ଏହି ୧୪ ବର୍ଷର ଛୋଟିଆ ଝିଅ କିପରି ହୋଇଗଲା ମା ବୈସ୍ନୋଦେବୀ – ଏହି କାହାଣୀ ପଢିବା ପରେ ଆପଣ ମନରେ ମଧ୍ୟ ଭକ୍ତି ଜାଗ୍ରତ ହେଇଯିବ..

ଆମେ ସମସ୍ତେ ମାତା ବୈସ୍ନୋଦେବୀଙ୍କୁ ଭଲ ଭାବରେ ଜାଣୁ।ସେ ନିଜର ଲୀଳା ପାଇଁ ସମଗ୍ର ଭାରତରେ ପରିଚିତ।ସେ ଏପରି ଲୀଳା ରଚିଛନ୍ତି ଯାହାକୁ ଶୁଣିବା ପରେ ଯେ କୌଣସି ବ୍ୟକ୍ତି ତାଙ୍କର ଭକ୍ତ ହୋଇଯିବ।ଏହା ସହିତ ମାଆ ବୈସ୍ନୋଦେବୀ ତାଙ୍କର ପ୍ରତ୍ୟେକ ଭକ୍ତଙ୍କର ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି।ଏହା ସହିତ ସେ ପ୍ରତ୍ୟେକ ଲୋକଙ୍କୁ ନିଜର ପୁତ୍ର ତଥା ନିଜର ପୁତ୍ରି ଭାବରେ ଦେଖି ଥାଆନ୍ତି।ତେବେ ମାତା ବୈସ୍ନୋଦେବୀଙ୍କ ଆବିର୍ଭାବ କିପରି ହୋଇଥିଲା ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ସର୍ବଦା ରହି ଆସିଛି।

ତେବେ ଆମେ ବର୍ତ୍ତମାନ ଆଲୋଚନା କରିବା କି କିପରି ଭାବରେ ମାତା ବୈସ୍ନୋଦେବୀ ଏକ ଛୋଟ ବାଳିକାରୁ ସମ୍ପୂର୍ଣ୍ଣ ଦୁନିଆର ମାତା ହୋଇ ପାରିଥିଲେ।ତେବେ ପ୍ରତ୍ୟେକ ଲୋକ ଏହା ଜାଣନ୍ତି କି ମାତା ବୈସ୍ନୋଦେବୀ ପ୍ରଥମେ ଏକ ବାଳିକା ରୂପରେ ଜନ୍ମ ଗ୍ରହଣ କରିଥିଲେ।ଉତ୍ତର ଭାରତରେ ଅବସ୍ଥିତ ରହିଥିବା ଏହି ମନ୍ଦିର ନିଜର ଭବ୍ୟତା ପାଇଁ ସମଗ୍ର ବିଶ୍ୱରେ ଅନେକ ପ୍ରସିଦ୍ଧି ଲାଭ କରିଛି।ଏହି ମନ୍ଦିର ପ୍ରାୟ ଭୂମିଠାରୁ ୫୨୦୦ ଫୁଟ ଉଚ୍ଚରେ ରହିଛି।ତେବେ ଏହି ମନ୍ଦିର ଭାରତର ଦିତୀୟ ସର୍ବାଧିକ ଦର୍ଶନୀୟ ସ୍ଥାନ।

ଏହି ଠାରେ ଏକ ବୃହତ ଝରଣା ରହିଛି।ଭଗବାନ ହନୁମାନ ସର୍ବଦା ମାଆଙ୍କ ସୁରକ୍ଷା ନିମନ୍ତେ ତାଙ୍କ ସହିତ ରହିଥାନ୍ତି।ଫଳରେ ହନୁମାନଙ୍କ ତୃଷା ମେଣ୍ଟାଇବା ପାଇଁ ମାଆ ସେହି ଝରଣାର ନିର୍ମାଣ କରିଥିଲେ।ଏହା ସହିତ ଏହି ଝରଣାରେ ମାଆ ନିଜର କେଶ ମଧ୍ୟ ସୋଇଥିଲେ।ଏହି ଝରଣାରେ ଯେଉଁ ବ୍ୟକ୍ତି ସ୍ନାନ କରିଥାଏ ସେହି ବ୍ୟକ୍ତି ତାର ଜୀବନର ସବୁଠାରୁ ଶ୍ରେଷ୍ଠ ଶାନ୍ତି ପ୍ରାପ୍ତ କରିଥାଏ।ସେଠାରେ ଥିବା ଏକ ଗ୍ରାମରେ ଦୁର୍ଗା ମାଆଙ୍କର ପରମ ଭକ୍ତ ଶ୍ରୀଧର ରହୁଥିଲେ।

ତାଙ୍କର କୌଣସି ସନ୍ତାନ ନଥିଲା।ଫଳରେ ସେ ଗ୍ରାମର ୯ ଜଣ କୁଆଁରୀ କନ୍ୟାଙ୍କୁ ଭୋଜନ କରାଇବା ପାଇଁ ନିଜ ଗୃହକୁ ଡାକିଥିଲେ।ସେହି କନ୍ୟାମାନଙ୍କ ମଧ୍ୟରେ ମାଆ ମଧ୍ୟ ଆସିଥିଲେ ଓ ମାଆ ଏହାପରେ ସମସ୍ତ ଗ୍ରାମବାସୀଙ୍କୁ ଭୋଜନ କରିବା ପାଇଁ ଡାକିବାକୁ ଶ୍ରୀଧରଙ୍କୁ କହିଥିଲେ।

ସେ ମଧ୍ୟ ସମସ୍ତଙ୍କୁ ଡାକିଥିଲେ ଓ ବାବା ଭୈରବ ନାଥଙ୍କୁ ମଧ୍ୟ ଡାକିଥିଲେ।ଏହାପରେ ବାବା ଭୈରବ ନାଥ ସେଠାରେ ମଦ ଓ ମାଂସ ଖାଇବାକୁ କହିଥିଲେ।ଏହାପରେ ସେଠାରେ ମାଆ ତାଙ୍କୁ ଏପରି କରିବାରୁ ରୋକିଥିଲେ।ଫଳରେ ସେ ମାଆଙ୍କୁ ଧରିବାକୁ ଚେଷ୍ଟା କରିଥିଲେ।ଏହାପରେ ମାଆ ତ୍ରିକୂଟ ପର୍ବତକୁ ଚାଲି ଯାଇଥିଲେ।

ଏହାପରେ ମାଆ ସେଠାରେ ଥିବା ଏକ ଗୁମ୍ଫାରେ ପ୍ରେବେସ କରି ସେଠାରେ ତପସ୍ୟା କରିଥିଲେ।ଏହି ଗୁମ୍ଫା ଭିତରକୁ ଭୈରବ ନାଥ ମଧ୍ୟ ପ୍ରବେଶ କରିଥିଲେ।ଏହାପରେ ମାଆ ସେହି ଗୁମ୍ଫାର ଅନ୍ୟ ପାର୍ଶ୍ବରେ ରାସ୍ତା ନିର୍ମାଣ କରି ବାହାରି ଯାଇଥିଲେ।ଏହି ଗୁମ୍ଫା ବର୍ତ୍ତମାନ ଆଦିକୁମାରି ନାମରେ ପରିଚିତ।ଏହାପରେ ମାଆ ମହାକାଳୀ ରୂପ ଧାରଣ କରି ଭୈରବ ନାଥଙ୍କ ବଦ୍ଧ କରିଥିଲେ।ମାଆ ବାବା ଭୈରବ ନାଥଙ୍କ ମସ୍ତକକୁ ସେହି ଗୁମ୍ଫା ଠାରୁ ୮ କିମି ଦୂରରେ ଥିବା ଭୈରବ ଘାଟିରେ ପକାଇ ଦେଇଥିଲେ।ବର୍ତ୍ତମାନ ସେଠାରେ ବାବା ଭୈରବ ନାଥ ପୂଜା ପାଉଛନ୍ତି।

Leave a Reply

Your email address will not be published. Required fields are marked *