ଏହି ଜାଗାରେ 150 ବର୍ଷ ତଳୁ Naguni କରିଛି ନିଜ ନାଗର ଅପେକ୍ଷା,କାରଣ ଜାଣିଲେ ଆପଣ କହିବେ ପ୍ରେମ ଅଟେ ମହାନ

Spread the love

ତେବେ ଏହି ଘଟଣା ହେଉଛି ରାଜସ୍ଥାନର ଶିକର ଗ୍ରାମର।ଏହି ଠାରେ ଅନେକ ଲୋକ ନିଜର କ୍ଷେତରେ ଚାଷ କରି ନିଜର ଜୀବନ ଯାପନ କରିଥାନ୍ତି।କୌଣସି ଏକ କ୍ଷେତରେ ଏକ ଇଚ୍ଛାଧାରୀ ନାଗ ଓ ନାଗୁଣୀ ରହୁଥିଲେ। ଥରେ ରାତିରେ ଅଚାନକ ନାଗୁଣୀକୁ ଶୋଷ ହେବାକୁ ଲାଗିଲା।ଏହାପରେ ନାଗ ନିଜର ନାଗୁଣୀକୁ ପ୍ରତୀକ୍ଷା କରିବା ପାଇଁ କହି ନିଜେ ପାଣି ଆଣିବାକୁ ଚାଲିଗଲା।ଏହାପରେ ସେ ଦେଖିଲା କି ଏହି ସମୟରେ ସେ ମଣିଷ ମାନଙ୍କ ପାଖକୁ ଜାଇ ପାରିବ ନାହିଁ।

ଏହାପରେ ସେ ଦେଖିଲା ସେଠାରେ ଏକ ବହୁତ ବଡ଼ ପାଣି ଟାଙ୍କି ରହିଛି।ସେ ଭାବିଲା ସେ ସେଠାରୁ ପାଣି ନେଇଯିବ ଓ କାହାକୁ ଜଣା ମଧ୍ୟ ପଡ଼ିବ ନାହିଁ।ଏହା ଚିନ୍ତା କରି ସେ ସେହି ପାଣି ଟାଙ୍କି ଉପରକୁ ଚଢ଼ିବାକୁ ଲାଗିଲା।ଏହାପରେ ସେ ଯେତେବେଳେ ଉପରକୁ ଯାଇ ଦେଖିଲା ସେଠାରେ କିଛି ଲୋକ ବସି ମଦ ପିଉଛନ୍ତି।ଏହାପରେ ସେହି ଲୋକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ସେହି ନାଗକୁ ହତ୍ୟା କରିଦେଲେ।

ଏହାପରେ ସେମାନେ ଯେତେବେଳେ ଜାଣିଲେ କି ଏହା କୌଣସି ସାଧାରଣ ନାଗ ନୁହେଁ ସେମାନେ ବହୁତ ଡରିଗଲେ।ଏହାପରେ ସେମାନେ ସେହି ନାଗକୁ ସେହି ପାଣି ଟାଙ୍କିରେ ପକାଇ ଦେଇ ସେହି ସ୍ଥାନ ଛାଡି ଚାଲିଗଲେ।ଏହାପରେ ଅନେକ ଡେରି ହେବାରୁ ନାଗୁଣୀ ଚିନ୍ତିତ ହୋଇ ପଡ଼ିଲା।ଯାହା ଫଳରେ ସେ ନିଜେ ନିଜର ନାଗକୁ ଖୋଜିବାକୁ ବାହାରି ପଡ଼ିଲା।ସେ ନିଜର ନାଗର ଗନ୍ଧ ଭଲ ଭାବରେ ଜାଣିଥିଲା।

ସେ ଯେତେବେଳେ ପାଣି ଟାଙ୍କି ଉପରକୁ ଜାଇ ଦେଖିଲା ସେହି ପାଣି ଟାଙ୍କି ଭିତରେ ତାର ନାଗ ମୃତ ଅବସ୍ଥାରେ ପଡ଼ିଛି।ଏହା ଦେଖି ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲା।ଏହାପରେ ସେ ନିଜର ନାଗର ହତ୍ୟାକାରୀ ମାନଙ୍କୁ ମରିବା ପାଇଁ ପ୍ରତିଜ୍ଞା କଲା।ଏହାପରେ ସେ ନିଜର ନାଗର ଆଖିରେ ତାର ହତ୍ୟାକାରୀ ମାନଙ୍କୁ ଦେଖିଦେଲା।

ଏହାପରେ ସେ ସେହି ହତ୍ୟାକାରୀ ମାନଙ୍କ ଅପେକ୍ଷାରେ ସେହି ପାଣି ଟାଙ୍କି ଉପରେ ରହିବାକୁ ଲାଗିଲା।ଏହାପରେ ଅନେକ ଦିନ ବିତିବା ପରେ ମଧ୍ୟ ସେ ସେହି ହତ୍ୟାକାରୀ ମାନଙ୍କୁ ପାଇଲା ନାହିଁ।ସେଠାକୁ ଅନେକ ଲୋକ ମଧ୍ୟ ଆସୁଥିଲେ କିନ୍ତୁ ସେମାନେ ଯେତେବେଳେ ସେଠାରେ ନାଗୁଣୀର ଉପସ୍ଥିତି ଅନୁଭବ କଲେ ଏହାପରେ ସେମାନେ ମଧ୍ୟ ସେଠାକୁ ଆସିବା ବନ୍ଦ କରିଦେଲେ।ଏହା ସହିତ ସମଗ୍ର ଗ୍ରାମରେ ଏହା ପ୍ରଚାର ହୋଇଗଲା।

ଯେତେବେଳେ ସେହି ହତ୍ୟାକାରୀ ମାନେ ସେଠାକୁ ନ ଆସିଲେ ଏହାପରେ ସେହି ନାଗୁଣୀ ଗ୍ରାମରେ ଏକ ସୁନ୍ଦର ମହିଳା ହୋଇ ବୁଲିବାକୁ ଲାଗିଲା।ଦିନେ ରାତିରେ ସେହି ହତ୍ୟାକାରୀ ମାନେ ନିଜର ଖେତରୁ କାମ ସାରି ଘରକୁ ଫେରୁଥିଲେ।ଏହି ସମୟରେ ସେହି ନାଗୁଣୀ ଏକ ସୁନ୍ଦର ନାରୀ ବେଶରେ ସେମାନଙ୍କୁ ମୋହିତ କରି ନିଜର ପଛରେ ନେଇ ଆସିଲା।ସେ ସେମାନଙ୍କୁ ସେହି ପାଣି ଟାଙ୍କି ଉପରକୁ ନେଇଗଲା।ଏହାପରେ ସେ ଏକ ବିଶାଳ ନାଗୁଣୀ ରୂପରେ ପରିଣତ ହୋଇ ସେମାନଙ୍କର ହତ୍ୟା କରିଦେଲା ଓ ନିଜର ନାଗର ହତ୍ୟାର ପ୍ରତିଶୋଧ ନେଲା।

Leave a Reply

Your email address will not be published. Required fields are marked *