ଓଡ଼ିଶାର ଏପରି ଜଣେ ମହାନ MLA ଯିଏ ଏବେ ବି ଜମିରେ ଲଙ୍ଗଳ ଧରି ଚାଷ କରୁଛନ୍ତି,ଦେଖନ୍ତୁ କିଏ ସେ ଲୋକ ଯାହାଙ୍କୁ ଆଜି ଯାଏ VIP ହେବାର ଗର୍ବ ନାହିଁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ବାସ୍ତବ ଘଟଣା ବିଷୟରେ।ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ପ୍ରେରଣାଦାୟୀ ଅଟେ।ମୁଣ୍ଡରେ ଚଷା ପୁଅର ଠେକା ଏବଂ ହାତରେ ବାଡ଼ି ଧରି ଚାଷ କରୁଛନ୍ତି ଏହି ବ୍ୟକ୍ତି ଜଣଙ୍କ।ପୁଅ ମାନଙ୍କ ସହିତ ମିଶି ହଳ କରୁଛନ୍ତି ବିଲରେ।ପୁରା ଚାଷୀ ଘରର ପୁଅ ପରି।ବାସ୍ତବିକ ସେ ତ ଜଣେ ଚାଷୀ ଘରର ପୁଅ।ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ହେଉଛନ୍ତି ଜଣେ ଲୋକ ପ୍ରତିନିଧି।ସେ ହେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର।ସେ ନିଜ ରାଜନୈତିକ ଜୀବନରେ ଚାରିଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଦକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ବିଧାୟକ ଥାଇ ମଧ୍ୟ କେବେହେଲେ ଭି ଆଇ ପି କଲଚରର ଛାପ ଛୁଇଁ ନାହାନ୍ତି।

ତେବେ ବିଧାୟକ କହିଛନ୍ତି ତାଙ୍କର ମୂଳ ବୃତ୍ତି ହେଉଛି ଚାଷ।ସେ ପ୍ରଥମେ ଜଣେ ଚାଷୀ ଏବଂ ତାହା ପରେ ଆଉ କିଛି।ଏବଂ ଚାଷ କଲେ ତାଙ୍କୁ ବର୍ଷ ଯାକର ଖାଇବାକୁ ଦାନା ମିଳିଯିବ।ତେଣୁ ସେ ଚାଷ କାର୍ଯ୍ୟ ସାରିବା ପରେ ଜଣେ ବିଧାୟକ ଭାବରେ ଲୋକଙ୍କ ସହିତ ମିଶତାଙ୍କ ଅଭିଯୋଗ ଶୁଣନ୍ତି ଏବଂ ଲୋକଙ୍କ ସେବାରେ ଲାଗନ୍ତି।ଏବେ ଆସନ୍ତୁ ଶୁଣିବା ସେ ଏହି ବାବଦରେ କଣ କହୁଛନ୍ତି।

ସେ କହୁଛନ୍ତିଯେ ଚାଷ କାମ ହେଉଛି ତାଙ୍କ ବୃତ୍ତି।ତାଙ୍କ ବାପା, ଜେଜେବାପାଙ୍କ ଅମଳରୁ ତାଙ୍କ ପରିବାର ଲୋକ ଚାଷ କରି ଆସୁଥିଲେ।ସେ ଯେତେବେଳେ ପାଠ ପଢା ଛାଡି ଘରକୁ ଆସିଲେ ସେ ସେତେବେଳ ଠାରୁ ମଧ୍ୟ ଚାଷ କାମ କରୁଥିଲେ।ସେ ପର୍ଯ୍ୟାୟକ୍ରମେ ରାଜନୈତିକ କ୍ଷେତ୍ରରେ ପାଦ ଦେଇଥିଲେ।ପ୍ରଥମେ ଗ୍ରାମ ପଞ୍ଚାୟତରେ ସରପଞ୍ଚ ହୋଇଥିଲେ।ତାଙ୍କ ଘରେ ଦଶ ଜଣ ସଦସ୍ୟ।ସେମାନେ ସମସ୍ତେ ଚାଷ କାମ କରନ୍ତି ଏବଂ ଭବିଷ୍ୟତରେ ମଧ୍ୟ କରିବେ।ଚାଷ କାମ ନକଲେ କେହି ବଞ୍ଚିପାରିବେ ନାହିଁ।

ସେ ସକାଳ ପାଞ୍ଚଟା ରୁ ଉଠି ସକାଳ ୮ଟା ପର୍ଯ୍ୟନ୍ତ ଚାଷ କାମ କରନ୍ତି।ଏହାପରେ ସେ ଲୋକ ମାନଙ୍କ ସେବାରେ ଯାଆନ୍ତି।ବିଧାୟକଙ୍କ ଘର ହେଉଛି କନ୍ଧମାଳ ଜିଲ୍ଲା ଫେରିଙ୍ଗିଆ ବ୍ଲକର ଦୁର୍ଗମ ଏବଂ ଅଧିବାସୀ ଅଞ୍ଚଳରେ।ଘର କହିଲେ ବାପା ,ଜେଜେବାପା ଅମଳର ପଟା ବଡ଼ିଆ କାନ୍ଥ ଥିବା ମାଟି ଘର ଟିଏ।ତାଙ୍କ ବୟସ ପ୍ରାୟ ୫୯ ବର୍ଷ।ସେ ଯେତେ ନିଜ କାର୍ୟ୍ଯକୁ ଗୁରୁତ୍ୱ ଦିଅନ୍ତି ତା ଠାରୁ ଅଧିକ ଲୋକଙ୍କ ସହିତ ମିଶସେମାନଙ୍କ ଦୁଃଖ ସୁଖରେ ସାମିଲ ହୁଅନ୍ତି ବୋଲି ଲୋକେ କୁହନ୍ତି।

ସେ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଚାଷ କାମ କରନ୍ତି ଏବଂ ତାହାପରେ ଲୋକ ସେବାରେ ସେ ଲାଗନ୍ତି।ବିଧାୟକଙ୍କ ମତରେ ସେ ଏବେ ସିନା ବିଧାୟକ ହେଲେ କିନ୍ତୁ ପୂର୍ବରୁ ସେ ଜଣେ ଚାଷୀ ଥିଲେ।ଆଜିର ସମାଜରେ ଜଣେ ବିଧାୟକଙ୍କ ବାସ୍ତବ ଚିତ୍ର ଏପରି ହୋଇଥିବ ବୋଲି ଆପଣ କେବେ ଭାବିଚନ୍ତି କି?

Leave a Reply

Your email address will not be published. Required fields are marked *