କମ ବୟସରେ ଚୁଟି ପାଚିବାର ସମସ୍ୟାକୁ ଆମେ କିପରି ଅଟକେଇ ପାରିବା।

Spread the love

ଯେବେବି କୌଣସି ବ୍ୟକ୍ତିର ବୟସ ପୁର୍ବରୁ ଚୁଟି ପାଚିବାକୁ ଲାଗିଥାଏ,ତାହେଲେ ସବୁବେଳେ ତାଙ୍କ ମୁଣ୍ଡରେ ଦୁଇଟି କଥା ଆସିବାକୁ ଲାଗିଥାଏ।ପ୍ରଥମ କଥା ହେଉଛି ଚୁଟି ଗୁଡିକୁ ଧଳା ହେବାରୁ ଆମେ କିପରି ଅଟକାଇ ପାରିବା ଓ ଦ୍ଵିତୀୟରେ ଧଳା ହୋଇଥିବା ଚୁଟିକୁ ଆମେ କିପରି କଳା କରି ପାରିବା। ଆଜି ଆମେ ଏଠାରେ ସେ ବିଷୟରେ ଜାଣିବା।ଆଉ ଅଧିକାଂଶ ଲୋକ ୟୁଟ୍ୟୁବ ଆଦିରୁ ଦେଖି ଅନେକ ପ୍ରକାରର ରଙ୍ଗ ଆଦି ନିଜ ଚୁଟିରେ ଲଗେଇବାର ଲାଗିଛନ୍ତି କିନ୍ତୁ ଏକଥା ଉପରେ ଧ୍ୟାନ ଦେବା ଉଚିତ ବୟସ ପୂର୍ବରୁ ଚୁଟି ଧଳା ହେବାର କାରଣ ଆମ ଶରୀର ଭିତରେ ହିଁ ଉପସ୍ଥିତ ଥାଏ। ସେଥିପାଇଁ ଆପଣ ବୁଝି ଯାଆନ୍ତୁ ଆପଣଙ୍କ ଚୂଟି ଯଦି ଶରୀର ଭିତରେ ଥିବା ଦୁର୍ବଳତା ପାଇଁ। ଧଳା ହୋଇଥାଏ ତାହେଲେ ଆପଣ ଭିନ୍ନ ଭିନ୍ନ ପ୍ରକାରର ଘରୋଇ ଉପାୟ ନିଜ ଚୁଟିରେ ବ୍ୟବହାର କଲେ କଣ ହେବ।

ଆଉ ଏକଥା ବୁଝିବା ଦରକାରକି ଚୁଟି ପାଚିବାର ସମସ୍ୟା ଯଦି ୪୦-୫୦ ବର୍ଷ ବୟସ ପରେ ଦେଖାଯାଏ ତାହେଲେ ଏହା ସମ୍ପୂର୍ଣ୍ଣ ଭାବରେ ସାଧାରଣ ହୋଇଥାଏ।ଆଉ ବହୁତ ଲୋକଙ୍କର ଅଳ୍ପ ବୟସରେ ହିଁ ଚୁଟି ପାଚିବାକୁ ଲାଗେ ଆଉ ଏହାହେବା ପଛରେ ମୁଖ୍ୟ କାରଣ କଣ ହୋଇଥାଏ।ଚୁଟି ମୂଳରେ ମେଲାନୋସାଇଟିସ ଚୁଟିର ରଙ୍ଗ ନିର୍ଧାରଣ କରିବାରେ ସାହାଯ୍ୟ କରିଥାଏ।ମାନେ ଦେଖିବାକୁ ଗଲେ ଚୁଟି ମୂଳରେ ଯେତେ ମାତ୍ରରେ ମେଲାଲିନ ଥାଏ ଆମ ଚୁଟି ସେତେ କଳା ହେବାରେ ଲାଗିଥାଏ।ଏବେ ପ୍ରଶ୍ନ ଉଠୁଥିବ ସମୟ ପୂର୍ବରୁ ଧଳା ହୋଇଥିବା ଚୁଟିକୁ କଣ କଳା କରିହେବ କି ?ଚୁଟିର କଳା ହେବା ତାର କାରଣ ଉପରେ ନିର୍ଭର କରେ ଚୁଟି କେଉଁ କାରଣରୁ ଧଳା ହୋଇଛି।ସାଧାରଣତ ଚୁଟି ମୂଳରେ ଥିବା ମେଲାନୋସାଇଟ ନାମକ କୋଶିକା ସମ୍ପୂର୍ଣ୍ଣ ଭାବରେ ମରିଗଲେ ଆଉ ସେ ବୁଟି କଳା ହୋଇପାରିବ ନାହିଁ।

ଆଉ ଏକ କାରଣ ହେଉଛି ଚୁଟି ମୂଳରେ ମେଲାନୋସାଇଟ ଭଲ ଭାବରେ ସୁରକ୍ଷିତ ଥାଇ ମଧ୍ୟ ତା ପାଖକୁ ପୋଷକ ତତ୍ୱ ପହଁଞ୍ଚିନପାରିଲେ ଏହା ଚୁଟିର ରଙ୍ଗକୁ ଧଳା କରିଦିଏ।ଆଉ ଏହି ଭଳି ଚୁଟିର ସଠିକ ଭାବରେ ଧ୍ୟାନ ନେଲେ ଆମ ଚୁଟି ପୁନର୍ବାର କଳା ହେବାରେ ସାହାଯ୍ୟ କରିଥାଏ।ଆସନ୍ତୁ ଜାଣିବା କେଉଁ କେଉଁ କାରଣରୁ ଏହି ରଙ୍ଗ ସୃଷ୍ଟି କରୁଥିବା କୋଶ ଭଲ ଭାବରେ କାମ କରିପାରେ ନାହିଁ ଓ ମରିଯାଏ ଆସନ୍ତୁ ସେ ବିଷୟରେ ଜାଣିବା।ଏହା ପଛରେ ମୂଖ୍ୟତଃ ୧୦ ଟି କାରଣ ଯୋଡି ହୋଇରହିଛି।

୧.ହାଇଡ୍ରୋଜେନ ପେରୋକ୍ସାଇଡ଼:-ଏହା ସାଧାରଣତ ସମସ୍ତଙ୍କ ଶରୀରରେ କୋଶକୁ ସୁସ୍ଥ ରଖିବା ପାଇଁ ତିଆରି କରାଯାଇ ଥାଏ।ଏହାର ମାତ୍ରା ଅଧିକ ହେଲେ ଚୁଟିରେ ଥିବା ମେଲାନିନ କୋଶିକା ମରିଯାଏ ଓ ଚୁଟି ଧଳା ହେବାରେ ଲାଗିଥାଏ।ଏହା ସାଧାରଣତଃ ଅଧିକ ବୟସର ଲୋକଙ୍କ ପାଖରେ ଦେଖାଦିଏ।ଖାଦ୍ୟପେୟ ଓ ଜୀବନଶୈଳୀରେ କରାଯାଇଥିବା କିଛି ପରିବର୍ତ୍ତନ କାରଣରୁ ଚୁଟି ଧଳା ହେବାରେ ଲାଗିଥାଏ।ହାଇଡ୍ରୋଜେନ ଅକ୍ସାଇଡ଼ ଓ କ୍ୟାଟିଲେଜ ଏଞ୍ଜାଇମକୁ ନିୟନ୍ତ୍ରଣ ରେ ରଖିବାପାଇଁ ଆମେ ଫଳମୂଳ ଖାଇବା ଆଵଶ୍ୟକ ଅଟେ।

୨.ଚିନ୍ତା:-ହାର୍ଵର୍ଡ ବିଶ୍ୱବିଦ୍ୟାଳୟରେ ଏହା ମିଳିଲାକି ଚିନ୍ତା ମଧ୍ୟ ବୟସ ପୂର୍ବରୁ ଚୁଟିକୁ ପଚେଇ ଦିଏ।ଭଲ ଭାବରେ ନସୋଇବା,କାମଚିନ୍ତାରେ ଗ୍ରସିତ ରହିବା ଦ୍ୱାରା ଶରୀରରେ ଷ୍ଟ୍ରେସ ହରମୋନ ନିର୍ଗତ ହୋଇଥାଏ ଆଉ ଆମ ଚୁଟିକୁ ପାଚିବାରେ ସାହାଯ୍ୟ କରିଥାଏ।ସେଥିପାଇଁ ଆମକୁ ଚିନ୍ତାରୁ ମୁକ୍ତ ରହିବା ନିହାତି ଆବଶ୍ୟକ ହୋଇଥାଏ।ଯେମିତି ଯୋଗବ୍ୟାୟାମ କରିବା ପ୍ରାଣାୟମ କରିବା,ନିଜ ଲୋକଙ୍କ ସହିତ ସମୟ ବ୍ୟତୀତ କରିବା,ଆଉ ମୋବାଇଲର ବ୍ୟବହାର ଯେତେ କମ ହେବ କରିବା ଉଚିତ।ଆଉ ରାତିରେ ଶିଘ୍ର ଶୋଇବା ସହିତ ସମ୍ପୂର୍ଣ୍ଣ ୭-୮ ଘଣ୍ଟା ଶୋଇବା ଆଵଶ୍ୟକ।

୩.ଭିଟାମିନ ବି୧୨ ର ଅଭାବ:-ଶରୀରେ ଭିଟାମିନ ବି୧୨ର ଅଭାବ ଯୋଗୁଁ ଆମକୁ ଆମ ଚୁଟି ବୟସ ପୂର୍ବରୁ ଧଳା ହେବାରେ ଲାଗିଥାଏ।ଭିଟାମିନ ବି ୧୨ ମେଟାବୋଲିଯିମ ନିୟନ୍ତ୍ରଣ କରିବା ସହିତ,ଆମ ନର୍ଭସ ସିଷ୍ଟମକୁ ନିୟନ୍ତ୍ରଣ କରିଥାଏ।ସାଧାରଣତ ଦେଖିବାକୁ ଗଲେ ଏହି ଭିଟାମିନ ବି୧୨ର ଅଭାବ ସାକାହାରି ଲୋକଙ୍କ ପାଖରେ ଅଧିକ ଦେଖାଯାଏ।ଆଉ ଆପଣଙ୍କ ଶରୀରରେ ଯଦି ଏହାର ଅଭାବ ରହୁଛି ତାହେଲେ ଆପଣ ଏହାକୁ ସପ୍ଲିମେଣ୍ଟ ସାହାଯ୍ୟ ରେ ଠିକ କରି ପାରିବେ।

୪.ଜୀଙ୍କ, ଆଇରନ,କପର:-ଏହି ତିନିଟି ଜିନିଷ ଅଭାବ ହେଲେ ମଧ୍ୟ ଚୁଟି ସମୟ ପୂର୍ବରୁ ଧଳା ହୋଇଯାଇଥାଏ।ସେଥିପାଇଁ କାଜୁ ଓ ପେସ୍ତା,ଅଣ୍ଡା,ବିଟ,ବେଦନା,ପାଳଙ୍ଗ ଆଉ ଅନ୍ୟ ସବୁଜ ପନିପରିବାକୁ ନିଜ ଖାଦ୍ୟରେ ବ୍ୟବହାର ନିଶ୍ଚିତ କରିବା ଉଚିତ।ଆଉ ଶରୀରରେ କପର ଅଭାବ ଥିଲେ ଆପଣ କପର କପରେ ରାତିରେ ପାଣି ରଖି ଦେବେ ଓ ସକାଳୁ ଉଠି ସେବନ କରିବେ ଏହାଦ୍ୱରା କପର ଅଭାବ ଦୁର ହେବାରେ ଲାଗିବ।ତାସହିତ ଚୁଟିରେ ପ୍ରୋଟିନ,ଫଲୀକ ଏସିଡ,ବାଇଓଟିନ,ଭିଟାମିନ-ସି ଓ ଇ ଭଳି ତତ୍ୱ ଆଦି ଆମକୁ ପନିର,ଚନା,ସୋୟାବିନ,ଡାଲି,ଅଣ୍ଡା,ମାଛ,ମାଂଶ,ପାଳଙ୍ଗ,ଅଁଳା ଆଦିରେ ରହିଥାଏ।

୫.ଥାଇରଏଡ଼ ଜନିତ ସମସ୍ୟା:-ଏହି ସମସ୍ୟା ପାଇଁ ମଧ୍ୟ ଚୁଟି ସମୟ ପୂର୍ବରୁ ଧଳା ହେବାରେ ଲାଗିଥାଏ।ଆମ ଗଳା ପାଖରେ ଏକ ଗ୍ରନ୍ଥି ଥାଏ ଏହାକୁ ଥାଇରଏଡ଼ ଗ୍ରନ୍ଥି କୁହାଯାଏ।ଯାହାକୁ ଆଗରୁ ଥାଇରଏଡ଼ ଜନିତ ସମସ୍ୟା ଆଗରୁ ଅଛି ସେମାନଙ୍କ ଚୁଟି ବୟସ ପୂର୍ଵରୁ ଧଳା ହୋଇଯାଏ।ଆଉ ଏହି ସମସ୍ୟା ଠିକ ହେଲେ ଚୁଟି ଧଳା ପୂର୍ବଭଳି ହୋଇଯାଏ।

୬.ଅତ୍ୟଧିକ ଗରମ:-ଶରୀରରେ ଭିତର ପାର୍ଶ୍ଵରେ ଥିବା ଅତ୍ୟଧିକ ଗରମତା ବୟସ ପୂର୍ବରୁ ଚୁଟି ପାଚିବାର ଏକ ମୁଖ୍ୟ କାରଣ ହୋଇଥାଏ।ସେଥିପାଇଁ ଚୁଟିର ବାହାରୁ ପହଞ୍ଚୁଥିବା ଗରମତାକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ହେୟାର ଡ୍ରାୟର ଓ ଷ୍ଟେଟନର ବ୍ୟବହାର କରିବା ବନ୍ଦ କରିବା ଉଚିତ।ଆଉ ଶରୀରରେ ଥିବା ଗରମ ତାକୁ ଦୁରେଇବା ପାଇଁ ଆମକୁ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଅଣଦେଖା କରିବା ଉଚିତ।

୭.ଵ୍ଲିଚିଙ୍ଗ କ୍ରିମ ଓ ହେୟାର ଡ଼ାୟର ବ୍ୟବହାର କରିବା:-ଚେହେରାକୁ ସୁନ୍ଦର ରଖିବା ପାଇଁ ମୁହଁରେ ବାରମ୍ବାର ଵ୍ଲିଚିଙ୍ଗ କ୍ରିମ ଲଗେଇବା ଦ୍ୱାରା ଚୁଟି ସମୟ ପୂର୍ବରୁ ଧଳା ହୋଇଯାଇଥାଏ।ଆମେ ଜାନୀଛେ ଆମ ଶରୀରରେ ପ୍ରାକୃତିକ ଉପାୟରେ ହାଇଡ୍ରୋଜେନ ପେରକ୍ସଆଇଡ଼ ତିଆରି ହୋଇଥାଏ।ଯାହାଫଳରେ ଏହାର ମାତ୍ରା ଅଧିକ ହେଲେ ଚୁଟି ପାଚିଯାଏ।ଆଉ ଚୁଟିରେ ଡ଼ାୟ ଲଗେଇବା କାରଣରୁ ଆମ ଚୁଟି ଦିନକୁ ଦିନ ଆହୁରି ଧଳା ହେବାରେ ଲାଗିଥାଏ।

୮.ଧୂମ୍ରପାନ କରିବା:-ଏହି କାରଣ ଚୁଟିକୁ ସମୟ ପୂର୍ବରୁ ଧଳା କରିବାର ଏକ ବହୁତ ବଡ଼ କାରଣ ଅଟେ।ଏହି ସିଗ୍ରେଟ ଓ ବିଡିର ଧୂଆଁ ଆମ ମେଲେନା ସାଇଟକୁ ଦୁର୍ବଳ କରିଥାଏ ଯାହା କାରଣରୁ ଆମ ଚୁଟି ସମୟ ପୂର୍ବରୁ ଧଳା ହୋଇଯାଇଥାଏ।

୯.ଚୁଟିରେ ରାସାୟନିକ ପଦାର୍ଥର ବ୍ୟବହାର କରିବା:-ଚୁଟିରେ ଲଗାଯାଉଥିବା ଜିନିଷ ମାନଙ୍କ ଭିତରେ ସାମ୍ପୁ ଓ ତେଲ ମୁଖ୍ୟ ଜିନିଷ ଅଟେ।ଏହାର କାରଣ ସାମ୍ପୁ ଚୁଟିକୁ ସଫା କରିଥାଏ ଆଉ ତେଲ ଚୁଟିକୁ ଟାଣ କରିଥାଏ।ଆଉ ଆଜି କାଲି ମିଳୁ ଥିବା ଏ କୃତିମ ଓ ରାସାୟନିକ ପଦାର୍ଥ ଆମ ଚୁଟି ଝଡ଼ିବା ଓ ପାଚିବାର ମୁଖ୍ୟ କାରଣ ହୋଇଥାଏ।

୧୦.ଜେନେଟିକ ଅସୁବିଧା:-ଜେନେଟିକ ଅସୁବିଧା ବୟସ ପୂର୍ବରୁ ଚୁଟି ପାଚିବାର ଏକ ମୁଖ୍ୟ କାରଣ ହୋଇଥାଏ।ମାନେ କହିବାକୁ ଗଲେ ଆପଣଙ୍କ ବାପା ମା ଓ ଜେଜେ ବାପା ଓ ଜେଜେମା କାହାପାଖରେ ଯଦି ଏ ଅସୁବିଧା ଅଛି ତାହେଲେ ଆପଣଙ୍କୁ ମଧ୍ୟ ତାହାକୁ ଭୋଗିବାକୁ ପଡିପାରେ।ଆଉ ଦୁଃଖର ବିଷୟ ଏହାଯେ ଯେଉଁଚୁଟି ଜେନେଟିକ କାରଣରୁ ଧଳା ହୋଇଥର ତାର ଠିକ ହେବା ଅସମ୍ଭବ ଅଟେ।

Leave a Reply

Your email address will not be published. Required fields are marked *