ସେହି ଦେହ-ଜୀବି ଯାହାକୁ ହେଇଗଲା ଏଚ ଆଇ ଭି, ତାପରେ ତାଙ୍କ ସହ କଣ ହେଲା ଜାଣିଲେ ଆପଣ ଆଖିରେ ଲୁହ ରହିବ ନାହିଁ – ହୃଦୟ ଥିଲେ ନିଶ୍ଚୟ ପଢିବେ

Spread the love

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ସର୍ଭେ ଅନୁସାରେ ବର୍ତ୍ତମାନ ମାଲେସିଆରେ ୪୯ ପ୍ରତିଶତ ଦେହ-ଜୀବି ବଢ଼ି ଯାଇଛନ୍ତି।ତେବେ ବର୍ତ୍ତମାନ ସେଠାରେ ପ୍ରାୟ ୪୫୦୦୦ ଦେହ-ଜୀବି କାର୍ଯ୍ୟ କରୁଛନ୍ତି।ତେବେ ଦୁଇଜଣ ଦେହଜୀବୀ ବର୍ତ୍ତମାନ ଗଣମାଧ୍ୟମ ସମ୍ମୁଖରେ ନିଜର ଜୀବନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।ମାଲେସିଆରେ ୨୦୦୫ ମସିହା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୯ ପ୍ରତିଶତ ଦେହଜୀବୀ ମାନଙ୍କ ସଂଖ୍ୟା ବଢ଼ି ଯାଇଛି।ଯେଉଁଥିରେ ପ୍ରାୟ ୪୫୦୦୦ ଲୋକ କାର୍ଯ୍ୟ କରୁଛନ୍ତି ଓ ଏଥିରେ ପ୍ରାୟ ୨୧୦୦୦ ହେଉଛନ୍ତି ମହିଳା।

ତେବେ ସେମାନଙ୍କ ଜୀବନରେ ଏପରି କି ଅସୁବିଧା ଆସୁଛି ଯାହା ଫଳରେ ସେମାନେ ଏହି ରାସ୍ତାକୁ ନିଜ ଜୀବନ ଜୀବିକା ରୂପରେ ବାଛି ନେଇଛନ୍ତି।ପ୍ରଥମେ ହେଉଛନ୍ତି ଏଲିନ।ଯିଏକି ନିଜର ଜୀବନ ବିଷୟରେ ଗଣମାଧ୍ୟମକୁ ନିଜର ମତ ଦେଇଥିଲେ।ସେ କହିଥିଲେ ଯେତେବେଳେ ସେ ୬ ବର୍ଷ ବୟସର ହୋଇଥିଲେ ସେ ଜାଣିବାକୁ ପାଇଥିଲେ କି ସେ ଗୋଟେ ଦେହ-ଜୀବି ମାନଙ୍କ ସମାଜରେ ରହୁଛନ୍ତି।ତେବେ ସେ ଏହା ମଧ୍ୟ ଅନୁମାନ କରି ସାରିଥିଲେ କି ସେ ଯେତେବେଳେ ବଡ଼ ହେବେ ତାଙ୍କୁ ମଧ୍ୟ ଏହି କାର୍ଯ୍ୟ କରିବାକୁ ପଡିପାରେ।

ତେବେ ସେ ଯେତେବେଳେ ୧୨ ବର୍ଷ ବୟସରେ ପହଞ୍ଚି ଯାଇଥିଲେ ସେତେବେଳେ ତାଙ୍କର ଧରମ ମାତା ଓ ପିତା ତାଙ୍କୁ ନିଜର ଭାଇଙ୍କ ସହ ମିଶି ଖରାପ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ।କିନ୍ତୁ ସେ ଏହାର ବିରୁଦ୍ଧ କରିଥିଲେ।ଯାହା ଫଳରେ ତାଙ୍କୁ ଏକ କୋଠରୀରେ ବନ୍ଦ କରି ରଖାଯାଇଥିଲା।ସେ ଯେତେବେଳେ କୌଣସି ପ୍ରକାରରେ ସେଠୁ ଖସି ଯାଇଥିଲେ ଏହାପରେ ତାଙ୍କ ପିତା ତାଙ୍କୁ ଧରି ଆଣି ଘରେ ତାଙ୍କ ସହିତ ଜୋର ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ।

ଫଳରେ ସେ ସେହି ସ୍ଥାନରୁ ଖସି ଯାଇଥିଲେ।କିନ୍ତୁ ସେ ସେହି ସ୍ଥାନରୁ ଖସି ଯାଇଥିଲେ ସିନା ହେଲେ ସେ ତାଙ୍କର ପରିଚୟ ସମ୍ବନ୍ଧୀୟ କୌଣସି କାଗଜ ନେଇ ପାରି ନଥିଲେ।ଫଳରେ ସେ କୌଣସି ଚାକିରି କରି ପାରିନଥିଲେ।ଏହାପରେ ସେ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।ଯିଏ ତାଙ୍କୁ ତାଙ୍କର ପରିଚୟ ସମ୍ବନ୍ଧିତ ସମସ୍ତ କାଗଜ ଯୋଗାଇ ଦେବେ ବୋଲି କହିଥିଲେ।କିନ୍ତୁ ଏହା ବଦଳରେ ତାଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ଦେହ-ଜୀବି ଭାବରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ ସର୍ତ୍ତ ରଖିଥିଲେ।

ଫଳରେ ସେ ବାଧ୍ୟ ହୋଇ ଏହି କାର୍ଯ୍ୟ କରିବା ପାଇଁ ଆରମ୍ଭ କରିଥିଲେ।ଯାହା ଫଳରେ ସେ ଏହି ସମୟ ମଧ୍ୟରେ ଏଚ ଆଇ ଭି ସଂକ୍ରମିତ ହୋଇଯାଇଥିଲେ।ଯାହା ଫଳରେ ସେ ବର୍ତ୍ତମାନ ଏକ ଆଶ୍ରୟସ୍ଥଳୀରେ ରହୁଛନ୍ତି ଓ ସେହିଠାରେ ନିଜର ଚିକିତ୍ସା ମଧ୍ୟ କରୁଛନ୍ତି।ଏହା ସହିତ ଅନେକ ମହିଳା ନିଜ ଜୀବନରେ ଚାଲୁଥିବା ଅନେକ ସମସ୍ୟାର ସମାଧାନ ପାଇଁ ଏହିଭଳି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି।ଯେପରିକି ସେମାନେ ନିଜର ଆର୍ଥିକ ସମସ୍ୟାର ସମାଧାନ କରିବା ପାଇଁ ଏହି କାର୍ଯ୍ୟ ସହିତ ଜଡିତ ହେବା ପାଇଁ ବାଧ୍ୟ ହୋଇଥାନ୍ତି।

ଏହା ସହିତ ଅନେକ ଏପରି ଦେହ-ଜୀବି  ରହିଛନ୍ତି ଯେଉଁମାନେ ଏହି ଜୀବନରୁ ମୁକ୍ତି ପାଇବା ପାଇଁ ଅନେକ ଚେଷ୍ଟା କରିଥାନ୍ତି।କିନ୍ତୁ ସେମାନେ ନିଜ ଜୀବନର ବିଭିନ୍ନ ସମସ୍ୟା ପାଇଁ ଏହି ସବୁରୁ ମୁକ୍ତି ପାଇ ପାରନ୍ତି ନାହିଁ।

Leave a Reply

Your email address will not be published. Required fields are marked *