖି ହିସାବ ଲଗାଇ ଜାଣିପାରିଲେ ଯେ ସେ ଏବେ ଯେଉଁଠାରେ ଅଛନ୍ତି ସେଠାରୁ ୧୯କିମି ଦୂରରେ ବାୟୁସେନାର ଏକ ବେସ୍ ରହିଛି।ସେହି ବେସ ବହୁ ସମୟରୁ ବନ୍ଦ ଥିଲା କୌଣସି କାରଣ ହେତୁ, ତେଣୁ ଏହାକୁ ଲ୍ୟାଣ୍ଡ କରାଇବାରେ କିଛି ଅସୁବିଧା ବି ନଥିଲା ହେଲେ ଵୋଇଂ ୭୮୭ପାଇଁ ଏହି ଉପାୟ ମଧ୍ୟ କାମ କଲା ନାହିଁ କାରଣ ସେହି ବେସକୁ ଗୋଟେ ପାର୍କରେ ପରିଣତ କରିଦିଆଯାଇଥିଲା ଆଉ ସେଠାରେ କାର ରେସିଂ ମଧ୍ୟ କରାଯାଉଥିଲା।

ଏବେ ପାଇଲଟ କଣ କରିବେ କିଛି ବୁଝି ପାରୁନଥିଲେ।ପାଇଲଟ ବିମାନର ଅବସ୍ଥିତି ଓ ଆଗକୁ ଯିବାର ଦିଗ ବିଷୟରେ ଅନୁମାନ ଲଗାଇବା ଏକ କଠିନ କାର୍ଯ୍ୟ ଥିଲା ହେଲେ ସେ ଅନୁମାନ କରିବା ଛଡ଼ା ଆଉ କିଛି ବାଟ ମଧ୍ୟ ନଥିଲା କାରଣ ବିମାନର ସମସ୍ତ ଯନ୍ତ୍ର ଧୀରେ ଧୀରେ କମ କରିବା ବନ୍ଦ କରିବାକୁ ଲାଗିଥିଲା।ଫୁଏଲ ଏପରି ହଠାତ୍ ସରିଯିବବୋଲି କେହି କେବେ ଭାବି ବି ନଥିଲେ।ସେମାନଙ୍କ ଭୁଲ ଗଣନା ସେମାନଙ୍କ ପାଇଁ ହିଁ ମୃତ୍ୟ ର କାରଣ ହେବାକୁ ଯାଉଥିଲା।

କୌଣସି ବି ଯାତ୍ରୀ ଅଥବା ଦର୍ଶକଙ୍କୁ ଟିକେବି ଆଘାତ ଆସିନଥିଲା ଆଉ ସମସ୍ତେ ଠିକ୍ବି ଥିଲେ ଏହା ପରେ ପାଇଲଟ ଏବଂ କୋ-ପାଇଲଟଙ୍କୁ ଆୱାର୍ଡ଼ ମଧ୍ୟ ମିଳିଛି। ଏହା ଏକ ୱାଲ୍ଡ ରେକର୍ଡ ଭାବରେ ମଧ୍ୟ ରହିଛି କାରଣ ଏଭଳି ଲ୍ୟାଣ୍ଡ ଆଗରୁ କେବେ ହେଇନଥିଲା।ନିଜର ସମସ୍ତ ବୁଦ୍ଧି ଖଟାଇ ସେ ସମସ୍ତ ଯାତ୍ରୀଙ୍କୁ ବଞ୍ଚାଇଥିଲେ।ନିଜର ବୁଦ୍ଧି ଓ ସାହାସ ଦ୍ଵାରା ସେ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ। ଯାହା ଫଳରେ କ୍ୟାପଟେନଙ୍କୁ ଏୟାର କାନାଡା ତରଫରୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା।ସେ ନିଜର ଦକ୍ଷତା ଓ ସାହାସ ଫଳରେ ସମସ୍ତ ଯାତ୍ରୀଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ।କ୍ୟାପଟେନ ରବର୍ଟ ପିଅଟସନ ସମସ୍ତ ପାଇଲଟ ମାନଙ୍କ ପାଇଁ ଏକ ସଫଳ ଉଦାହରଣ ଭାବରେ ରହିଯାଇଛନ୍ତି।

Leave a Reply

Your email address will not be published. Required fields are marked *