Atal Bihari Vajpayee ଯେବେ କହିଥିଲେ ମୋତେ ପାକିସ୍ତାନ ଯୌତୁକ ରେ ଦରକାର,କାରଣ ଜାଣିବା ପରେ ମୁଣ୍ଡରେ ହାତ ଦେବେ..ଦେଖନ୍ତୁ Video

Spread the love

ଶାନ୍ତ ସରଳ ନମ୍ର ସ୍ୱଭାବର ବ୍ୟକ୍ତି ହେଉଛନ୍ତି ଅଟଳ ବିହାରୀ ବାଜପେୟୀ।ତେବେ ସେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଏପରି କାର୍ଯ୍ୟ କରି ଯାଇଛନ୍ତି ଯାହାକୁ କେହି ମଧ୍ୟ କେବେ ଭୁଲି ପାରିବେ ନାହିଁ।ତେବେ ଆମେ ବର୍ତ୍ତମାନ ତାଙ୍କର ଏକ ଅଦ୍ଭୁତ ଘଟଣା ସମ୍ପର୍କରେ ଆଲୋଚନା କରିବା।ତେବେ ଏହି ଘଟଣା ହେଉଛି ୧୬ ମାର୍ଚ୍ଚ ୧୯୯୯ ମସିହାର।ସେହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ଵ ସମ୍ଭାଳୁ ଥାଆନ୍ତି ଅଟଳ ବିହାରୀ ବାଜପେୟୀ।

ତେବେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ କରିଥିଲେ।ଏହି କାରଣ ପାଇଁ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ବସ ଚଳାଚଳ ମଧ୍ୟ ଆରମ୍ଭ କରିଥିଲେ।ତେବେ ସେ ନିଜେ ବସରେ ବସି ଅମୃତସର ଠାରୁ ଲାହୋର ଯାଇଥିଲେ।ତେବେ ସେଠାରେ ସେ ପହଞ୍ଚିବା ପରେ ସେଠାରେ ଗଭର୍ଣ୍ଣର ହାଉସରେ ସେ ଅଦ୍ଭୁତ ଭାଷଣ ଦେଇଥିଲେ।

ଯାହା ଫଳରେ ସେଠାରେ ଥିବା ପାକିସ୍ତାନର ସମସ୍ତ ରାଜନେତା ତାଳି ନ ମାରି ରହି ପାରି ନଥିଲେ।ତେବେ ସେହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଥିଲା।ସେଠାରେ ଥିବା ଏକ ମହିଳା ସାମ୍ବାଦିକା ଅଟଳ ବିହାରୀ ବାଜପେୟୀ କହିଥିଲେ କି ଆପଣ ଅବିବାହିତ ଅଛନ୍ତି।ମୁଁ ଆପଣଙ୍କୁ ବିବାହ କରିବାକୁ ଚାହେଁ।କିନ୍ତୁ ମୋର ସର୍ତ୍ତ ହେଉଛି ମତେ ମୁହଁ ଦେଖାରେ କାଶ୍ମୀର ଦରକାର।

ଏହା ଶୁଣିବା ପରେ ଅନ୍ୟ କେହି ହୋଇଥିଲେ ଏହି କଥାକୁ ଏଡାଇ ଦେଇ ଚାଲି ଯାଇଥାନ୍ତା।କିନ୍ତୁ ସେ ଥିଲେ ଅଟଳ ବିହାରୀ ବାଜପେୟୀ।ସେ କିପରି ଏହି କଥାକୁ ଏଡାଇ ଦେଇ ପାରିଥାନ୍ତେ।ସେ ଉତ୍ତରରେ କହିଥିଲେ କି ମୁଁ ବିବାହ କରିବାକୁ ରାଜି ଅଛି କିନ୍ତୁ ମତେ ଯୌତୁକରେ ସମ୍ପୂର୍ଣ୍ଣ ପାକିସ୍ତାନ ଦରକାର କଣ ଆପଣ ଦେଇ ପାରିବେ।

ଏପରି ଉତ୍ତର ଶୁଣିବା ପରେ ସେହି ମହିଳା ଜଣକ ସମ୍ପୂର୍ଣ୍ଣ ଭାବରେ ଚୁପ ହୋଇ ଯାଇଥିଲେ।ତେବେ ମଧ୍ୟପ୍ରଦେଶର ଗୋଆଲିଆର ଠାରେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେ।ତେବେ ତାଙ୍କର ପିତା ଜଣେ ଶିକ୍ଷକ ଓ ମାତା ଜଣେ ଗୃହିଣୀ ଅଟନ୍ତି।ତାଙ୍କର ପ୍ରକୃତ ଘର ଥିଲା ଆଗ୍ରାର ବଟେଶ୍ୱର ଜିଲ୍ଲାରେ।

ତେବେ ସେ ଏପରି ଜଣେ ରାଜନେତା ଥିଲେ ଯିଏକି ନିଜର ଦକ୍ଷତା ବଳରେ ଭାରତକୁ ଅନେକ ଆଗକୁ ନେଇ ଯିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ନିଜର ଅଦ୍ଭୁତ ଦକ୍ଷତା ପାଇଁ ସେ ଭାରତକୁ ଅନେକ ଥର ସଫଳ କରି ପାରିଛନ୍ତି।ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଭାରତକୁ ମିଳିବା ଏକ ଅଦ୍ଭୁତ କଥା।

ତେବେ ସେ ୧୬ ଅଗଷ୍ଟ ୨୦୧୮ ମସିହାରେ ମୃତ୍ୟୁ ବରଣ କରିଥିଲେ।ସେ ମୃତ୍ୟୁ ବରଣ କରିବା ପରେ ଭାରତର ରାଜନୈତିକ ଜଗତର ଏକ ଅପୂରଣୀୟ କ୍ଷତି ହୋଇ ଯାଇଥିଲା।ତେବେ ସେ ଜଣେ ବହୁତ ଭଲ ରାଜନେତା ଥିଲେ।ସେ କେବେ କାହା ସହିତ ସାଲିସ କରି ନାହାନ୍ତି।ଯାହା ଫଳରେ ସେ ସମସ୍ତଙ୍କ ମନରେ ସବୁଦିନ ପାଇଁ ରହି ଯାଇଛନ୍ତି।

Leave a Reply

Your email address will not be published. Required fields are marked *