ଓଡିଶାରୁ Bihar ଯାଉଥିବା ସେ କାଳରାତ୍ରି ର ଭୟାନକ ଘଟଣା,ଘଟିଗଲା ଏପରି କାଣ୍ଡ ଯେ ଡ୍ରାଇଭର ମଧ୍ୟ ଡ଼ରିକି ହେଇଗଲା ଛାନିଆ,କେବଳ ସାହସୀ ଲୋକ ପଢନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡିଶାରୁ ବିହାର ଯାଉଥିବା ଏକ ରାତ୍ରିର ଭୟଙ୍କର ସତ ଭୁତ ଘଟଣା ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏହି ଘଟଣା ହେଉଛି ୨୦୦୬ ମସିହାର କଥା ଯେତେବେଳେ ମୁଁ ଆମ ଟ୍ରକ ଡ୍ରାଇଭର ପଙ୍କଜ ସହିତ ମିଶି ବିହାରର ଏକ ଘରୋଇ କମ୍ପାନୀରେ ମାଲ ଡେଲିଭରି ଦେବାପାଇଁ ଯାଉଥିଲୁ।ସେତେବେଳେ ରାତ୍ରି ହୋଇଥିଲା।ସେତେବେଳେ ପ୍ରବଳ ଗରମ ହେଉଥିବାରୁ ଡ୍ରାଇଭର ପଙ୍କଜ ବାରମ୍ବାର ଗାମୁଛାରେ ନିଜ ମୁହଁ ପୋଛିବାରେ ଲାଗିଥାଏ।

ସେହି ସମୟରେ ଆମେ ନ୍ୟାସନାଲ ହାଇ ୱେ ଉପରେ ଥିବା ସମୟରେ ହଠାତ ମୋ ଶରୀର ହଠାତ ଥର ଥର ହୋଇଗଲା ଯେପରି ଶୀତ ଋତୁରେ ହୋଇଥାଏ।ଡ୍ରାଇଭର ମଧ୍ୟ ମୋ ଭଳି ଥଣ୍ଡାରେ ଥର ଥର ହେଉଥାଏ।ଅଧିକ ଥଣ୍ଡାପାଇଁ ସେ ଟ୍ରକ ଅଟକାଇଦେଲା।ସେତେବେଳେ ମୋର ନଜର ରୋଡ଼ ସାଇଡରେ ଥିବା ଏକ ଗଛ ଉପରେ ପଡିଲା।ସେହି ଗଛଟି ଆପେ ଆପେ ଦୋହଳିବାରେ ଲାଗୁଥାଏ।କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ତାହା ଆଖ ପାଖରେ ଥିବା ଅନ୍ୟ କୌଣସି ଗଛ ଦୋହଲୁ ନଥାଏ।

ଏବଂ ମୁଁ ପଙ୍କଜ ଆଡ଼କୁ ଦେଖିଲା ବେଳକୁ ସେ ସିଟରେ ନାହିଁ।ମୁଁ ଏହାପରେ ଦୁଇ ତିନି ଥର ଚିଲେଇ କରି ଡାକିବାରେ ଲାଗିଲି।ତାହାର କୌଣସି ପ୍ରତି ଉତ୍ତର ଅସୁନଥାଏ।ଏହାପରେ ମୁଁ ଗାଡିରୁ ଓହ୍ଲାଇ ଦେଖିଲି ସେଠାରେ ମଧ୍ୟ ପଙ୍କଜର କୌଣସି ଚିହ୍ନ ବର୍ଣ୍ଣ ନଥିଲା।ଏହାପରେ ଦେଖିବା ବେଲେ ସେହି ଗଛର ଦୋଳିରେ କେହି ଜଣେ ଝୁଲୁଥିବାର ଦେଖିଲି।ପାଖକୁ ଗଲା ବେଳକୁ ପଙ୍କଜ ଦୋଳି ଖେଳୁଥିଲା।

ତାକୁ ଦେଖି ମୁଁ ଯେତେବେଳେ ପାଖକୁ ଗଲି ସେ ମୋ ଆଡ଼କୁ ଦେଖିଲା ମୁଁ ଜୋରରେ ଚିତ୍କାର କରି ସେଠାରୁ ଦୌଡ଼ିବାରେ ଲାଗିଲି।କାରଣ ପଙ୍କଜର ମୁହଁ ବହୁତ ବିକଟାଳ ଲାଗୁଥାଏ ଏହାପରେ ମୁଁ ଦୌଡ଼ିଯାଇ ଏକ ବସ୍ତିରେ ପହଞ୍ଚିଲି।ସେଠାରେ ଥିବା କିଛି ଲୋକଙ୍କୁ ପାଣି ମାଗିଲି।ପାଣି ପିଇ ସାରିବା ପରେ ମୁଁ ଯେତେବେଳେ ସେମାନଙ୍କୁ ଏହି କଥା କହିଲି ସେମାନେ ମତେ କହିଲେ ପ୍ରକୃତରେ ସେହି ଗଛରେ ଏକ ଅତୃପ୍ତ ଆତ୍ମା ବାସ କରୁଛି

ଯାହାକୁ ସେହି ଦୁଷ୍ଟ ଆତ୍ମା ଦେଖିବାକୁ ମିଳିଯାଇଥାଏ ତାହାର ମୃତ୍ୟୁ ସୁନିଶ୍ଚିତ।ଏବଂ ତୁମ ଡ୍ରାଇଭର ମଧ୍ୟ ସେହି ଆତ୍ମାକୁ ଦୋଳିରେ ଖେଳୁଥିବାର ଦେଖିଦେଇଥିବ ଯାହା ଫଳରେ ସେ ଆଉ ପୁନର୍ବାର ଫେରି ପାରିବ ନାହିଁ।କିନ୍ତୁ ତୁମର ଭାଗ୍ୟ ଭଲ ଥିଲା ଯେ ତୁମେ କିପରି ସେହି ଜାଗାରୁ ଖସି ଆସି ପାରିଲ।କାରଣ ଆଗରୁ ଏପରି ସେହି ସ୍ଥାନରେ ଅନେକ ଜୀବନ ଗଲାଣି।ତାହା ପରଦିନ ସକାଳୁ ମୁଁ ସେହି ସ୍ଥାନରୁ ଟ୍ରକ ନେଇ ଘରକୁ ଆସିଲି।

ତେବେ ଆମେ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ଏହାକୁ କାଳ୍ପନିକ ଢଙ୍ଗ ରେ ନିୟନ୍ତୁ କୌଣସି ପ୍ରକାର ସତ୍ୟତା ବିଶ୍ୱାସ କରନ୍ତୁ ନାହିଁ,ଆମେ କୌଣସି ପ୍ରକାର ଭୁତ ରେ ବିଶ୍ୱାସ କରୁ ନାହୁଁ

Leave a Reply

Your email address will not be published. Required fields are marked *