ଶ୍ରାବଣ ମାସରେ ଏହି ୮ଟି ଭୁଲ କଲେ ପଡ଼ିବ ମହାଦେବଙ୍କ କୋପ – ଶ୍ରାବଣ ମାସ ଆଗରୁ ଏହି କଥା ଗୁଡିକ ନିଶ୍ଚୟ ଜାଣିରଖନ୍ତୁ

Spread the love

ବନ୍ଧୁମାନେ ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଧର୍ମର ମାସ ବୋଲି ମାନନ୍ତି।ତେବେ କାର୍ତ୍ତିକ ମାସ ଭଳି ଏହି ମାସଟି ମଧ୍ୟ ବଡ଼ ଧାର୍ମିକ ମାସ ଭାବରେ ଗଣାଯାଏ।ତେବେ ଏହି ମାସଟି ଶିବ ଭକ୍ତମାନଙ୍କର ମାସ ଅଟେ।କୁହାଯାଏ କି ମାସରେ ଯିଏ ଶିବଙ୍କର ପୂଜାର୍ଚ୍ଚନା କରିଥାଏ କିମ୍ବା ଜଳାଭିଷେକ କରିଥାଏ, ସେ ସମସ୍ତ ପ୍ରକାର ଦୋଷରୁ ମୁକ୍ତ ହେଇଥାନ୍ତି ଓ ଶିବଙ୍କର ଅପାର କୃପା ଲାଭ କରିଥାନ୍ତି।ଏହା ସହ ତାଙ୍କୁ ସବୁ ପ୍ରକାରର ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ।ତେବେ ଏହି କାରଣରୁ ଶ୍ରାବଣ ମାସରେ ସବୁ ଶିବ ମନ୍ଦିରରେ ବହୁତ ଭିଡ଼ ମଧ୍ୟ ଲାଗିଥାଏ।ତେବେ ଏହି ମାସଟି ଭକ୍ତିର ମାସ ହେଇଥିବା ବେଳେ ଏହି ମାସରେ କିଛି କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଛି।ତେବେ ଯେଉଁମାନେ ଏ କଥାଟି ନ ମାନି ସେହି କାର୍ଯ୍ୟ କରିଥାନ୍ତି ଶିବଙ୍କ କୋପ ତାଙ୍କ ଉପରେ ପଡିଥାଏ।ଏହା ଦ୍ଵାରା ତାଙ୍କର ଦୁଃଖ ଦୁର୍ଦ୍ଦଶାର ଦିନ ଆରମ୍ଭ ହେଇଯାଏ।ତେବେ ଏଠାରେ ଚାଲନ୍ତୁ ଜାଣିବା କଣ ସେଇ ୮ଟି କାରଣ ଯାହା କରିବା ଦ୍ଵାରା ଶିବ ଭଗବାନ ରାଗି ଯାଇଥାନ୍ତି।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

୧) ଆମିଷ ଭୋଜନ- ଶ୍ରାବଣ ମାସଟି ଧର୍ମର ମାସ ହେଇଥିବା ବେଳେ ଏହି ମାସରେ ଆମିଷ ଭୋଜନ କରିଥିଲେ ମହାଦେବ ଅସନ୍ତୁଷ୍ଟ ହେଇଥାନ୍ତି।

୨) ପିଆଜ ଓ ରସୁଣ ଯୁକ୍ତ ଖାଦ୍ୟ- ତେବେ କିଛି ଲୋକ ଆମିଷ ନ ଖାଇ ଭାବୁଥାନ୍ତି ସେମାନେ ଗୋଟେ ବହୁତ ବଡ଼ ପୁଣ୍ୟ କାମ କରିଦେଇଛନ୍ତି, କିନ୍ତୁ ପିଆଜ ଓ ରସୁଣ ଖାଇବା ଦ୍ବାରା ମଧ୍ୟ ମହାଦେବ ଅସନ୍ତୁଷ୍ଟ ହେଇଥାନ୍ତି।

୩) ଖିଅର ହେବା- ଏହି ଶ୍ରାବଣ ମାସରେ ଖିଅର ହେବା ଯେମିତି କି ଚୁଟି, ଦାଢ଼ି କିମ୍ବା ନଖ କାଟିବା ଦ୍ଵାରା ବହୁତ ଅନିଷ୍ଠ ହେଇଥାଏ।

୪) ତେଲ ଲଗାଇବା- ଶ୍ରାବଣ ମାସ ଏକ ଅତି ପବିତ୍ର ମାସ ଅଟେ।ତେବେ ଏହି ମାସରେ ଶରୀରରେ ତେଲ ଲଗାଇବା ବାରଣ ରହିଛି।ତେବେ ଏହା କରିବା ଦ୍ୱାରା ସେମାନେ ଶିବଙ୍କ କୃପାରୁ ବଞ୍ଚିତ ହେଇଥାନ୍ତି।

୫) ଦିନରେ ଶୋଇବା- ତେବେ ଏହି ମାସଟି ଧର୍ମର ମାସ ହେଇଥିବାରୁ ଏହି ମାସଟିରେ ସକାଳୁ ଜଲଦି ଉଠି ଶିବଙ୍କର ସେବା କରିବାକୁ କୁହାଯାଏ।ତେବେ ଯେଉଁ ଲୋକ ସକାଳୁ ଅଧିକ ସମୟ ଶୋଇ ରହେ କିମ୍ବା ଦିନ ସମୟରେ ଶୋଇ ରହେ ତାର ଅନିଷ୍ଠ ହେଇଥାଏ।

୬) ବିବାହ କରିବା – ଏହି ମାସରେ ବିବାହ କରିବା ଦ୍ୱାରା ବହୁତ ଅମଙ୍ଗଳ ହେଇଥାଏ।ତେବେ ଯଦି ଏହି ମାସରେ ପତି ପତ୍ନୀ ଶାରୀରିକ ସମ୍ପର୍କ ରଖନ୍ତି ତେବେ ବି ମଧ୍ୟ ଅମଙ୍ଗଳ ହେଇଥାଏ।

୭) କ୍ଷୀର ପିଇବା- ତେବେ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କ୍ଷୀରରେ ଅଭିଷେକ କରା ଯାଇଥାଏ।ତେବେ ଏହି ମାସରେ କ୍ଷୀର କିମ୍ବା ସେଥିରେ ତିଆରି ଖାଦ୍ୟ ଖାଇବା ଦ୍ବାରା ଏହା ଭଗବାନ ଶିବଙ୍କର ଅପମାନ ହେଇଥାଏ।ତେଣୁ ଏହି କାରଣରୁ କ୍ଷୀର ପିଇବାକୁ ଶ୍ରାବଣ ମାସରେ ବାରଣ କରାଯାଇଛି।

୮) ବାଇଗଣ ଖାଇବା- ତେବେ ଯଦିଓ ଏହାର କାରଣ କେଉଁଠି ଉଲ୍ଲେଖ ନାହିଁ ତେବେ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *