କଟକରୁ Jajpur ରୋଡ଼ ମଧ୍ୟ ରାସ୍ତାରେ ଅଜଣା ଲୋକ ମାଗିଲା Lift,ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ସାହସୀ ସୀମା ଟପିଯିବ,କମଜୋର ଲୋକ ଦୁରେଇ ରହିବା ଭଲ

Spread the love

ଏହି କାହାଣୀ ଅଟେ ଯାହା ରୋହିତ ଭାଇଙ୍କ ସହ ଘଟିଥିଲା ତେବେ ଆସନ୍ତୁ ଜାଣିବା ରୋହିତ ଭାଇ କଣ କହିଛନ୍ତି,”ଏହା ତିନି ବର୍ଷ ତଳର କଥା।ମୋର ବାପା କଟକରୁ ଘରକୁ ଫେରୁଥିଲେ।ବସ ଚଳାଇ ଆସିବା ବେଳେ ବାଟରେ ଏକ ସ୍ଥାନରେ ଗାଡି ଅଟକାଇ ସେ ପରିଶ୍ରା କରିବାକୁ ଗଲେ।ଫେରି ଦେଖିଲା ବେଳେକୁ ବସ ଭିତରେ ଜଣେ ମହିଳା କଳା ପୋଷାକ ପିନ୍ଧି ବସିଥିଲେ।ମୋର ବାପା ଯେବେ ସେହି ମହିଳା ଯେବେ ପ୍ରଥମେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହା ପରେ ମୋର ବାପା ସେହି ମହିଳାଙ୍କୁ ଯାଇ ପଚାରିଲେ ଆପଣ ଭୁଲ ବସରେ ଚଢିଯାଇଛନ୍ତି କାରଣ ଏହି ବସ ମଝିରେ କୌଣସି ଜାଗାରେ ଅଟକିବ ନାହିଁ ତେଣୁ ଆପଣ ଓହ୍ଲାଇ ଯାଆନ୍ତୁ।କିଛି ସମୟ ଚୁପ ରହିବା ପରେ ମହିଳା ଜଣଙ୍କ କହିଥିଲା ଭାଇ ମତେ କିଛି ଦୂର ଯିବାକୁ ଅଛି ଓ ଏହି ସମୟରେ ମତେ ଅନ୍ୟ କୌଣସି ଗାଡି ମିଳିବ ନାହିଁ।

ରାତି ସେତେବେଳେ ବହୁତ ହୋଇଥିଲା ବାପା ଘଣ୍ଟା ଦେଖିବାବେଳକୁ ରାତି ୨ ଟା ହୋଇଥିଲା।ଏହା ପରେ ବାପା ସେହି ମହିଳାଙ୍କୁ କହିଥିଲେ ଠିକ ଅଛି ମତେ କହିବ କେଉଁଠି ଓହ୍ଲାଇଭ ମୁଁ ବସ ରଖିଦେବୀ।ଏହା ପରେ ବାପା ବସ ଚଳାଇବା ଆରମ୍ଭ କରିଦେଲେ ସେ ୧୫ ମିନିଟ ବସ ଚଳାଇ ସାରିଥିଲେ ବସ ମଧ୍ୟ ବହୁତ ଜୋରେ ଯାଉଥିଲା କିନ୍ତୁ ସେବେ ପର୍ଯ୍ୟନ୍ତ ମହିଳା ଜଣଙ୍କ କେଉଁଠି ଓହ୍ଲାଇବେ ବାପାଙ୍କୁ କହିନଥିଲେ।

ମୋର ବାପାଙ୍କୁ ଲାଗିଲା ମହିଳା ଜଣଙ୍କ ବସରେ ସୋଇପଡିନାହାନ୍ତି ତ ସେ ମହିଳାଙ୍କୁ କହିଲେ ଆପଣ କେଉଁଠି ଓହ୍ଲାଇବେ ଆମେ ବହୁତ ବାଟ ଚାଲିଆସିଲୁଣି।ଯେବେ ଶୁଣିକି ମଧ୍ୟ ସେହି ମହିଳା କୌଣସି ଉତ୍ତର ନଦେଲା ବାପା ପଛକୁ ବୋଲି ଦେଖିଲେ ସେହି ମହିଳା ସୋଇପଡିନାହାନ୍ତି ତ କାଳେ।ଯେବେ ବାପା ପଛକୁ ବୁଲି ଦେଖିଲେ ସେହି ମହିଳା ଆଉ ବସରେ ନଥିଲା ଏହା ପରେ ବାପାଙ୍କ ମନରେ ବହୁତ ପ୍ରଶ୍ନ ଉଠିଲା।

ଏହା ପରେ ବାପା ବହୁତ ଜୋରେ ଡରିଯାଇଥିଲେ ଯେଉଁଠି ପାଇଁ ତାଙ୍କ ହାତ ଥରିବାକୁ ଲାଗିଲା।ମାତ୍ର କିଛି ହିଁ ସମୟ ହୋଇଥିଲା ପଛରୁ ଏକ ଶବ୍ଦ ଶୁଙ୍ଘିଲା କି ବସ ଏହିଠାରେ ରଖିଦିଅ।ଏହା ଶୁଣିବା ପରେ ବାପା ବସ ରଖିବା ପରିବର୍ତେ ସେ ବସକୁ ଜୋରେ ଚଳାଇଲେ ତାଙ୍କୁ ସେତେବେଳେ ଲାଗିଲା ତାଙ୍କ ପଛରେ ଯେମିତି କେହି ଠିଆ ହୋଇଛି।ଏହା ପରେ ବାପାଙ୍କ ଧ୍ୟାନ ଯେବେ ତାଙ୍କ କାନ୍ଧକୁ ଗଲା ସେ ଦେଖିଲେ ଉପରୁ କିଛି ପାଣି ଭଳି ଜିନିଷ ବାପାଙ୍କ କାନ୍ଧରେ ପଡୁଛି।

ଯେବେ ବାପା ଉପରକୁ ଦେଖିଲେ ସେ ଦେଖିଲେ ଏକ ଭୟଙ୍କର ଚେହେରାରୁ କିଛି ତରଳିଆ ଜିନିଷ ତାଙ୍କ ଉପରକୁ ପଡୁଛି।ଏହା ପରେ ବାପା ଡରିଯାଇ ଏକ କାନ୍ଥରେ ବସ ପିଟିଦେଲେ ଯାହା ଦ୍ୱାରା ବାପାଙ୍କୁ ଜୋରେ ଆଘତ ଲାଗିଥିଲା।ଯେବେ ବାପାଙ୍କ ଆଖି ଖୋଲିଲା ସେ ମେଡିକାଲରେ ଥିଲା ଓ ବାପା ସବୁ କଥା କହିଲେ କାରଣ ସେହି ମହିଳା ଜଣେ ଡାହାଣୀ ଥିଲା|ତେବେ ଆପଣଙ୍କ ଜାଣିବା ପାଇଁ କହିରଖୁ ଏହା ସମ୍ପୂର୍ଣ ଗଳ୍ପ ଆକାର ରେ ଗ୍ରହଣ କରନ୍ତୁ ଆମେ କୌଣସି ଏ ପ୍ରକାର ଅନ୍ଧ ବିଶ୍ୱାସ ରେ ବିଶ୍ୱାସ ରଖୁ ନାହୁଁ

Leave a Reply

Your email address will not be published. Required fields are marked *