ବର୍ଷା ଦିନେ Farm କୁ ସାପ ନ ଆସିବାର ଉପାୟ,ଏହି ଉପାୟ କଲେ ଆପଣଙ୍କ ଘର ଓ ଫାର୍ମ ପାଖକୁ କେବେ ହେଲେ ସାପ ଆସିବେ ନାହିଁ

Spread the love

ତେବେ ଏହି ସମୟ ବର୍ତ୍ତମାନ ବର୍ଷାଦିନ।ଏହି ଦିନରେ ଅନେକ ବିଷଧର ସାପ ମାନେ ଅନେକ ଫାର୍ମ ମଧ୍ୟକୁ ପଶି ଯାଇଥାନ୍ତି।ଯାହା ଫଳରେ ସେମାନେ କାହାକୁ କାମୁଡିବା ଫଳରେ ଅନେକ ମୃତାହତର ଖବର ମଧ୍ୟ ଆସିଥାଏ।ତେବେ ଆପଣ କିପରି ଭାବରେ ସେହି ସାପ ମାନଙ୍କୁ ଫାର୍ମ ମଧ୍ୟକୁ ପ୍ରବେଶ କରିବାରୁ ଅଟକାଇ ପାରିବେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଏହାକୁ କରିବାର ଏକ ଆଧୁନିକ ଉପାୟ ରହିଛି।ଯାହା ହେଉଛି କାର୍ବୋଲିକ ଏସିଡ ଛିଞ୍ଚିବା।

ଏହାକୁ ଛିଞ୍ଚିବା ଫଳରେ ଫାର୍ମ ମଧ୍ୟକୁ ସାପ ପ୍ରବେଶ କରି ପାରନ୍ତି ନାହିଁ।କିନ୍ତୁ ଏହା ଅଧିକ ବ୍ୟୟ ବହୁଳ ଓ ଏହାକୁ ବ୍ୟବହାର କରିବା ଫଳରେ ଏହାର ଖରାପ ପ୍ରଭାବ ଆମ ଉପରେ ମଧ୍ୟ ପଡିପାରେ।ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଏହାର ଅନେକ କୁ ପ୍ରଭାବ ଆମ ପରିବେଶ ଉପରେ ମଧ୍ୟ ପଡ଼ିଥାଏ।ତେବେ ସାପଙ୍କୁ ଫାର୍ମ ମଧ୍ୟକୁ ପ୍ରବେଶ କରିବାରୁ ରୋକିବା ପାଇଁ ଆମେ ବର୍ତ୍ତମାନ କିଛି ପ୍ରାକୃତିକ ଉପାୟ ସମ୍ପର୍କରେ ଆଲୋଚନା କରିବା।ଯାହାକୁ କରିବା ଫଳରେ ଆପଣ ନିଜର ଫାର୍ମ ମଧ୍ୟରୁ ସାପଙ୍କୁ ଦୂରେଇ ରଖି ପାରିବେ।

ହଳଦୀ ଗୁଣ୍ଡ ଛିଞ୍ଚିବା:- ତେବେ ଯଦି ଆମେ ସେହି ସମସ୍ତ ସ୍ଥାନରେ ହଳଦୀ ଗୁଣ୍ଡ ଛିଞ୍ଚିବା ଯେଉଁ ମାର୍ଗ ଦେଇ ସାପ ଆସିବାର ସମ୍ଭାବନା ରହିଥାଏ ତେବେ ଏହାର ଗନ୍ଧରେ ସାପ ଆପଣଙ୍କ ଫାର୍ମ ମଧକୁ ପ୍ରବେଶ କରିବେ ନାହିଁ।

ପିଆଜ ଓ ରସୁଣ ଛେଚା:- ଆପଣ ଯଦି ୧୦୦ ଗ୍ରାମ ପିଆଜ ଓ ୧୦୦ ଗ୍ରାମ ରସୁଣକୁ ମିଶାଇ ଏହାକୁ ଭଲଭାବରେ ଛେଚି ଏହାକୁ ବାଦାମ ତେଲ, ଜଡ଼ା ତେଲ କିମ୍ବା ମହୁଲ ତେଲରେ ପକାଇ ଯଦି ୭ ଦିନ ପର୍ଯ୍ୟନ୍ତ ରଖି ଦେବା ତେବେ ଆମେ ଏହାକୁ ୭ ଦିନ ପରେ ଛାଣି ଯଦି ଆମେ ଏହାକୁ ସେହି ସମସ୍ତ ସ୍ଥାନରେ ଛିଞ୍ଚିବା ଯେଉଁ ସ୍ଥାନ ଦେଇ ସାପ ଆସିବାର ସମ୍ଭାବନା ରହିଥାଏ ତେବେ ଆପଣଙ୍କ ଫାର୍ମ ମଧ୍ୟକୁ ସାପ ୧୫ ଦିନ ପର୍ଯ୍ୟନ୍ତ ପ୍ରବେଶ କରିବ ନାହିଁ।କାରଣ ଏଥିରେ ରହିଥାଏ ସଲଫୁନିକ ଏସିଡ ଯାହା ସାପ ମାନଙ୍କୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।

ଅମୋନିଆ:- ତେବେ ଆମେ ଯଦି ସାପ ପ୍ରବେଶ କରିବା ସ୍ଥାନରେ ଅମୋନିଆର ବାତାବରଣ ସୃଷ୍ଟି କରିବା ତେବେ ସେହି ମାର୍ଗ ଦେଇ ସାପ ପ୍ରବେଶ କରିବେ ନାହିଁ।ତେଣୁ ଆମେ ଜାଣୁ ଗୋମୁତ୍ର ହେଉଛି ଆମୋନିଆର ଏକ ବଡ଼ ଉତ୍ସ।ଆପଣ ଯଦି ସେହି ସମସ୍ତ ସ୍ଥାନରେ ଏକ କପଡାକୁ ଗୋ ମୁତ୍ରରେ ବୁଡାଇ ଦେଇ ଦେବେ ଯେଉଁ ସ୍ଥାନ ଦେଇ ସାପ ପ୍ରବେଶ କରି ପାରିବେ।ଯାହା ଫଳରେ ଆପଣଙ୍କ ଫାର୍ମ ମଧ୍ୟକୁ ଆଉ ସାପ ପ୍ରବେଶ କରି ପାରିବେ ନାହିଁ।ସେଥିପାଇଁ ଆପଣ ଏହି ଉପାୟ ବ୍ୟବହାର କରି ପାରିବେ।

ଫାର୍ମ ଚାରିପଟେ ଗେଣ୍ଡୁ ଗଛ ଲଗାଇବା:- ଫାର୍ମ ଚାରିପଟେ ଗେଣ୍ଡୁ ଗଛ ଲଗାଇବା ଫଳରେ ଫାର୍ମ ଚାରିପଟେ ଆଉ ସାପ ମାନେ ବୁଲିବେ ନାହିଁ।ଏହି ଗେଣ୍ଡୁ ପତ୍ରରେ ଥିବା ପଦାର୍ଥ ଫଳରେ ସାପ ମାନେ ଏହା ପାଖକୁ ଆସନ୍ତି ନାହିଁ।ଯାହା ଫଳରେ ଆପଣ ନିଜର ଫାର୍ମକୁ ସାପ ମାନଙ୍କ ଠାରୁ ରକ୍ଷା କରି ପାରିବେ।

Leave a Reply

Your email address will not be published. Required fields are marked *