ପୁଣି ଆସିଲା ଓଡ଼ିଶା ବାସୀଙ୍କ ପାଇଁ ବଡ଼ ଘୋଷଣା,Odisha ମୁଖ୍ୟମନ୍ତ୍ରୀ କହିଲେ ଏହି ବଡ କଥା,ପୁଣି ଆଗକୁ ହେଇପାରେ Luckdown

Spread the love

ତେବେ ବର୍ତ୍ତମାନ ସାରା ଭାରତରେ ଏହି ମହାମାରୀର ପ୍ରକୋପ କିଛି ଦିନ ହେବ କମି ଯାଇଛି।ଯାହା ଫଳରେ ବର୍ତ୍ତମାନ ସରକାର ସମସ୍ତ ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଥିବାରୁ ସମସ୍ତ ରାଜ୍ୟରେ ବର୍ତ୍ତମାନ କଟକଣା ଧୀରେ ଧୀରେ କୋହଳ ହେବାରେ ଲାଗିଛି।ତେବେ ଏହି କଟକଣା ଧୀରେ ଧୀରେ କୋହଳ ହେବା ଫଳରେ ଜନସାଧାରଣ ସାଧାରଣ ଜୀବନଯାପନ କରିବା ଆରମ୍ଭ କରୁଛନ୍ତି।ତେବେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କିଛି ସଚେତନ ସୂଚନା ଜାରି କରି କିଛି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କହିଛନ୍ତି କି ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ସଂକ୍ରମଣ ଯଥେଷ୍ଟ କମ ଥିଲା।ଯାହା ଫଳରେ ବର୍ତ୍ତମାନ ସାରା ରାଜ୍ୟରେ କିଛି କିଛି ମାତ୍ରାରେ ଅନଲକ ପ୍ରକ୍ରିୟା ଆରମ୍ଭ ହେଉଛି।ମାତ୍ର ଏହା ମଧ୍ୟ ସତ୍ୟ କି କିଛି କିଛି ରାଜ୍ୟରେ ସଂକ୍ରମଣ ହାର ଧୀରେ ଧୀରେ ପୁଣି ବଢ଼ିବାକୁ ଲାଗିଲାଣି।ସେଥିଲାଗି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଆଗକୁ ଯଦି ଏପରି ପରିସ୍ଥିତି ଆସେ ତେବେ ଦୃଢ଼ ଭାବରେ ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ଏହି ଲକଡାଉନ ସମୟରେ ସମସ୍ତ ଜନତା ଯେପରି ଭାବରେ ଘରେ ରହି ନିୟମ ପାଳନ କରିଥିଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।ଏହା ସହିତ ଅନେକ ଦିନ ଧରି ଲକଡାଉନ ରହିଥିବାରୁ ଜନ ଜୀବନ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା ସେଥିପାଇଁ ବର୍ତ୍ତମାନ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି କି ବର୍ତ୍ତମାନ ଏହି ମହାମାରୀ ଆମ ନିକଟରେ ଲୁଚି ରହିଛି।ଏହା କୌଣସି ସମୟରେ ମଧ୍ୟ ରୂପ ବଦଳାଇ ଗୁରୁତର ଆକ୍ରମଣ କରି ପାରେ।ସେଥିପାଇଁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ସେ କହିଛନ୍ତି କି ଯଦିଓ ଦୋକାନ ବଜାର ଖୋଲା ରହୁଛି ତେବେ ଅତ୍ୟନ୍ତ ଆବଶ୍ୟକତା ନ ପଡ଼ିଲେ ବାହାରକୁ ନା ଯିବା ପାଇଁ ସେ କହିଛନ୍ତି।

ଏହା ସହିତ ମାସ୍କ ପିନ୍ଧିବା ଫଳରେ ଆମେ ନିଜ ସହିତ ନିଜର ପ୍ରୀୟଜନଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହା ସହିତ ସେ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଚିକିତ୍ସକ ମାନଙ୍କୁ ସମ୍ମାନ ଜଣାଇ କହିଥିଲେ କି ସେମାନେ ଏହି ସମୟରେ ନିଜର ଜୀବନକୁ ବାଜିରେ ଲଗାଇ ଆମକୁ ସୁରକ୍ଷା ଦେଉଛନ୍ତି।ଏହା ସହିତ ସେ କହିଥିଲେ ସେ ସେମାନେ ବର୍ତ୍ତମାନ ଆମ ସମସ୍ତଙ୍କୁ ଏହି ମହାମାରୀ ଠାରୁ ରକ୍ଷା କରିବା ପାଇଁ ନିଜର ସମସ୍ତ ପ୍ରୟାସ କରୁଛନ୍ତି।

ତେଣୁ ଆମ ମାନଙ୍କୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କର ବ୍ୟବହାର କରି ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ।ଏହା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ କି ଯଦି ଜନସାଧାରଣ ସମସ୍ତ ନିୟମ ନ ମାନିବେ ତେବେ ପୁଣି ସଂକ୍ରମଣ ହାର ବଢ଼ିବାକୁ ଲାଗିବ।ଯାହା ଫଳରେ ସରକାର ପୁଣି ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ କରିବା ପାଇଁ ବାଧ୍ୟ ହେବେ।ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବା ସହିତ ସମସ୍ତ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *