ଉତ୍ତରପ୍ରଦେଶ Agra ରେ ୧୫ Year ହେବ ନାଗ ନାଗୁଣୀ କରୁଛନ୍ତି ଶିବଙ୍କ ପୂଜା,ଲୋକମାନେ ଦେଖିକି ମଧ୍ୟ ହେଉଛନ୍ତି ଆଶ୍ଚର୍ଯ୍ୟ

Spread the love

ଭଗବାନ ଶିବଙ୍କ ମହିମା ସମ୍ପର୍କରେ ଆମେ ଅନେକ କଥା ଜାଣିଛୁ।ତେବେ ଏହା ସହିତ ଆମେ ଏହା ମଧ୍ୟ ଜାଣୁ କି ଭଗବାନ ଶିବଙ୍କ ଅନେକ ଭକ୍ତ ଏପରି ରହିଛନ୍ତି କି ଯେଉଁମାନେ ନିଜର ସମ୍ପୂର୍ଣ୍ଣ ଜୀବନ ଭଗବାନ ଶିବଙ୍କ ସେବାରେ ଶେଷ କରି ଦେଇଥାନ୍ତି।କିନ୍ତୁ ଏପରି କିଛି ଆଶ୍ଚର୍ଯ୍ୟକର ଜିନିଷ ମଧ୍ୟ ରହିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ମନ୍ଦିର ରହିଛି ଯେଉଁ ମନ୍ଦିରରେ ଏପରି ବିଶ୍ୱାସ ରହିଛି କି ସେହି ମନ୍ଦିରରେ ଯେ କୌଣସି ବ୍ୟକ୍ତି ଯଦି ନିଜର ମନୋସ୍କାମନା ମାଗି ଥାଏ ତେବେ ଏହା ପୂର୍ଣ୍ଣ ହୋଇଥାଏ।

ତେବେ ଏହି ମନ୍ଦିରରେ ଏପରି ମାନ୍ୟତା ରହିଛି କି ଏହି ମନ୍ଦିରରେ ଭଗବାନ ଶିବଙ୍କ ପୂଜା ଏକ ନାଗ ଓ ନାଗୁଣୀ ଆସି କରିଥାନ୍ତି।ଏହା ସହିତ ଏହି ମନ୍ଦିର ଦେଖିବାକୁ ବହୁତ ଛୋଟ।କିନ୍ତୁ ଏହି ମନ୍ଦିରରେ ପ୍ରତିଦିନ ଅନେକ ଲୋକଙ୍କ ଭିଡ଼ ହୋଇଥାଏ ଭଗବାନ ଶିବଙ୍କ ଦର୍ଶନ କରିବା ପାଇଁ।ଏହା ସହିତ ଏହା ମଧ୍ୟ କୁହାଯାଏ କି ପ୍ରତିଦିନ ନାଗ ଓ ନାଗୁଣୀଙ୍କ ଯୋଡ଼ି ଏହି ମନ୍ଦିରକୁ ଆସିଥାଏ ଏହା ସହିତ ସେମାନେ ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଲୁଚି ଏହି ମନ୍ଦିରରେ ଭଗବାନ ଶିବଙ୍କ ପୂଜା କରିଥାନ୍ତି।

ତେବେ ଏହି ନାଗ ଓ ନାଗୁଣୀ ପ୍ରତିଦିନ ଏହି ମନ୍ଦିରକୁ ଭଗବାନ ଶିବଙ୍କ ପୂଜା କରିବା ପାଇଁ ଏହି ମନ୍ଦିରକୁ ଆସିଥାନ୍ତି କିନ୍ତୁ ଏହି ଯୋଡ଼ି ବର୍ଷକ ମଧ୍ୟରେ କେବଳ ଶ୍ରାବଣ ମାସ ସମୟରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।ଏହା ସହିତ ଏହି ମନ୍ଦିରରେ ଭଗବାନ ଶିବଙ୍କ ବିଶେଷ କୃପା କାରଣରୁ ଏହି ମନ୍ଦିରରେ ଭଗବାନ ଶିବଙ୍କ ଅନେକ ଭକ୍ତ ଆସିଥାନ୍ତି।

ଏହା ସହିତ ସେହି ମନ୍ଦିରର ପୂଜାରୀ କହିଥାଏ କି ସେହି ମନ୍ଦିରରେ ନାଗ ଓ ନାଗୁଣୀଙ୍କ ଯେଉଁ ଯୋଡ଼ି ଆସିଥାଏ ସେହି ଯୋଡ଼ି କୌଣସି ସାଧାରଣ ଯୋଡ଼ି ନୁହେଁ।ତାହା ହେଉଛି ଅନେକ ବର୍ଷ ତଳର ଏକ ନାଗ ଓ ନାଗୁଣୀଙ୍କ ଯୋଡିର ଆତ୍ମା।ତେବେ ସେମାନଙ୍କ କହିବା ଅନୁସାରେ ଅନେକ ବର୍ଷ ପୂର୍ବରୁ ସେହି ମନ୍ଦିରକୁ ଏକ ନାଗ ଓ ନାଗୁଣୀଙ୍କ ଯୋଡ଼ି ଆସୁଥିଲା।

ତେବେ ସେହି ଯୋଡ଼ି ଏପରି ଆସୁଥିଲା ଯେପରି ସେମାନେ ପରସ୍ପରକୁ ସୁରକ୍ଷା ଦେଉଛନ୍ତି।ଏହାପରେ ସେମାନେ ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ କାର ନାଗୁଣୀ ଉପରେ ଚଢି ଯାଇଥିଲା।ଯାହା ଫଳରେ ସେହି ନାଗୁଣୀର ସେହି ସ୍ଥାନରେ ମୃତ୍ୟୁ ହୋଇ ଯାଇଥିଲା।ଏହାପରେ ନାଗ ସେହି କାରର ଅନେକ ସମୟ ପର୍ଯ୍ୟନ୍ତ ପିଛା କଲା।

ତେବେ ସେହି କାରଟି ଧୃତ ଗତିରେ ସେହି ସ୍ଥାନରୁ ଚାଲି ଯାଇଥିଲା।ଏହାପରେ ସେହି ନାଗ ନିଜର ନାଗୁଣୀ ପାଖକୁ ଆସି ତଳେ ନିଜର ଚୋଟକୁ ମାରି ମାରି ସେହି ସ୍ଥାନରେ ମରି ଯାଇଥିଲା।ଏହାପରେ ଶେଷରେ ସମସ୍ତ ଲୋକ ସେହି ନାଗ ଓ ନାଗୁଣୀଙ୍କ ଶରୀରକୁ ଅନି ମନ୍ଦିର ପାଖରେ ୩୦୪ ଫୁଟ ତଳେ ପୋତି ଦେଇଥିଲେ।ଏହାପରେ ସେମାନେ ପ୍ରତିଦିନ ମନ୍ଦିରକୁ ଆସି ସେଠାରେ ଭଗବାନ ଶିବଙ୍କ ପୂଜା କରିଥାନ୍ତି।ଏହା ସହିତ ସେମାନଙ୍କୁ ଯେଉଁ ବ୍ୟକ୍ତି ଦର୍ଶନ କରିଥାଏ ସେମାନଙ୍କର ସମସ୍ତ ଦୁଃଖ ଦୂର ହୋଇ ଯାଇଥାଏ।

Leave a Reply

Your email address will not be published. Required fields are marked *