ଅଗାଧୁଆରେ ଫୁଲ ତୋଳିବା ଠିକ ନା ଭୁଲ? ନିଶ୍ଚୟ ଜାଣନ୍ତୁ Puja ପାଇଁ ଫୁଲ ତୋଳିବାର ନିୟମ ଗୁଡିକ ବିଷୟରେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ଆଜି ଆମେ ଜାଣିବା ଆପଣ ଅଗାଧୁଆ ହୋଇ ଫୁଲ ତୋଳିବା ଠିକ ନା ଭୁଲ?ଏବଂ ଏହା ସହିତ ଯଦି ଆପଣ ପୂଜା ପାଇଁ ଫୁଲ ତୋଳିଥାନ୍ତି ତେବେ ତାହାର ବିଶେଷ ନିୟମ କଣ?ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଆପଣମାନେ ପ୍ରକୃତିର ବିଶେଷ ରୂପ ତ ନିଶ୍ଚିତ ଭାବରେ ଜାଣିଥିବେ।ସେଠି ମଧ୍ୟରୁ ସବୁଠାରୁ ସୁନ୍ଦର ବସ୍ତୁ ହେଉଛି ଫୁଲ।ଫୁଲ ଲୋକମାନଙ୍କ ଅତି ପ୍ରିୟର ଜିନିଷ ହୋଇଥାଏ।ଏହା ଭଗବାନଙ୍କ ମଧ୍ୟ ଅତି ପ୍ରିୟ ହୋଇଥାଏ।ଏହା ଦେଖିବାକୁ ଖୁବ ସୁନ୍ଦର ମଧ୍ୟ ହୋଇଥାଏ ଏବଂ ମନୋହର ଅଟେ।ଏହା ସହିତ ଏହି ଫୁଲକୁ ପୂଜା କର୍ମ, ବିବାହ କର୍ମ ଏବଂ ଏପରି ଅନେକ କର୍ମରେ ବ୍ୟବହାର କରାଯାଇଥାଏ।

ଏବଂ ଏହା ସହିତ କେତେବେଳେ କାହାକୁ ଉପହାର ଦେବାପାଇଁ ମଧ୍ୟ ଏହି ଫୁଲକୁ ବ୍ୟବହାର କରାଯାଇଥାଏ।କିନ୍ତୁ ଫୁଲର ବ୍ୟବହାର ସବୁଠାରୁ ଅଧିକ ଠାକୁରଙ୍କ ପୂଜା କର୍ମରେହିଁ ହୋଇଥାଏ।କିନ୍ତୁ ଆପଣମାନେ କଣ ଜାଣିଛନ୍ତିକି ଫୁଲ ତୋଳିବାର ମଧ୍ୟ ଅନେକ ନୀତି ନିୟମ ରହିଛି।ସେହି ନିୟମ ଅନୁସାରେହିଁ ଫୁଲ ତୋଳିବା ଏବଂ ଭଗବାନଙ୍କୁ ଚଢାଇବା ଉଚିତ।ଏହା ଦ୍ବାରା ଆମକୁ ଉଚିତ ଫଳ ପ୍ରାପ୍ତ ହୋଇଥାଏ।

କିନ୍ତୁ ଯଦି ଭୁଲ ନିୟମରେ ଫୁଲ ତୋଳାଯାଇଥାଏ ତେବେ ଆମର ଅନେକ ଅନିଷ୍ଟ ମଧ୍ୟ ହୋଇଥାଏ।ତେବେ ଆସନ୍ତୁ ଜାଣିବା ଫୁଲ ତୋଳିବାର କିଛି ବିଶେଷ ନିୟମ ବିଷୟରେ।ସାଙ୍ଗମାନେ ଆମେ ସାଧାରଣତଃ ପୂଜାର୍ଚ୍ଚନାର ସମସ୍ତ କାର୍ୟ୍ଯ ଗୁଡିକ ସ୍ନାନ କରିବା ପରେ ହିଁ କରିଥାଉ।ତେବେ ଆପଣମାନେ ନିଶ୍ଚିତ ଭାବରେ ଏହା ଭାବୁଥିବେ ଯେ ସ୍ନାନ କରିବା ପରେ ହିଁ ଫୁଲ ତୋଳିବା ଉଚିତ।କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।

ସବୁ ବେଳେ ସ୍ନାନ କରିବା ପୂର୍ବରୁହିଁ ଫୁଲ ତୋଳି ରଖିବା ଉଚିତ।ଏହା ଶାସ୍ତ୍ର ଏବଂ ପୁରାଣ ମଧ୍ୟରେ ବର୍ଣ୍ଣିତ ରହିଛି।ତେବେ ଫୁଲକୁ ତୋଳିବା ସମୟରେ ନିଜର କନିଷ୍ଠ ଆଙ୍ଗୁଳି ଏବଂ ବିଶି ଆଙ୍ଗୁଳି ଲାଗିବା ଉଚିତ ନୁହେଁ।ଏହାଛଡ଼ା କିଛି ଲୋକ ରାତିରେ ଗଛରେ ଥିବା କଡ଼କୁ ଛିଣ୍ଡାଇ ତାହାକୁ ପାଣିରେ ପକାଇଦିଅନ୍ତି ଏବଂ ତାକୁ ସକାଳ ହେବେ ଫୁଟିଯିବାପରେ ତାକୁ ପୂଜାରେ ବ୍ୟବହାର କରିଥାନ୍ତି କିନ୍ତୁ ଏଭଳି କରିବା ଅନୁଚିତ ଅଟେ।

ଏହାଦ୍ୱାରା ଆମକୁ ପାପ ମଧ୍ୟ ଲାଗିପାରେ କାରଣ ଆମେ ଅପ୍ରାକୃତିକ ଭାବରେ ଫୁଲକୁ ଫୁଟାଇଲୁ।ଏଥିପାଇଁ ସର୍ବଦା ପ୍ରାକୃତିକ ଭାବରେ ଫୁଟିଥିବା ଫୁଲକୁହିଁ ଠାକୁରଙ୍କ ପାଖରେ ଚଢାଇବା ଉଚିତ।ଏହା ଛଡ଼ା କାହା ବାଡ଼ିରୁ ଚୋରଙ୍କ ଭଳି ଫୁଲ ଆଣି ପୂଜା କରିବା ଅନୁଚିତ।ଏହା ଫୁଲ ଚୋରି ଜୋଇଥାଏ ଏବଂ ଏହାକୁ ଭଗବାନ କେବେହେଲେ ଗ୍ରହଣ କରନ୍ତି ନାହିଁ।ତେଣୁ ଯେତେବେଳେ ମଧ୍ୟ ଫୁଲ ଆଣିବେ ସେହି ବାଡ଼ିର ମାଲିକଙ୍କ ଠାରୁ ଅନୁମତି ନେଇ ଫୁଲ ଆଣିବା ଉଚିତ।

Leave a Reply

Your email address will not be published. Required fields are marked *