ବର୍ତମାନ ଆସିଲା ସବୁଠୁ ବଡ ଦୁଃଖ ଖବର,ଏବେ ଏବେ Abhishek Mohapatra ଙ୍କ ହେଲା ଦେହାନ୍ତ,ଅନେକ ଦିନ ହେଲା ECMO ଟ୍ରିଟମେଣ୍ଟ ରେ ଥିଲେ,ଓଡ଼ିଶାରେ ଶୋକର ଲହରୀ

Spread the love

ଅଭିଷେକ ମହାପାତ୍ର ଏହି ନାମଟି କିଛି ଦିନ ଭିତରେ ଓଡ଼ିଶାର ପ୍ରାୟ ଲୋକ ଜାଣିବାକୁ ପାଇଥିଲେ,କରୋନା କାଳରେ ଅନେକ ଲୋକ ନିଜ ଜୀବନ ହରିଚନ୍ତି ତେବେ ସେହି ସମୟ ରେ ଏପରି ଏକ ରୋଗ ଆସିଲା ଯାହା କେହି ହୁଏତ ଓଡ଼ିଶାରେ ଆଗରୁ ଜାଣି ନଥିଲେ,ତେବେ ଏହା ଥିଲା ECMO ଟ୍ରିଟମେଣ୍ଟ,ଆଜ୍ଞା ହଁ ଏହି ନୂଆ ରୋଗରେ ପଡ଼ିଥିଲେ ଅଭିଷେକ ମହାପାତ୍ର ଓ ତାଙ୍କୁ ଭଲ କରିବା ପାଇଁ କୋଟି କୋଟି ତାଙ୍କର ଆବଶ୍ୟକ ଥିଲା

ତେବେ ଏହି ସମୟରେ ଓଡ଼ିଶାର ଲୋକ ତାଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦେଇଥିଲେ,ତାଙ୍କ ବାହାଘର ର ମାତ୍ର ଗୋଟିଏ ମାସ ଭିତରେ ତାଙ୍କୁ ଏହି କରୋନା ର କରାଳ ରୂପରେ ଗ୍ରାସ କରିଥିଲା ଓ ସେ ଜୀବନ ସହ ସଂଘର୍ଷ କରି ଚାଲିଥିଲେ ଓ ବଂଚିବା ପାଇଁ ତାଙ୍କ ପରିବାର ଓଡିଶା ଲୋକ ଙ୍କ ସାହାଯ୍ୟ ମାଗିଥିଲେ

ତେବେ ଧୀରେ ଧୀରେ ଦେଖୁ ଦେଖୁ ସୋସିଆଲ ମିଡ଼ିଆ ରୁ ଆରମ୍ଭ କରି ଟିଭି ଯାଏ ସବୁଠି ଚର୍ଚା ହେଇଥିଲା ଗୋଟିଏ ନାମ ଆଉ ସେ ହେଲେ ଅଭିଷେକ ମହାପାତ୍ର,ତେବେ ଓଡ଼ିଶାର ଲୋକ ନିଜ ନିଜ ସମ୍ଭାଳ ହିସାବ ରେ ତାଙ୍କୁ ସାହାଯ୍ୟ କରିଥିଲେ ଯାହା କି ହଜାର ନୁହଁ ଲକ୍ଷ ନୁହଁ ମିସେଇବା ପରେ ହେଇଥିଲା ଗୋଟେ କୋଟି ଉପରେ ଟଙ୍କା

ଓଡ଼ିଶାର ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳର ୨୮ ବର୍ଷିୟ ଅଭିଷେକ ମହାପାତ୍ରଙ୍କ ପରିବାର ସଦସ୍ୟଙ୍କୁ କରୋନା ରୋଗରେ ଆକ୍ରାନ୍ତ ହୋଇଥିଲେ।ତେବେ ସୂଚନା ଅନୁସାରେ ସେ ଓମାନର ଏକ ନିର୍ମାଣକାରୀ କମ୍ପାନୀରେ କାମ କରୁଥିବା ଅଭିଷେକ ବିବାହ ପାଇଁ ଓଡିଶା ଆସିଥିଲେ।ସେ ତାଙ୍କ ପିତାମାତାଙ୍କ ଏକମାତ୍ର ସନ୍ତାନ ଅଟନ୍ତି ତେବେ ତାଙ୍କ ଦେହ ଖରାପ ହୋଇ ତାଙ୍କୁ ମେ 18 ରେ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ମେ ୨୦ ରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର COVID ସଂକ୍ରମଣ ମଧ୍ୟ ନିମୋନିଆର କାରଣ ହୋଇଛି ବୋଲି ପରିବାର ସୂତ୍ରରୁ ପ୍ରକାଶ।

ତେବେ ବର୍ତମାନ ସମୟରେ ଆସିଛି ସବୁଠୁ ବଡ ଦୁଃଖର ଖବର,ସାରା ଓଡିଶା ଲୋକ ପ୍ରାଥନା କରୁଥିବା ଅଭିଷେକ ଆଉ ଏ ଦୁନିଆ ରେ ନାହାନ୍ତି,ସେ ସବୁଦିନ ପାଇଁ ଦୁନିଆ ରୁ ବିଦାୟ ନେଇଛନ୍ତି ତେବେ ତାଙ୍କ ଚିକିସ୍ୟ ପାଇଁ ସେ କଲିକତା ମେଡିକାଲ ରେ ଥିବା ବେଳେ ତାଙ୍କର ମୃତ୍ୟୁ ହେଇଚି

ତେବେ ପରିବାର ଲୋକଙ୍କ ସୂଚନା ହିସାବରେ ସେ କଲି ରାତି ପ୍ରାୟ ୧ ବେଳେ ଦୁନିଆ ରୁ ବିଆଦାୟ ନେଇଥିଲେ,ତେବେ ଏଥିରେ ତାଙ୍କ ପରିବାର ସହ ଓଡ଼ିଶାର ଅନେକ ଲୋକ ନିଜର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି,ଏକମାତ୍ର ଅଲିଅଳି ପୁଅ ଆଜି ବାପା ମା ଙ୍କୁ ଏକ କରି ଚାଲି ଯାଇଛି ଯାହା କି ତାଙ୍କ ପରିବାର କୁ ସବୁଠୁ ବଡ ସଦମା ଲାଗିଛି

ବାହାଘର ମାତ୍ର କିଛି ଦିନ ହେଲା ହେଇଥିଲା ହେଲେ ଏପରି ଘଟିଗଲା ଯେ ନୂଆ ହେଇ ଆସିଥିବା ବୋହୁ ଟି ଏବେ କଣ କରିବା କାହା ସହର ରେ ବାଟ ଚାଲିବ,ବେଳେ ବେଳେ ଲାଗେ ଭଗବାନ ତମେ ଏତେ ନିଷ୍ଠୁର କେମିତି ହେଇପାର,ସାରା ଓଡ଼ିଶାର ଲୋକଙ୍କ ପ୍ରାଥନା ଆଜି ବୃଥା ହେଲା କହିଲେ ଭୁଲ ହେବ ନାହିଁ

ତେବେ ଓଡିଶା ଲୋକ କେବଳ ଧନ ସାହାଯ୍ୟ କରିଥିଲେ ତାହା ନୁହଁ ତାଙ୍କର କୋଟି କୋଟି ପ୍ରାଥନା ଓ ନିଜ ପରିବାର ଭଳି ସେ ଅଭିଷେକ ଙ୍କୁ ଦେଖିଥିଲେ ଓ ସମସ୍ତେ ନିଜ ନିଜ ପୁଅ ଭାଇ ବନ୍ଧୁ ଭାବି ସାହାଯ୍ୟ କରିଥିଲେ ହେଲେ ସବୁ ଆଜି ପାଣି ଫୋଟକା ପରି ମିଳଇ ଗଲା |ତେବେ ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦିୟନ୍ତୁ ଏହା ପ୍ରାଥନା କରୁଚୁ

Leave a Reply

Your email address will not be published. Required fields are marked *