Low Pressure ପାଇଁ ହେବାକୁ ଯାଉଛି ଭୟଙ୍କର ବର୍ଷା ସହିତ ପବନ,ମାଡି ଆସିଲା ଏକକାଳୀନ ବର୍ଷ ର ସବୁଠୁ ବଡ ଲଘୁଚାପ,ଏହି ବଡ ସହର ମାନଙ୍କରେ ଆଜି ପ୍ରବଳ ରୁ ଅତି ପ୍ରବଳ ବରଷିବ

Spread the love

ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି।ଏହା ସହିତ ବର୍ତ୍ତମାନ ୭ ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି।ପୁରୀ,ଖୋର୍ଦ୍ଧା,କଟକ,ଢେଙ୍କାନାଳ, ଜଗତସିଂପୁର,କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ବନ୍ୟା ଓ ଜଳବନ୍ଦୀ ହେବାର ସମସ୍ୟା ଦେଖା ଯାଇପାରେ।ତେବେ କାନ୍ଥ ଭୁଶୁଡ଼ିବାର ସମ୍ଭାବନା ମଧ୍ୟ ରହିଛି।ଏହା ସହିତ ଗଞ୍ଜାମ, କନ୍ଧମାଳ,ବୌଦ୍ଧ,ଅନୁଗୁଳ,ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଓ
ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଏହା ସହିତ ଆଠଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ସେହି ସମସ୍ତ ଜିଲ୍ଲା ଗୁଡ଼ିକ ହେଉଛି କଳାହାଣ୍ଡି,ବଲାଙ୍ଗୀର, ସୋନପୁର,ସମ୍ବଲପୁର,ଦେବଗଡ଼,କେନ୍ଦୁଝର,ମୟୂରଭଞ୍ଜ ଓ ବାଲେଶ୍ଵର ଆଦି ଜିଲ୍ଲା।ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏହି ଲଘୁଚାପ।ଏହା ସହିତ ଏହା ଆଗକୁ ଘନୀଭୂତ ହେବାର ସମ୍ଭାବନା ମଧ୍ୟ ରହିଛି।

ଏହା ସହିତ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଏହା ସହିତ ଗ୍ରାମାଞ୍ଚଳ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖା ଯାଇପାରେ ବୋଲି ସୂଚନା ମିଳିଛି।

ଏହା ସହିତ ପାହାଡିଆ ଅଞ୍ଚଳରେ ଭୁଷ୍କଳନ ଭଳି ସମସ୍ୟା ମଧ୍ୟ ଦେଖା ଯିବାର ସମ୍ଭାବନା ରହିଛି।ତେବେ ବର୍ତ୍ତମାନ ଭୁବନେଶ୍ବର ଅଞ୍ଚଳରେ ପ୍ରାୟ ୧୧୯.୧ ମିମି ବର୍ଷା ରେକର୍ଡ କରାଯାଇ ସାରିଛି।ଏହା ସହିତ ବର୍ତ୍ତମାନ ପୁରୀ ଅଞ୍ଚଳରେ ବର୍ତ୍ତମାନ ୧୪୮ ମିମି ବର୍ଷା ରେକର୍ଡ କରାଯାଇଛି।ଏହା ସହିତ ଜଗତସିଂପୁର ଅଞ୍ଚଳରେ ୯୩.୫ ମିମି ବର୍ଷା ରେକର୍ଡ କରାଯାଇଛି।

ଏହା ସହିତ ତିର୍ତ୍ତୋଲ ଅଞ୍ଚଳରେ ୯୮ ମିମି ବର୍ଷା ରେକର୍ଡ କରାଯାଇଛି।ତେବେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଏହାର ପ୍ରଭାବ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ପଡିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।ତେବେ ଆସନ୍ତା କାଲି ପାଇଁ କିଛି ଜିଲ୍ଲା ମାନଙ୍କୁ ରେଡ ଆଲର୍ଟ ଜାରି କରାଯାଇଛି।

ସେହି ସମସ୍ତ ଜିଲ୍ଲା ଗୁଡ଼ିକ ହେଉଛି ସମ୍ବଲପୁର,ଦେଓଗଡ,ଅନୁଗୁଳ,ସୋନପୁର ଓ ବରଗଡ଼ ଜିଲ୍ଲା।ଏହା ସହିତ ଏହି ସମସ୍ତ ଅଞ୍ଚଳରେ ଜଳବନ୍ଦୀ ସହିତ କାନ୍ଥ ଭୁଶୁଡ଼ି ଯିବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।ଏହା ସହିତ କଚ୍ଚା ଘରେ ନ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ତେବେ ଏହାର ପ୍ରଭାବ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଓଡ଼ିଶା ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।ଏହା ସହିତ ଏହା ଉତ୍ତର ପଶ୍ଚିମ ଅଞ୍ଚଳରେ ଗତି କରିବା ପରେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।

ତେବେ ଏହା ଛତିଶଗଡ ଜିଲ୍ଲାକୁ ଗତି କରିବା ପରେ ଏହାର ପ୍ରଭାବ ଓଡ଼ିଶା ଉପରେ ଧିରେ ଧିରେ କମିବାରେ ଲାଗିବ।ଏହା ସହିତ ଆସନ୍ତା ୧୪ ତାରିଖ ପରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅନେକ ମାତ୍ରାରେ କମିଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *