ଆଧାର କାର୍ଡ ଥିଲେ ମିଳିବ ୪ ବଡ଼ ଯୋଜନା – ଯଦି ଆପଣଙ୍କର ଅଛି ଆଧାର କାର୍ଡ ତେବେ ନିଶ୍ଚୟ ପଢନ୍ତୁ କିପରି ସୁବିଧା ଗୁଡିକ ଲାଭ ପାଇବେ

Spread the love

ତେବେ ଆଧାର କାର୍ଡ ହେଉଛି ସମସ୍ତଙ୍କର ଏକ ପରିଚୟ ପ୍ରମାଣ ପତ୍ର ଯାହା ହେଉଛି ଭାରତର ପ୍ରତ୍ୟେକ ନାଗରିକ ପାଇଁ ବାଧ୍ୟତାମୂଳକ।ତେବେ ଏହା ସହିତ ସେମାନେ ଏହାକୁ ବ୍ୟବହାର କରି ଅନେକ ପ୍ରକାରର ସୁବିଧା ସୁଯୋଗ ଉପଭୋଗ କରିପାରିବେ।ସରକାରଙ୍କର ଏହି ପ୍ରମାଣ ପତ୍ର ହେଉଛି ଭାରତର ପ୍ରତ୍ୟେକ ନାଗରିକଙ୍କ ଏକ ପରିଚୟ ପତ୍ର।ଯାହା ମାଧ୍ୟମରେ ସରକାରଙ୍କ ଦ୍ଵାରା ହେଉଥିବା ଅନେକ ଯୋଜନାର ଉପଭୋଗ ସାଧାରଣ ଜନତା ମାନେ କରି ପାରିବେ।ତେବେ ଏହାକୁ ବ୍ୟବହାର କରି ଆପଣମାନେ କେଉଁ କେଉଁ ଯୋଜନାରେ ଆବେଦନ କରି ପାରିବେ ଆମେ ଏହା ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।

୧:- ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା:- ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଏକ ଘର ଯୋଗାଇ ଦେଉଛନ୍ତି।ଯାହା ମାଧ୍ୟମରେ ଗରିବ ଶ୍ରେଣୀର ଲୋକମାନେ ଖଣ୍ଡେ ପକ୍କା ଘର ପାଇ ପାରିବେ।

ତେବେ ସରକାରଙ୍କର ଏହି ଯୋଜନା ଦ୍ୱାରା ଯେଉଁ ଗରିବ ଲୋକମାନେ ବନ୍ୟା ଓ ବାତ୍ୟା ସମୟରେ ନିଜର କଚ୍ଚା ଘର ରହି ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ଏକ ପକ୍କା ଘର ପାଇ ପାରିବେ।ଫଳରେ ସେମାନେ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷା ଦେଇପାରିବେ।ଏହାକୁ ଆବେଦନ କରିବା ପାଇଁ ଆଧାର କାର୍ଡ ନିହାତି ଭାବରେ ଆବଶ୍ୟକ।

୨:- ମୁଦ୍ରା ଯୋଜନା :- ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ଲୋକ ମାନଙ୍କୁ ସେମାନଙ୍କର ଜୀବନରେ କୌଣସି ଆବଶ୍ୟକ ପୂରଣ କରିବା ପାଇଁ ଅଥବା ସେମାନଙ୍କୁ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାର ଅଳ୍ପ ସୁଧ ହାରରେ ଋଣ ପ୍ରଦାନ କରିଥାନ୍ତି।ତେବେ ଏହି ଯୋଜନାରେ ବର୍ତ୍ତମାନ ଦେଶର ପ୍ରାୟ ୧୩ କୋଟି ଲୋକ ପ୍ରତ୍ୟେକ ୫୦ ହଜାରରୁ ୧୦ ଲକ୍ଷ ଟଙ୍କାର ଋଣ ନେଇ ଅନେକ ମାତ୍ରାରେ ଉପକୃତ ହୋଇ ପାରିଛନ୍ତି।ଏହି ଯୋଜନାରେ ଅଂଶ ଗ୍ରହଣ କରିବା ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ।

୩:- ପ୍ରଧାନ ମନ୍ତ୍ରୀ ଶୌଚାଳୟ ଯୋଜନା:- କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତ ସମସ୍ତ ବର୍ଗର ଲୋକ ମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି।ସରକାରଙ୍କର ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ଲୋକମାନଙ୍କୁ ସରକାର କିଛି ଅର୍ଥ ନିଜର ଶୌଚାଳୟ କରିବା ପାଇଁ ଯୋଗାଇ ଦେଉଛନ୍ତି।ଫଳରେ ଜଣ ସାଧାରଣ ଖୋଲରେ ଶୌଚ କରିବାରୁ ନିବୃତ ହେବେ ଓ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବେ।ଏହି ଯୋଜନାରେ ଅଂଶ ଗ୍ରହଣ କରିବା ପାଇଁ ଆଧାର କାର୍ଡ ନିହାତି ଭାବରେ ଆବଶ୍ୟକ।

୪:- ପ୍ରଧାନ ମନ୍ତ୍ରୀ ମାନ୍ଧନ ଯୋଜନା:- ଏହି ଯୋଜନା ମାଧ୍ୟମରେ ଆପଣଙ୍କୁ ମାସିକ ୬-୭ ହଜାର ଟଙ୍କା ମିଳି ପାରିବ।ଯଦି ଆପଣ କିଛି କରିବାକୁ ଚାହୁଁଛନ୍ତି ଯେପରିକି ବ୍ୟବସାୟ ତେବେ ଏହି ଯୋଜନା ମାଧ୍ୟମରେ ଆପଣ ଅନେକ ମାତ୍ରାରେ ଉପକୃତ ହୋଇ ପାରିବେ।

ଏହା ସହିତ ଆପଣ ନିଜର ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ସାହାଯ୍ୟରେ ଏହାକୁ ଆବେଦନ କରି ପାରିବେ।ତେବେ ଆପଣ ଯଦି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ହୁଅନ୍ତି ତେବେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ।

Leave a Reply

Your email address will not be published. Required fields are marked *