୧୫ ଜୁଲାଇ ରେ ୬ ଘଣ୍ଟିଆ ପୁରା ଓଡ଼ିଶା ବନ୍ଦ – ପେଟ୍ରୋଲ ଡିଜେଲ ଦାମ କମିକି ହେବ ୫୦ ଟଙ୍କା କି ? ଦେଖନ୍ତୁ କଣ ଖୋଲା କଣ ଖୋଲିବ ନାହିଁ

Spread the love

ତେବେ ଏହି ମହାମାରୀ ଥମିବାର ନାମ ନେଉ ନାହିଁ।ଏହି ମହାମାରୀ ବର୍ତ୍ତମାନ ଅନେକ ଲୋକଙ୍କ ଜୀବନ ନେଇ ସାରିଲାଣି।ଏହା ସହିତ ଏହି ମହାମାରୀ ସମୟରେ ବର୍ତ୍ତମାନ ସମଗ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି।ଏହାକୁ ନଜରରେ ରଖି ବାମଦଳ ଏକ ଜରୁରୀକାଳୀନ ନିଷ୍ପତି ନେଇଛନ୍ତି।ଯାହା ଫଳରେ ସେ ରାଜ୍ୟରେ ଏକ ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରିବାକୁ ଯାଉଛନ୍ତି।ତେବେ ଦେଶରେ ଯେଉଁ ଭଳି ଭାବରେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି ତାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ।

ତେବେ ଆଗାମୀ ଜୁଲାଇ ୧୫ ତାରିଖରେ ଏହି ବନ୍ଦ ଡାକରା ରହିଛି।ତେବେ ସୂଚନା ଅନୁସାରେ ଯେଉଁ ଭଳି ଭାବରେ ପେଟ୍ରୋଲ ଓ ଡିଜେଲ ଦର ସହିତ ଖାଇବା ତେଲର ଦର ବଢ଼ି ଚାଲିଛି ଯଦି ଏହିପରି ଭାବରେ ଦର ବଢ଼ି ଚାଲେ ତେବେ ଆଉ କିଛି ଦିନ ପରେ ଲୋକଙ୍କ ପାଇଁ ତେଲ କିଣିବା ଏକ ବହୁତ ବଡ଼ ଅସୁବିଧା ହୋଇଯିବ।

ଏହି ମହାମାରୀ ସମୟରେ ଅନେକ ଲୋକ ନିଜର ଜୀବିକା ହରାଇ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହା ସହିତ ସେମାନେ ନିଜର ଖାଦ୍ୟ ସଂଗ୍ରହ କରିବା ପାଇଁ ଅନେକ ଅସୁବିଧା ଭୋଗୁଛନ୍ତି।ତେବେ ଏହା ଉପରେ ଏଭଳି ଭାବରେ ତେଲ ଦରରେ ବୃଦ୍ଧି ଘଟିବା ଫଳରେ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ଯେଉଁଭଳି ଭାବରେ ତେଲ ଦର ବଢ଼ି ଚାଲିଛି।

ତେବେ ଏହା ଉପରେ ସରକାର କୌଣସି ପଦକ୍ଷେପ ନେବା ନିହାତି ଆବଶ୍ୟକ ହୋଇ ପଡ଼ିଛି।କେତେକ ସ୍ଥାନରେ ତେଲ ଦର ବର୍ତ୍ତମାନ ୧୦୦ ରୁ ଉର୍ଦ୍ଧ ହୋଇ ସାରିଲାଣି।ତେବେ ଏହି ପରିସ୍ଥିତିର ମୁକାବିଲା କରିବା ନିହାତି ଆବଶ୍ୟକ।ସେଥିପାଇଁ ବର୍ତ୍ତମାନ ବାମଦଳ ବନ୍ଦ ଡାକରାର ନିଷ୍ପତି ନେଇଛି।

ତେବେ ସେମାନେ ଆଶା କରୁଛନ୍ତି କି ସେମାନଙ୍କର ଏହି ବନ୍ଦ ଡାକରା ସରକାରଙ୍କ ଉପରେ ନିଶ୍ଚିତ ଭାବରେ କିଛି ପ୍ରଭାବ ପକାଇବ।ତେବେ ଏହି ବନ୍ଦ ଡାକରା ସମୟରେ କିଛି ଅତ୍ୟାବଶ୍ୟକୀୟ ଦୋକାନକୁ ଛାଡ଼ିଦେଲେ ବାକି ସମସ୍ତ ଦୋକାନ ବନ୍ଦ ରହିବ ବୋଲି ସୂଚନା ମିଳୁଛି।ତେବେ ବାମଦଳର ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିଛି କଂଗ୍ରେସ।

ତେବେ ଜୁଲାଇ ୧୫ ତାରିଖରେ ତେଲ ନ କିଣିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବାମଦଳ ସଭାପତି।ଏହା ସହିତ ସେମାନେ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ସହିତ ବନ୍ଦ ଡାକରା କରିବେ ବୋଲି ସୂଚନା ଦେଇଛନ୍ତି।ତେବେ ଏହି ବନ୍ଦ ଡାକରା ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ରହିବ।

ଏହା ସହିତ ଏହି ଦିନ କୌଣସି ବି ଲୋକଙ୍କୁ ତେଲ ନ କିଣିବା ପାଇଁ ପରାମର୍ଶ ଦେଇଛନ୍ତି ସଭାପତି।ଏହି ସମୟ ମଧ୍ୟରେ ସମସ୍ତ ଗାଡି ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ବାମଦଳ।ତେବେ ସେମାନେ ଆଶା କରିଛନ୍ତି ଏପରି କରିବା ଫଳରେ ତେଲ ଦର ବୃଦ୍ଧି ଉପରେ ରୋକ ଲାଗିଯିବ ବା ତେଲ ଦରରେ ହ୍ରାସ ଘଟିବ।ଯାହା ଫଳରେ ସେମାନେ ନିଜର ଦୈନଦିନ ଜୀବନରେ ଆବଶ୍ୟକ ହେଉଥିବା ତେଲକୁ ବ୍ୟବହାର କରି ପାରିବେ।

Leave a Reply

Your email address will not be published. Required fields are marked *