Bidyabharati ଏବେ କେଉଁଠି,ଅଛନ୍ତି ଜେଲ ରେ ନାଁ ବେଲ ରେ ଅଛନ୍ତି,କୁଆଡେ ଗଲା ସୋମ୍ୟ ଙ୍କ ମୃତ୍ୟୁ ମାମଲା..ଦେଖନ୍ତୁ Video

Spread the love

ବିଦ୍ୟା ଭାରତୀ ଏବେ କେଉଁଠି।ତାଙ୍କ ଘରେ ନା ପୋଲିସ ଦ୍ବାରା ଗିରଫ ହୋଇ ସେ ଅଛନ୍ତି ଜେଲରେ।କାହିଁକି ଲୋକେ ଭୁଲି ଗଲେଣି ବିଦ୍ୟା ଭାରତୀଙ୍କୁ।ଆମ ଓଡ଼ିଶାର ପ୍ରକୃତି ହେଲା ଯଥା ଶୀଘ୍ର ସବୁ କଥାକୁ ଭୁଲି ଯିବା।ମମିତା ମେହେରଙ୍କୁ ଆମେ ପ୍ରାୟତ ଭୁଲି ସାରିବାଣୀ।ତାଙ୍କ ହତ୍ୟା ପଛରେ କି ସାଙ୍ଘାତିକ ଷଡ଼ଯନ୍ତ୍ର ଥିଲା ଭୁଲି ଯିବେଣୀ।ସେ ବିଷୟରେ ଆଉ କେହି ଆଲୋଚନା କରୁ ନାହାନ୍ତି।

ବିରୋଧୀ ଦଳ ତ ଆଲୋଚନା କରି ନାହାନ୍ତି ଆମେ କଣ ଆଲୋଚନା କରିବା।ଦିବ୍ୟ ଶଙ୍କର ଏବେ ଘାଇଁ ଘାଇଁ ବୁଲୁଛନ୍ତି।ଆଜି ଯାହା ଚର୍ଚ୍ଚା ହେଉଛି ତପସ୍ୱିନୀ ବେଡ ରୁମରେ ରହିବେ ନା ଉପର ଘରେ ରହିବେ ନା ସେହି ବାରଣ୍ଡାରେ ରହିବେ।ୟାକୁ ନେଇ ଚର୍ଚ୍ଚା।ସୁମିତ ହାଇ କୋର୍ଟ କେବେ ଯିବେ।ତାଙ୍କ ବାପା କଣ କହିଛନ୍ତି।

ତାଙ୍କ ବାପା କାହିଁକି ବୋହୂଙ୍କୁ ଗ୍ରହଣ କରୁ ନାହାନ୍ତି।ଏ ପ୍ରକାରର ଚର୍ଚ୍ଚା ମଧ୍ୟ ରାଜନୈତିକ ନେତା ମାନେ କରୁଛନ୍ତି।ହୁଏ ତ ଆଉ ଦୁଇ ଚାରି ଦିନ ପରେ ଲୋକ ବି ଭୁଲିଯିବେ ତପସ୍ୱିନୀଙ୍କୁ। ଠିକ ଯେମିତି ମୁଁ ଏବେ ଆପଣଙ୍କୁ ପଚାରିବି ବିଦ୍ୟା ଭାରତୀ ଏବେ କେଉଁଠି।ଆପଣ ବିଦ୍ୟା ଭାରତୀ କିଏ ବୋଲି ଏବେ ଭାବି ହେଉଥିବେ।

ବିଦ୍ୟା ଭାରତୀ କେମିତି ପହଞ୍ଚିଲେ ଯେତେବେଳେ ଜଳୁଥିଲେ ସୌମ୍ୟ ରଞ୍ଜନ।ସେତେବେଳେ କେମିତି ଜିଲ୍ଲାପାଳ ଏବଂ ଡିଏଫଓ ସେଠି ପହଞ୍ଚିଲେ।ତାକୁ ନେଇ ମଧ୍ୟ ବିବାଦ ଉଠିଲା।ଅନ୍ୟ ଜଣେ କହିଲେ ରାତିରେ ଏମିତି ଏମିତି ଯାଆନ୍ତି ଡିଏଫଓ।ତାହା ମଧ୍ୟ ଚର୍ଚ୍ଚା ସୃଷ୍ଟି କଲା।ଆଲୋଡନ ସୃଷ୍ଟି ହେଲା କି ଯେ ଏହା ଏକ ସୁନିୟୋଜିତ କାଣ୍ଡ।

ଡିଏଫଓ ଓ ପତ୍ନୀ ବିଦ୍ୟା ଭାରତୀ ମିଶି କରି ସୌମ୍ୟ ରଞ୍ଜନଙ୍କୁ ମାରି ଦେଲେ।ବହୁତ କଥା ଉଠିଲା।ତାଙ୍କୁ କାହିଁକି ବ୍ରହ୍ମପୁର ନେବା ପରିବର୍ତ୍ତେ କଟକ ନିଆଗଲା।୩୦୨ ହେଲା ହତ୍ୟା।୩୦୪ ହେଲା ଯେ ଗୋଟିଏ ଦୁର୍ଘଟଣା ଘଟିବା ସମୟରେ ଚୁପ ଚାପ ତାକୁ ହେବାକୁ ଦିଆଯିବା। ଚାହିଁଥିଲେ ସେ ବଞ୍ଚାଇ ପାରି ଥାନ୍ତେ।ସେ ଜାଣି କରି ବଞ୍ଚାଇ ନାହାନ୍ତି।

ଏମିତି ଯାବତୀୟ କଥା ଲେଖିଥିଲେ ବିଦ୍ୟା ଭାରତୀ ତାଙ୍କ ଡାଏରୀରେ।କିନ୍ତୁ ତାଙ୍କୁ କାହିଁକି ଗିରଫ କରାଗଲା ନାହିଁ।ଯଦି ଗିରଫ କରାଯାଇଛି କେବେ ଗିରଫ କରାଯାଇଛି।ଯଦି ତାଙ୍କ ନାମରେ ଦଫା ଲାଗିଲା ତେବେ ମାମଲାଟା କଣ ହେଲା।ସେ ଜାମିନରେ ଗଲେ କି ନାହିଁ।କାହିଁକି ତାଙ୍କୁ ଗିରଫ କରାଗଲା ନାହିଁ। ଏ ପ୍ରଶ୍ନ ଆମକୁ ଆଲୋଡ଼ିତ କରୁଛି।

ଏହି ମାମଲାଟି ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଉଠିଲା ପଡ଼ିଲା।କିନ୍ତୁ ଏହି ଦୁଇ ତିନି ମାସରେ ଆଉ କେନି ଜାଣି ନାହାନ୍ତି ଯେ ସୌମ୍ୟ ରଞ୍ଜନଙ୍କ ଯେଉଁ ମୃତ୍ୟୁ ଘଟଣାରେ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କ ଯେଉଁ ଜଘନ୍ୟ ଭୂମିକା ଥିଲା।ସେହି ବିରୁଦ୍ଧରେ ମାମଲା ରୁଜୁ ହେବ ବୋଲି କ୍ରାଇମ ବ୍ରାଞ୍ଚ କହିବା ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Leave a Reply

Your email address will not be published. Required fields are marked *