ସାରଥୀ ବାବା ର ଦ୍ୱିତୀୟ ଅବତାର ସାଜିଥିଲା ଭଣ୍ଡ Manas Das,ଦଉଥିଲା ଭାଷଣ ଡାକୁଥିଲେ Manyabara ଝିଅ ମାନକ ସହ ଏହି କାଣ୍ଡ କରୁଥିଲା

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ମିଳିଥିବା ଖବର ଅନୁସାରେ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ ମାନବବାଦୀ ସଙ୍ଘଠନ ଜରିଆରେ ଆତଙ୍କ ଚଳାଇଥିବା ଗୁରୁଜୀ ମାନସ ଦାସ ବାବାଙ୍କ ଭଳି ପ୍ରବୋଚନ ଦେଉଥିଲେ ଠିକ କେନ୍ଦ୍ରାପଡାର ବାବା ସାରଥୀଙ୍କ ଢଙ୍ଗରେ।ଗୁରୁଜୀ ମଞ୍ଚରେ ବସି ଜୀବନ ଦର୍ଶନ ଏବଂ ଆଧ୍ୟାତ୍ମିକ ଜ୍ଞାନ ଚର୍ଚ୍ଚା କରୁଥିଲେ।

ଏବଂ ତଳେ ବସି ଶହ ଶହ ଲୋକ ଏହି ପ୍ରବୋଚନ ଶୁଣୁଥିଲେ।ଲୋକଙ୍କ ମୁଖରେ ଗୁରୁଜୀ ବୋଲାଉଥିବା ମାନସ ଦାସଙ୍କ ସାରଥୀ ଷ୍ଟାଇଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ବଡ଼ କଥା ଏହା ଯେ ବିକାଶଶୀଳ ସମୟରେ ଲୋକଙ୍କ ଫତୁଆ ଜାରି କରିବାକୁ ଏହି ଲୋକ ପଛାଉ ନଥିଲା।ରାଜଧାନୀ ଠାରୁ ୬୦ କିଲୋମିଟର ଦୂରରେ ଚାଲିଥିବା ଏହି ବର୍ବରତାର ମୂଳକୁ ପହଞ୍ଚିବା ବର୍ତ୍ତମାନ ସମୟରେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

ଗୁରୁଜୀଙ୍କ ସାରଥୀ ଷ୍ଟାଇଲ।ପ୍ରବୋଚନ ଦେଇ ଲୋକଙ୍କୁ ଠକୁଥିଲା ଗୁରୁଜୀ।ଠିକ ଯେମିତି ସାରଥୀ ପ୍ରବୋଚନ ଦେଉଥିଲେ ସେହିପରି ତାଙ୍କ ଠାରେ କିଛି ବିଶେଷ ଶକ୍ତି ରହିଛି ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମଇବାକୁ ଚାହୁଁଥିଲେ ଠିକ ସେହି ଭଳି ଫର୍ମୁଲା ଅପଣାଇଥିଲା ଗୁରୁଜୀ ଓରଫ ମାନସ ଦାସ।ଶହ ଶହ ଲୋକଙ୍କୁ ବସାଇ ଦେଉଥିଲା ପ୍ରବୋଚନ।

ସେ ଏହି କଥା ଭଲ ଭାବରେ ଜାଣିଥିଲାଯେ ଲୋକଙ୍କ ଠାରେ ଥରେ ବିଶ୍ୱାସ ସୃଷ୍ଟି ହୋଇଗଲେ ସେ ଆଉ ତାଙ୍କୁ ଅବଜ୍ଞା କରିବେ ନାହିଁ।ତାଙ୍କୁ ଠାକୁର ଭଳି ମାନି ପୂଜା କରିବେ।ଏବଂ ଯିଏ ତାଙ୍କ କଥା ମାନୁ ନଥିଲା ତାହା ଉପରେ ହେଉଥିଲା ଭଞନଙ୍କର ନିର୍ଯ୍ୟାତନା।ବାପ ପୁଅଙ୍କ ମାଡ଼ ଘଟଣା ହେଉ ବା ସତ୍ୟବ୍ରତ ନାୟକଙ୍କୁ ପିଟିପିଟି ମାରିଦେବା ଘଟଣା ହେଉ ଏହି ସବୁ ଘଟଣାରେ ବର୍ତ୍ତମାନ ପରଦା ଖୋଲିଛି

ଏହି ପ୍ରତ୍ୟେକ ଘଟଣାରେ କେଉଁଠି ନା କେଉଁଠି ମାନସ ଦାସର ହାତ ରହିଥିବା ଚିତ୍ର ସ୍ପଷ୍ଟ ହୋଇଛି।ତେବେ ଏହି ଘଟଣା ନ ଥମୁଣୁ ଏବେ ଆଉ ଏକ ଘଟଣା ପରଦାକୁ ଆସିଛି।ରମେଶ ନାୟକ ଏବଂ ତାଙ୍କ ସହିତ ପାଞ୍ଚ ପରିବାର ଏବେ ମାନସ ଦାସଙ୍କ ଆତଙ୍କରେ ଆତଙ୍କିତ ହୋଇ ଗ୍ରାମ ଛାଡି ଏବେ ଅନ୍ୟ ଏକ ଗ୍ରାମରେ ଆଶ୍ରୟ ନେଉଛନ୍ତି।

ନିଜକୁ ମାନବ ବାଦୀ ସଙ୍ଘଠନର ମୁଖ୍ୟ କହୁଥିବା ଏହି ବ୍ୟକ୍ତି କିପରି ଗରିବ ଏବଂ ଅସହାୟ ଲୋକଙ୍କୁ ନିର୍ଯ୍ୟାତନା ଦେଉଥିଲା ତାହାର ଗୋଟିଏ ପରେ ଗୋଟିଏ କାହାଣୀ ସମ୍ନାକୁ ଆସୁଛି।ମାନସ ଦାସ ନିର୍ଯ୍ୟାତନାର ଶିକାର ହୋଇ ଗ୍ରାମ ଛାଡିଛନ୍ତି ଏହି ପରିବାର।ଖୋର୍ଦ୍ଧା ବେଗୁନିଆ ବ୍ଲକ ନିଆମୁହା ଗ୍ରାମରୁ ତଡା ଖାଇଥିଲେ ଏହି ଛଅ ପରିବାର।ମଞ୍ଜୁଲତା ପ୍ରଧାନ ନାମରେ ଜଣେ ମହିଳା କାନ୍ଦି କାନ୍ଦି କହିଛନ୍ତି ତାଙ୍କ ପରିବାର ସହିତ ଘଟିଥିବା ଅକଥନୀୟ ଅତ୍ୟାଚାରର କଥା।

Leave a Reply

Your email address will not be published. Required fields are marked *